ଭାରତରେ ଅବୈଧ ପ୍ରବେଶକାରୀ ଙ୍କୁ ନେଇ ସରକାର ଆକ୍ସନ ମୋଡ଼ ରେ, କେନ୍ଦ୍ର ସହିତ କେତେକ ରାଜ୍ୟ ସରକାର ମଧ୍ୟ ଲଗାତାର ଭାବରେ ଅବୈଧ ବାଙ୍ଗଲାଦେଶୀ ଓ ରୋହିଜ୍ଞା ଙ୍କୁ ନେଇ ଡ଼ିପୋର୍ଟ କାମ କରି ଆସୁଛି, ଇତି ମଧ୍ୟରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର କୁ ଏହି ବାବଦରେ ଡାଟା ମାଗିଛି, ଯେ ବର୍ତମାନ ସୁଧା କେତେ ବାଙ୍ଗଲାଦେଶୀ ଡ଼ିପୋର୍ଟ ହୋଇ ଶୈଲେଣି ସେହି ବାବଦରେ ତଥ୍ୟ ଦିଆଯାଉ l ଏବଂ କେତେ ବାଙ୍ଗଲାଦେଶୀ ଡିଟେନ୍ସନ୍ରୁ ହୋମ ରେ ଅଛନ୍ତି ସେହି ତଥ୍ୟ ମଧ୍ୟ ଦିଆଯାଉ l
ସୁପ୍ରିମ କୋର୍ଟ କହିଛନ୍ତି ଯେ କୋର୍ଟ ଙ୍କୁ ଜଣାଇବା ଜରୁରୀ ଯେ ସେମାନଙ୍କ ପାଇଁ କଣ ନୀତି ରହିଛି , ଯେଉଁ ମାନଙ୍କୁ ବିଦେଶୀ ଘୋଷିତ କରାଯାଇଛି l ଏହାଛଡା ସୁପ୍ରିମ କୋର୍ଟ ପଚାରିଛନ୍ତି ଏତେଦିନ ଧରି ଅବୈଧ ବିଦେଶୀ ଘୋଷିତ ହୋଇଥିବା ଲୋକ ମାନଙ୍କୁ ନିର୍ବାସିତ କରିବାରେ କାହିଁକି ଡେରି ହେଉଛି l ଯାହାଙ୍କ ବାସ୍ତବିକ ରାଷ୍ଟ୍ରୀୟତା ଜଣା ଅଛି ସେମାନଙ୍କୁ ନିର୍ବାସିତ କରାଯାଉ, ଏହି ଅବୈଧ ଭାବରେ ରହୁଥିବା ଲୋକଙ୍କୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଏମିତି ବନ୍ଦୀ କରି ଶରଣାର୍ଥୀ ଶିବିର ରେ ରଖାଯାଇ ପାରିବ ନାହିଁ l
ବିଦେଶୀ ଭାବରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ନିର୍ବାସନ ପ୍ରକ୍ରିୟା ସରକାର ଅରରମ୍ଭ କରିବା ଜରୁରୀ l କୋର୍ଟ ଙ୍କୁ ଜଣାଇବା ଆବଶ୍ୟକ ଯେ ସେମାନଙ୍କ ପାଇଁ ମୂଳ ନୀତି କଣ ରହିଛି, ଯେଉଁ ମାନଙ୍କର ଆପଣ ରାଷ୍ଟ୍ରୀୟତା ଜାଣିଛନ୍ତି l