Odisha news

ଭାରତର ଉଦୀୟମାନ ପ୍ରତିଭା ଓ ନେତୃତ୍ୱ ଉପରେ ବିଶ୍ୱର ନଜର : ରିଲାଏନ୍ସ ସହ ସହଭାଗିତାରେ ‘TIME100 Next’ ଆରମ୍ଭ

0

– ଉଦୀୟମାନ ଭାରତୀୟ ବ୍ୟକ୍ତିତ୍ୱ  ନେତୃତ୍ୱଙ୍କ ତାଲିକା ଏବଂ ଏକ ଗାଲା ଉତ୍ସବ ମୁମ୍ବାଇରେ ଆୟୋଜନ କରାଯିବ

– ଏହି ଉତ୍ସବ ଡିସେମ୍ବର ୨୦୨୬ରେ ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରରେ ଅନୁଷ୍ଠିତ ହେବ

– କଳାବିଜ୍ଞାନ ଏବଂ ବ୍ୟବସାୟ ସମେତ ବିଭିନ୍ନ କ୍ଷେତ୍ରର ୧୦୦ ଜଣ ଚେହେରାଙ୍କୁ ମିଳିବ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ

ନ୍ୟୁୟର୍କ/ମୁମ୍ବାଇ: ବିଶ୍ୱର ପ୍ରସିଦ୍ଧ ମିଡିଆ ବ୍ରାଣ୍ଡ ଟାଇମ ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ‘TIME100 Next India’ ଆରମ୍ଭ କରିବାର ଘୋଷଣା କରାଯାଇଛି, ଯାହା ରିଲାଏନ୍ସ ସହ ସହଭାଗିତାରେ ଆୟୋଜିତ ହେବ। ଏହି ପଦକ୍ଷେପ ଅଧୀନରେ, ଭାରତ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ୧୦୦ ଜଣ ଉଦୀୟମାନ ନେତୃତ୍ୱ ସ୍ଥାନର ବ୍ୟକ୍ତିତ୍ଵଙ୍କ ଚୟନ କରାଯିବ, ଯେଉଁମାନେ ଦେଶର ଭବିଷ୍ୟତକୁ ଆକାର ଦେଉଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ TIME100 (ଟାଇମ ହଣ୍ଡ୍ରେଡ଼) ଗାଲା ଅବସରରେ ଟାଇମ ସିଇଓ ଜେସିକା ସିବଲି ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି।

‘TIME100 Next India’ ତାଲିକା ଟାଇମ ପତ୍ରିକାର ସମ୍ପାଦକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ଏବଂ ଏଥିରେ କଳା, ବିଜ୍ଞାନ, ବ୍ୟବସାୟ, କ୍ରୀଡା ଏବଂ ସାମାଜିକ କ୍ଷେତ୍ରର ଉଦୀୟମାନ ପ୍ରତିଭାମାନଙ୍କୁ ସ୍ଥାନ ଦିଆଯିବ। ଏହି ତାଲିକା ଅନଲାଇନରେ ପ୍ରକାଶିତ ହେବ ଏବଂ ଡିସେମ୍ବର ୨୦୨୬ ରେ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରରେ ଏକ ସ୍ୱତନ୍ତ୍ର ଗାଲା ଉତ୍ସବ ସହିତ ପାଳନ କରାଯିବ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀ କହିଛନ୍ତି, “ଟାଇମ ସହିତ ଏହି ସହଭାଗିତା ଆମ ପାଇଁ ସ୍ୱତନ୍ତ୍ର, କାରଣ ଏହା ମାଧ୍ୟମରେ, ଆମେ ପ୍ରଥମ ଥର ପାଇଁ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରକୁ ‘TIME100 Next India’ ଆଣିବାକୁ ଯାଉଛୁ। ବିଶ୍ୱର ସର୍ବୋତ୍ତମକୁ ଭାରତ ଆଣିବା ଏବଂ ଭାରତର ସର୍ବୋତ୍ତମ ପ୍ରତିଭାକୁ ବିଶ୍ୱକୁ ନେବା ପାଇଁ ଆମର ସର୍ବଦା ପ୍ରୟାସ ରହିଛି।”

ଟାଇମ (TIME) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେସିକା ସିବଲି କହିଛନ୍ତି, “ଆମେ ପ୍ରଥମ ଥର ପାଇଁ ଭାରତକୁ ‘TIME100 Next’ ଆଣୁଛୁ, ଏବଂ ଏଥିପାଇଁ ଅତ୍ୟନ୍ତ ଉତ୍ସାହିତ ରହିଛୁ। ‘TIME100 Next India’ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ନେଉଥିବା ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଏକ ମଞ୍ଚରେ ଏକାଠି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ପଦକ୍ଷେପକୁ ସମ୍ଭବ କରିଥିବାରୁ ଆମେ ରିଲାଏନ୍ସ ପ୍ରତି କୃତଜ୍ଞ।”

ଟାଇମ (TIME) ଅନୁଯାୟୀ, ‘TIME100 Next’ ପ୍ଲାଟଫର୍ମ ଆଗାମୀ ଦଶନ୍ଧିଗୁଡ଼ିକୁ ଆକାର ଦେବାକୁ ଯାଉଥିବା ପ୍ରତିଭା ଓ ନେତୃତ୍ୱକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ପ୍ରସିଦ୍ଧ। ଭାରତରେ ଏହାର ବିସ୍ତାର ଏହି ବିଶ୍ୱସ୍ତରୀୟ ପଦକ୍ଷେପର ପ୍ରଥମ ଅନ୍ତର୍ଜାତୀୟ ସଂସ୍କରଣ। ଉଦଘାଟନୀ TIME100 Next India ତାଲିକା ଏବଂ ଗାଲା ଉତ୍ସବ ସମ୍ପର୍କରେ ଅଧିକ ସୂଚନା ଆଗାମୀ ମାସଗୁଡ଼ିକରେ ଘୋଷଣା କରାଯିବ।

Govt
Leave A Reply