Odisha news

ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ , ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି – ଧର୍ମେନ୍ଦ୍ର ପ୍ରଧାନ

0

• ଓଡ଼ିଶା ସମେତ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ
• ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ପାଇଁ ଆହ୍ୱାନ
• ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ପାଇଁ ଦେଲେ ପରାମର୍ଶ

ଭୁବନେଶ୍ୱର, ଅଗଷ୍ଟ ୧୪, ୨୦୨୬ – ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର “ହର୍ ଘର୍ ତ୍ରିରଙ୍ଗା” ଅଭିଯାନରେ ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ପତାକା ଉତ୍ତୋଳନ କରିବା ପରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଆଜି ସମଗ୍ର ଦେଶରେ ଜାତୀୟତାବୋଧ, ଏକତା ଓ ଆତ୍ମସମ୍ମାନର ଏକ ଅନନ୍ୟ ଶିହରଣ ସୃଷ୍ଟି କରିଛି । ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଗ୍ରାମ ଓ ବଳିଦାନକୁ ମନେପକାଇବା ସହ ଦେଶସେବା ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରେରଣା ଯୋଗାଉଛି।

ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତ ଓଡ଼ିଶାବାସୀ ତଥା  ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ଅଭିଯାନରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ।

Nalco
Leave A Reply