ଭୁବନେଶ୍ବର: ଆଜି ରାଜ୍ୟସାରା ପ୍ରବଳ ଖରା ହୋଇଛି। ସକାଳ ୮ଟା ପରଠାରୁ ବାହାରକୁ ଯିବା ଅସୁବିଧା ହୋଇଥିଲା। ରାସ୍ତାଘାଟ ଖାଲିଖାଲି ଲାଗୁଥିଲା। ଦିନ ୨ଟା ୩୦ ସୁଦ୍ଧା ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଥିରେ ଭୁବନେଶ୍ବର ସର୍ବାଧିକ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରରେ ଆଦି ଦିନ ସାଢ଼େ ୨ଟାରେ ୪୧.୯ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୪୧.୬, ଝାରସୁଗୁଡାରେ ୪୧.୪, ବାଲେଶ୍ୱରରେ ୪୦.୫, ସମ୍ବଲପୁରରେ ୪୦.୩, କେନ୍ଦୁଝରରେ ୪୦, ରାଉରକେଲାରେ ୩୯.୯, ହୀରାକୁଦରେ ୩୯.୫, ଗୋପାଳପୁରରେ ୩୫.୬, ପୁରୀରେ ୩୪.୮ ଓ ପାରାଦୀପରେ ୩୪.୨ ତାପମାତ୍ରା ରେକର୍ଡ କରାଯାଇଛି।
ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରି ଯାଏଁ ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।