ଭୁବନେଶ୍ୱର : ଜାତୀୟ ହଳଦୀ ବୋର୍ଡର ଶୁଭାରମ୍ଭର ଗୋଟିଏ ଦିନ ପରେ ଇଣ୍ଡିଆନ୍ କାଉନସିଲ୍ ଫର୍ ରିସର୍ଚ୍ଚ ଅନ୍ ଇନ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ (ଆଇସିଆରଆଇଇଆର) ଏବଂ ଆମୱେ ଇଣ୍ଡିଆ ଏନ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ହଳଦୀ ଚାଷୀଙ୍କ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ସହ ବିଶ୍ୱ ହଳଦୀ ବଜାରରେ ଭାରତର ସ୍ଥିତି ବୃଦ୍ଧି ପାଇଁ ଏକ ରଣନୈତିକ ରୋଡ୍ ମ୍ୟାପ୍ ପ୍ରଦାନ କରି ‘ମେକ୍ ଇଣ୍ଡିଆ ଫର୍ ହଳଦୀ’ ଶୀର୍ଷକ ଏକ ବିସ୍ତୃତ ମିଳିତ ରିପୋର୍ଟ ଉନ୍ମୋଚନ କରାଯାଇଛି । ମଙ୍ଗଳବାର ଦିନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଦେଶର ଅନ୍ୟତମ ପ୍ରମୁଖ ହଳଦୀ ହବ୍ ଉତର ତେଲେଙ୍ଗାନାର ନିଜାମାବାଦରେ ବୋର୍ଡକାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ନୂଆ ବୋର୍ଡ ୨୦୩୦ ସୁଦ୍ଧା ହଳଦୀ ରପ୍ତାନିକୁ ୧ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଆନ୍ତର୍ଜାତିକ ଅର୍ଥନୈତିକ ସମ୍ପର୍କ ଗବେଷଣା ପରିଷଦ (ଆଇସିଆରଆଇଇଆର)ର ନିର୍ଦେଶକ ତଥା ସିଇ ଡ. ଦୀପକ ମିଶ୍ର ସ୍ୱାଗତ ଭାଷଣରେ କହିଛନ୍ତି, “ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଆକଳନ କରୁଛି ଯେ ୨୦୩୦ ସୁଦ୍ଧା ଭାରତର ହଳଦୀ ରପ୍ତାନି ୧ ବିଲିୟନ ଡଲାରରେ ପହଂଚିବ । ସରକାର ନ୍ୟାସନାଲ ହଳଦୀ ବୋର୍ଡ ମଧ୍ୟ ଗଠନ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତ କିପରି ଏକ ବିଶ୍ୱସ୍ତରୀୟ ହଳଦୀ ଉତ୍ପାଦକ ଏବଂ ରପ୍ତାନୀକାରୀ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବ ଏବଂ ଦେଶରେ ଅଧିକ ମୂଲ୍ୟ-ସଂଶୋଧନ କରିପାରିବ ସେ ବିଷୟରେ ଆମର ରିପୋର୍ଟରେ ଲକ୍ଷ୍ୟଭିତିକ ସୁପାରିସ କରାଯାଇଛି ।”
ଏହି ବ୍ୟାପକ ସର୍ବେକ୍ଷଣ ପାଇଁ ଆମୱେ ଇଣ୍ଡିଆ ସହଯୋଗ ପ୍ରଦାନ କରିଛି । ଶେଷ ବକ୍ତବ୍ୟରେ ଆମୱେ ଇଣ୍ଡିଆର ଏମ୍ଡି ରଜନୀଶ ଚୋପ୍ରା କହିଛନ୍ତି ଯେ, “ଆଇସିଆରଆଇଇଆର ଦ୍ୱାରା ପ୍ରକାଶିତ ‘ମେକ୍ ଇଣ୍ଡିଆ ଦ ଗ୍ଲୋବାଲ୍ ହବ୍ ଫର୍ ହଳଦୀ’ ରିପୋର୍ଟରେ କୃଷକ, କୃଷକ ଉତ୍ପାଦକ ସଂଗଠନ, କମ୍ପାନି ଏବଂ ନୀତି ନିର୍ଧାରକଙ୍କ ବୁଝାମଣାକୁ ସତର୍କତାର ସହ ଉପସ୍ଥାପନ କରାଯାଇଛି, ଯେଉଁଥିରେ ହଳଦୀ ଶିଳ୍ପର ସାମ୍ପ୍ରତିକ ଦୃଶ୍ୟ ଏବଂ ଭବିଷ୍ୟତର ସୁଯୋଗ ଗୁଡ଼ିକର ବ୍ୟାପକ ବିଶ୍ଳେଷଣ କରାଯାଇଛି । ଖାଦ୍ୟ ନିରାପତାକୁ ପୋଷଣ ନିରାପତା ସହ ଯୋଡ଼ିବା ଏବଂ ହଳଦୀର ବ୍ୟବହାରକୁ ଏକ ନ୍ୟୁଟ୍ରାସ୍ୟୁଟିକାଲ ଭାବରେ ବିବିଧ କରିବା ଦ୍ୱାରା ଏହି ରିପୋର୍ଟ ଭାରତର ରପ୍ତାନି ବୃଦ୍ଧି ଏବଂ ଭାରତକୁ ହଳଦୀ ପାଇଁ ଏକ ବିଶ୍ୱ ସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।”