Odisha news

ରିଲାଏନ୍ସ ଫାଉଣ୍ଡେସନ ମେଧାବୃତ୍ତି ପାଇଁ ଆବେଦନ ଆରମ୍ଭ, ୫,୧୦୦ ଛାତ୍ରଛାତ୍ରୀ ଉପକୃତ ହେବେ

0

– ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃତ୍ତି

– ପ୍ରଥମ ବର୍ଷର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ

ମୁମ୍ବାଇ, ୧୪ ଅଗଷ୍ଟ, ୨୦୨୬: ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୨୦୨୬-୨୭ ମେଧାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବର୍ଷ, ସାରା ଦେଶରେ ୫,୧୦୦ ଜଣ ପ୍ରଥମ ବର୍ଷର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ। ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସେମାନଙ୍କ ପାଠପଢ଼ା ସମୟରେ ପ୍ରଦାନ କରାଯିବ।

ମୋଟ ୫,୧୦୦ ମେଧାବୃତ୍ତି ମଧ୍ୟରୁ ୫,୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଏବଂ ୧୦୦ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଦେଶର ଯେକୌଣସି ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରେ ପୂର୍ଣ୍ଣକାଳୀନ ଡିଗ୍ରୀ ପାଠ୍ୟକ୍ରମର ପ୍ରଥମ ବର୍ଷରେ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏଥିପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ସ୍ନାତକ ମେଧାବୃତ୍ତି ପାଇଁ ଚୟନ ଯୋଗ୍ୟତା ଏବଂ ଆର୍ଥିକ ପରିସ୍ଥିତି ଉପରେ ଆଧାରିତ ହେବ। ଏହି ସ୍ନାତକୋତ୍ତର ବୃତ୍ତି ଇଞ୍ଜିନିୟରିଂ, ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ଲାଇଫ ସାଇନ୍ସେସ ଭଳି ଭବିଷ୍ୟତ-ମୁଖୀ ବିଷୟଗୁଡ଼ିକ ପଢ଼ୁଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଆର୍ଥିକ ସହାୟତା ବ୍ୟତୀତ, ମନୋନୀତ ଛାତ୍ରଛାତ୍ରୀମାନେ ପରାମର୍ଶ, ନେତୃତ୍ୱ ବିକାଶ, ନେଟୱାର୍କିଂ ସୁଯୋଗ ଏବଂ ଶିଳ୍ପ ବିଶେଷଜ୍ଞଙ୍କ କଥା ହେବାର ସୁଯୋଗ ପାଇବେ।

ରିଲାଏନ୍ସ ବିଗତ ତିନି ଦଶନ୍ଧି ଧରି ମେଧାବୃତ୍ତି ପ୍ରଦାନ କରିଆସୁଛି ଏବଂ ଏବେ ଯାଏଁ ୩୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସହାୟତା ମିଳିସାରିଛି। ଗତ ବର୍ଷ ମନୋନୀତ ୫,୧୦୦ ଛାତ୍ରଛାତ୍ରୀ ୨୭ ଟି ରାଜ୍ୟ ଏବଂ ସାତଟି କେନ୍ଦ୍ରଶାସିତ ଅଞ୍ଚଳର ୧,୩୫୦ ପ୍ରତିଷ୍ଠାନର ପ୍ରତିନିଧିତ୍ୱ କରୁଥିଲେ। ଯୋଗ୍ୟ ଛାତ୍ରଛାତ୍ରୀମାନେ ରିଲାଏନ୍ସ ଫାଉଣ୍ଡେସନର ମେଧାବୃତ୍ତି ୱେବସାଇଟ୍ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ।

Nalco
Leave A Reply