Odisha news

ବିଦେଶୀ ଟୁର ଅପରେଟର ଏବଂ ଇଣ୍ଡଷ୍ଟ୍ରି ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ରାଉଣ୍ଡଟେବୁଲ ବୈଠକ ସହିତ ଫାମ୍ ଟ୍ରିମ୍ ଯୋଜନା

0

ଭୁବନେଶ୍ୱର, ୦୮ ଫେବୃଆରୀ ୨୦୨୪:  ୨ୟ ଦିନରେ ଆଜି ଓଡିଶା ଟ୍ରାଭେଲ ବଜାର୍ ନିବେଶକଙ୍କ ସହିତ ଶିଳ୍ପ ହିତାଧିକାରୀମାନଙ୍କର ରାଉଣ୍ଡଟେବୁଲ, ବି୨ଜି ବୈଠକ ଏବଂ ଓଡିଶାର ୭୦ଟି ଡିଟିଓ ଓ ୫୦ରୁ ଅଧିକ ସେଲରଙ୍କ ମଧ୍ୟରେ ଢାଂଚାଗତ ବୈଠକର  ସାକ୍ଷୀ ହୋଇଥିଲା ।  ଏହାଛଡା ଇକୋ ରିଟ୍ରିଟ୍ ଭିତରକନିକା ଓ ସାତକୋଶିଆକୁ ବିଦେଶୀ ଟୁର୍ ଅପରେଟରମାନଙ୍କ ପାଇଁ ଫ୍ରି ଫାମ୍ ଟ୍ରିପ୍ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା ।

ସମୂହଗୁଡିକୁ ସଂଯୋଗ କରିବା ଉପରେ ଏକ ପ୍ୟାନେଲ ଆଲୋଚନା:  ୫ମ ଓଡିଶା ଟ୍ରାଭେଲ ବଜାର୍ ୨୦୨୪ର ୨ୟ ଦିନରେ ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ପର୍ଯ୍ୟଟନ ବିକାଶ ଓ ସଫଳତା ପାଇଁ ପବ୍ଲିକ୍‌-ପ୍ରାଇଭେଟ ସିନର୍ଜିର ଆୟୋଜନ କରାଯାଇଥିଲା । ଆଇଏଚ୍‌ସିଏଲ୍ (ତାଜ୍‌)ର କର୍ପୋରେଟ୍ ବ୍ୟାପାର ଓ ବ୍ୟବସାୟ ବିକାଶ  ବିଭାଗର ଉପାଧ୍ୟକ୍ଷ ଦିନେଶ ଚଡ୍ଡା, ଏ.ଟି. ସିଜନ୍‌ସ ଆଣ୍ଡ ଭ୍ୟାକେଶନ୍ସ ଟ୍ରାଭେଲ ପ୍ରାଇଭେଟ ଲିମିଟେଡର ଏମ୍‌ଡି ଶ୍ରୀ ଅମରେଶ ତିୱାରୀ, ୟାତ୍ରା ସିଓଓ କ୍ରିଶନ୍ ସିଂହ,  ମେକ୍‌ମାଇଁଟ୍ରିପ୍‌ର କର୍ପୋରେଟ୍ ବ୍ୟାପାର ଓ ଯୋଗାଯୋଗ ବିଭାଗର ଏସ୍‌ଭିପି ଓ ମୁଖ୍ୟ ଶ୍ରୀ ସମୀର ବଜାଜ,  ବୁକିଙ୍ଗ୍ ଡଟ୍ କମ୍‌ର ପାର୍ଟନର୍ ସର୍ଭିସେସ୍ ବିଭାଗର ଏରିଆ ମ୍ୟାନେଜର ଶ୍ରୀ ବୀରେନ୍ଦ୍ର ସିଂହ, ସି ହର୍ସ ହସ୍ପିଟାଲିଟି କନ୍‌ସଲ୍ଟିଙ୍ଗ୍‌ର ସିଇଓ ସନ୍ଦୀପ ରୟ, ୱାଇନ୍‌ଧାମ ହୋଟେଲ୍ସ ଆଣ୍ଡ ରିସର୍ଟସ୍‌ର ଡେଭ୍‌ଲପ୍‌ମେଂଟ୍ ମ୍ୟାନେଜର ଶ୍ରୀ ସିଦ୍ଧାର୍ଥ କୋଚର, ଦ କ୍ରାଉନ ଆଇଏଚ୍‌ସିଏଲ୍ ସେଲେକ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଗୌଡ, ଏମ୍‌ଜିଏମ୍ ରିସର୍ଟସ ଓ ଏମ୍‌ଜିଏମ୍ ଗ୍ରୁପ୍‌ର ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି ଏବଂ ବିକାଶ ଇକୋ ରିସର୍ଟସ ପ୍ରା.ଲିଃର ପରିଚାଳନା ନିର୍ଦ୍ଦେଶକ ବାଲ୍ଲୁରୀ ଶ୍ରୀନିବାସ, ପ୍ରଭାତ ହସ୍ପିଟାଲିଟି ପ୍ରା.ଲିଃର ନିର୍ଦ୍ଦେଶକ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ଆଦି ଇଂଟରାକ୍ଟିଭ୍ ଇଣ୍ଡଷ୍ଟ୍ରୀର ଏକ ଅଂଶ ଥିଲେ ।

୫ମ ଓଡିଶା ଟ୍ରାଭେଲ ବଜାର୍‌ର ୨ୟ ଦିନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଓଡିଶାର ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଓଡିଶାର ବିବିଧ  ପର୍ଯ୍ୟଟନ ଉତ୍ପାଦଗୁଡିକ ସମ୍ପର୍କରେ କହିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣକୁ ହାଇଲାଇଟ୍ କରିଥିଲେ ଯେଉଁ କାରଣରୁ ପର୍ଯ୍ୟଟନ ଭିତିଭୂମିର ନିର୍ମାଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଯଥେଷ୍ଟ ବୃଦ୍ଧି ସହିତ ରାଜ୍ୟ ବିଗତ କିଛି ବର୍ଷ ମଧ୍ୟରେ ଅପ୍ରତ୍ୟାଶିତ ଅଭିବୃଦ୍ଧିର ସାକ୍ଷୀ ହୋଇଛି ।

ଆଜି ୨ୟ ଦିନରେ ସିଏମ୍‌ଓର ମୁଖ୍ୟ ପରାମର୍ଶଦାତା, ଆଇଏଏସ୍ ଶ୍ରୀ ସୁରେଶ ମହାପାତ୍ର କହିଛନ୍ତି, ‘ଏକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶା  ବିଶ୍ୱସ୍ତରୀୟ ଭିତିଭୂମି ଓ ବିବିଧ ଉତ୍ପାଦ ପୋର୍ଟଫୋଲିଓ ପ୍ରଦାନ କରୁଛି ଯାହା ସମସ୍ତ ପ୍ରକାରର ଭ୍ରମଣକାରୀଙ୍କ ଆବଶ୍ୟକତା ସହ ମେଳ ଖାଉଛି । ମୁଁ ପର୍ଯ୍ୟଟକମାନଙ୍କୁ ଭାରତର ଏହି ଲୁକ୍କାୟିତ ସର୍ବୋତମ  ରହସ୍ୟକୁ ଆବିଷ୍କାର କରିବା ପାଇଁ ସ୍ୱାଗତ କରୁଛି ।’

ରାଜ୍ୟର ପର୍ଯ୍ୟଟନ ଭିତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ହାଇଲାଇଟ୍ କରି ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଶ୍ରୀ ଲେନିନ ମହାନ୍ତି  ଭୁବନେଶ୍ୱର, ପୁରୀ, ତତ୍ପପାଣୀ ଓ ସମ୍ବଲପୁର ଆଦିରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ହେରିଟେଜ କରିଡର ଡେଭ୍‌ଲପମେଂଟ୍ ପ୍ରକଳ୍ପଗୁଡିକ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ଟୁର୍ ଅପରେଟର ଓ ଟ୍ରାଭେଲ ଏଜେଂଟ୍ ସମୁଦାୟର ମହତ୍ୱ ଏବଂ କିଭଳି ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ଅନେକ ବ୍ୟବସାୟିକ ସୁଯୋଗକୁ ସକ୍ଷମ କରିବ ଏବଂ ଭ୍ରମଣ ସମୁଦାୟ ପାଇଁ ଉତ୍ସାହଜନକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଓ ଅନୁଭୂତିର ଏକ ଶୃଙ୍ଖଳା ପ୍ରଦାନ କରିବ, ସେସମ୍ପର୍କରେ କହିଥିଲେ ।

ଏହି ଅବସରରେ  ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ  ସମଗ୍ର ବିଶ୍ୱରୁ ରାଜ୍ୟକୁ ନୂତନ ପିଢିର ଟ୍ରାଭେଲରମାନଙ୍କୁ ଆକର୍ଷିତ କରିବା ପାଇଁ ଇକୋ ରିଟ୍ରିଟ୍‌, ବୋଟ୍ କ୍ଲବ, ୟାଚ୍‌, କାରାଭାନ, କ୍ୟାମ୍ପିଙ୍ଗ ଭଳି ନୂଆ ଓ ଅଭିନବ ଉତ୍ପାଦଗୁଡିକ ସମେତ ରାଜ୍ୟର ପ୍ରଚାର ପ୍ରସାର ପାଇଁ ଓଡିଶା ପର୍ଯ୍ୟଟନର ପଦକ୍ଷେପଗୁଡିକ ଉପରେ ବିଦେଶୀ ଟୁର ଅପରେଟରଙ୍କ ପାଇଁ ଏକ ଉପସ୍ଥାପନା ଦେଇଥିଲେ ।

ଇଂଟରାକ୍ଟିଭ୍ ସେଶନ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଁଥିରେ ଓଡିଶୀ, ଛଉ ଓ ସମ୍ବଲପୁରୀ ଲୋକ ନୃତ୍ୟ ଭଳି ଓଡିଶାର ଲୋକକଳାର ପ୍ରଦର୍ଶନ କରାଯାଇଥିଲା ।

୧୬ଟି ଦେଶ ଯେପରିକି ବେଲ୍‌ଜିୟମ, ଇଣ୍ଡୋନେସିଆ, ମ୍ୟାଲେସିଆ, ମିଆଁମାର୍‌, ନେଦରଲ୍ୟାଣ୍ଡ୍‌ସ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ତୁର୍କୀ, ୟୁନାଇଟେଡ କିଙ୍ଗଡମ ଓ ଭିଏତନାମ ଆଦିରୁ ୫୫ ଜଣ ବିଦେଶୀ ଟୁର ଅପରେଟର କାର୍ଯ୍ୟକ୍ରମର ୨ୟ ଦିନ ଓ ୩ୟ ଦିନରେ ଅଂଶଗ୍ରହଣ କରିବେ । ଘରୋଇ ଟୁର୍ ଅପରେଟରଙ୍କ ସହ ଏକ ବି୨ବି ଅଧିବେଶନ ଏବଂ ଭୁବନେଶ୍ୱର, କୋଣାର୍କ, ପୁରୀ, ଭିତରକନିକା ଓ ସାତକୋଶିଆ ଭଳି ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀଗୁଡିକୁ ଏକ ଫ୍ୟାମିଲିଆରାଇଜେଶନ ଟ୍ରିପ୍‌ର ଯୋଜନା ମଧ୍ୟ ରହିଛି ।

Leave A Reply