ଫେବୃଆରୀ ୧୩ ତାରିଖ ରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି, ସୂର୍ଯ୍ୟ ସମ୍ପର୍ଣ ଏଲ ବର୍ଷ ପରେ ଶନି ଙ୍କ ସ୍ୱମୀତ୍ୱ ରାଶି କୁମ୍ଭ ରାଶିରେ ପ୍ରବେଶ କରିବେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କ ଏହି ରାଶି ପରିବର୍ତ୍ତନ ତିନି ରାଶିର ଜାତକ ଙ୍କ ପାଇଁ ଖୁବ ଶୁଭ ସମୟ ହେବ l ସେହି ରାଶି ମାନେ ହେଲେ –
– ମେଷ – ଧନ ବୃଦ୍ଧି ଯୋଗ ରହିବ, ଆପଣଙ୍କ ଆୟ ରେ ବୃଦ୍ଧି ହୋଇପାରେ, ରୋଜଗାର ରେ ନୂଆ ସ୍ରୋତ ଖୋଲିବ, ନିବେଶ ଯୋଜନାରେ ଖୁବ ଲାଭ ହେବ l ଆପଣଙ୍କ ଅଟକିଥିବା କାର୍ଯ୍ୟ ଦ୍ରୁତ ବେଗରେ ପୁର୍ଣ ହେବ, ଆପଣ ଚିନ୍ତା କରିଥିବା ଯୋଜନା ସଫଳ ହେବ, ନୂଆ କାମ ଆରମ୍ଭ କରିବା ପାଇଁ ଏହା ଉତ୍ତମ ସମୟ ରହିବ l
– ବୃଷ ରାଶି – ବୃଷ ରାଶିର ଲୋକଙ୍କର ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ, ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ସମୟ ରହିବ , ସ୍ୱାସ୍ଥ୍ୟ ସମସ୍ୟା ରୁ ଆରାମ ମିଳିବ, ପୁରୁଣା ରୋଗ ରୁ ମୁକ୍ତି ମିଳିବ, ମାତା-ପିତା ଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ହେବ l
– ବିଛା ରାଶି – ନୂଆ ଘର ଓ ନୂଆ ବାହାନ ଭଳି ଭୌତିକ ସୁଖ ପ୍ରାପ୍ତି ହେବ, ଜୀବନ ସୁଖମୟ ହେବ, ସମାଜ ରେ ମାନ ସମ୍ମାନ ମିଳିବ, ଆର୍ଥିକ ସ୍ଥିତି ରେ ସୁଧାର ଆସିବ, ମୁଣ୍ଡ ଉପରୁ ଋଣ ଭାର ହଟିବ l