Odisha news

ବାଳିକାମାନଙ୍କର ଦକ୍ଷତା ବିକାଶ ପାଇଁ ଫିକି ଫ୍ଲୋ ଭୁବନେଶ୍ୱର ଅଧ୍ୟାୟର ତି୍ରପାକ୍ଷିକ ଚୁକ୍ତି ସ୍ୱାକ୍ଷର

0

ଭୁବନେଶ୍ୱର, (ନି.ପ୍ର) : ଫ୍ଲୋ-ଫିକିର ମହିଳା ଅଧ୍ୟାୟ ତଥା ଦେଶର ଅନ୍ୟତମ ପ୍ରମୁଖ ମହିଳା ବାଣିଜ୍ୟ ସଂଗଠନ, ଭୁବନେଶ୍ୱର ଅଧ୍ୟାୟ, ହମାରା ବଚପନ ଟ୍ରଷ୍ଟ ଓ ଭୁବନେଶ୍ୱର ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ସହିତ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ହମାରା ବଚପନ ଟ୍ରଷ୍ଟ ଓ ଭୁବନେଶ୍ୱର ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ସହିତ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଛି ।

ଏହି ଚୁକ୍ତି ଅନୁସାରେ ହମାରା ବଚପନ ଟ୍ରଷ୍ଟ ଭୁବନେଶ୍ୱର ସହରାଞ୍ଚଳର ଗରିବ ସମ୍ପ୍ରଦାୟର ବାଳିକାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇଟିଆଇ ଦକ୍ଷତା ବିକାଶ ତାଲିମ ପାଇଁ ନାମ ପଞ୍ଜିକୃତ କରିବ, ଆଇଟିଆଇ ସେମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବ ଏବଂ ଫିକି ଫ୍ଲୋର ସଦସ୍ୟାମାନେ ବିଭିନ୍ନ କର୍ମଶାଳା ମାଧ୍ୟମରେ ସେମାନଙ୍କର ଦକ୍ଷତା, ଆତ୍ମବିଶ୍ୱାସ ଏବଂ ସାମର୍ଥ୍ୟ ବୃଦ୍ଧିର ସହାୟତା ପ୍ରଦାନ କରିବେ ।

ଏହି ତି୍ରପାକ୍ଷିକ ସହଭାଗିତା ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କୁ ସୁସ୍ଥ ଓ ଉଦେ୍ଦଶ୍ୟମୂଳକ ଜୀବନର ନୀତି ସମ୍ପର୍କରେ ସଚେତନ କରିବାରେ ସହାୟକ ହେବ ।

ଏହି ପରିପ୍ରେକ୍ଷୀରେ ଫିକି ଫ୍ଲୋ ଭୁବନେଶ୍ୱର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କହିଥିଲେ ଯେ, ଫିକି ଫ୍ଲୋ ସର୍ବଦା ମହିଳାମାନଙ୍କୁ ଜୀବନା ଉପାର୍ଜନ ମାଧ୍ୟମରେ ଆତ୍ମ ନିର୍ଭରଶୀଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ବାଳିକାମାନଙ୍କୁ ଶିଳ୍ପ ଭିତ୍ତିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସେମାନଙ୍କୁ କର୍ମ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ଉଦେ୍ଦଶ୍ୟରେ ଫିକି ଫ୍ଲୋ ଏହି ଚୁକ୍ତିନାମା ସ୍ୱାକ୍ଷର କରିଅଛି ।

ଆଇଟିଆଇ ଭୁବନେଶ୍ୱର ପ୍ରଧାନ ଅଧକ୍ଷା ଇଂ. ଜିତାମିତ୍ର ଶତପଥୀ ନିଜ ବ୍ୟକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଭୁବନେଶ୍ୱର ଆଇଟିଆଇ ରାଜ୍ୟର ସର୍ବାଧିକ ବାଳିକା ମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରାଇବାର ଗୌରବ ଅର୍ଜନ କରିଛି । ଏହି ସହଭାଗିତା ରାଜ୍ୟର ଶତାଧିକ ଉଚ୍ଚାକାଂକ୍ଷୀ ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ସୃଷ୍ଟି କରିବାରେ ସହାୟକ ବୋଲି ଶ୍ରୀମତୀ ଶତପଥୀ ଆଶା ପ୍ରକାଶ କରିଥିଲେ ।

ହମାରା ବଚପନ ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶିକା ଅର୍ପିତା ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ବାଳିକାମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦେଇ ଆତ୍ମନିର୍ଭରଶୀଳ କରିବା ଦିଗରେ ଭୁବନେଶ୍ୱର ଆଇଟିଆଇ ଓ ଫ୍ଲୋ ଭୁବନେଶ୍ୱର ଅଧ୍ୟାୟ ସହିତ ଏହି ସହଭାଗିତାକୁ ନେଇ ଆମେ ଖୁବ୍ ଖୁସି ଅନୁଭବ କରୁଛୁ । ହମାରା ବଚପନ ଏନ୍ଏସ୍ଡିସି ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଭାବରେ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ବାସ କରୁଥିବା ୧୫୦୦ ଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରିବା ସହିତ ସେମାନଙ୍କୁ ନିଯୁକ୍ତିର ସୁଯୋଗ ପ୍ରଦାନ କରିଅଛନ୍ତି ।

ଗ୍ରାମାଞ୍ଚଳରେ ମଧ୍ୟ ମହିଳା ଚାଷୀମାନଙ୍କୁ କୃଷି ଭିତ୍ତିକ ବିଭିନ୍ନ ତାଲିମ ପ୍ରଦାନ କରି ସେମାନଙ୍କୁ ଉର୍ପାଜନାମ କରିବାରେ ଏହି ସଂସ୍ଥା ଅଗ୍ରଣୀ ଭୂମିକା ନେଇଛି ।

ଏହି ତି୍ରପାକ୍ଷିକ ସହଭାଗୀତା ଗରିବ ଶ୍ରେଣୀର ବାଳିକାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଦିଗରେ ସହାୟକ ହେବ । ଏହି ଅବସରରେ ଫ୍ଲୋ ଭୁବନେଶ୍ୱର ସଦସ୍ୟା ବୃନ୍ଦ, ଆଇଟିଆଇର ଶିକ୍ଷକ ଶିକ୍ଷୟିତ୍ରୀ ଓ ହମାରା ବଚପନ କର୍ମୀବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply