Odisha news

୨୦୨୫-୨୬ ଆର୍ଥିକ ବର୍ଷରେ ଜିଓ ପ୍ଲାଟଫର୍ମସର ବାର୍ଷିକ ନେଟ୍ ଲାଭ ୧୫ ପ୍ରତିଶତ ବୃଦ୍ଧି ସହିତ ୩୦୦୫୩ କୋଟି ଟଙ୍କା ହୋଇଛି

- ବାର୍ଷିକ ରାଜସ୍ୱ ୧୪.୫ ପ୍ରତିଶତ ବୃଦ୍ଧି ପାଇ ୧,୪୬,୮୮୫ କୋଟି ଟଙ୍କା ହୋଇଛି

0

ମୁମ୍ବାଇ: ଆଜି ଘୋଷଣା କରାଯାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆର୍ଥିକ ଫଳାଫଳ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଜିଓ ପ୍ଲାଟଫର୍ମସର ବାର୍ଷିକ ନେଟ୍ ଲାଭ ୧୫ ପ୍ରତିଶତ ବୃଦ୍ଧି ପାଇ ୩୦୦୫୩ କୋଟି ଟଙ୍କା ହୋଇଥିବାବେଳେ ସାମଗ୍ରିକ ରାଜସ୍ୱ ୧୪.୫ ପ୍ରତିଶତ ବୃଦ୍ଧି ପାଇ ୧,୪୬,୮୮୫ କୋଟି ଟଙ୍କା ହୋଇଛି।

ଏହି ଆର୍ଥିକ ବର୍ଷରେ ଜିଓ ୫ଜି ଏବଂ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ସଂଯୋଗରେ ଦ୍ରୁତ ଗତି ଜାରି ରଖି ଯଥାକ୍ରମେ ୭.୫ କୋଟି ଏବଂ ୧ କୋଟି ଗ୍ରାହକ ଯୋଡିଛି। ମାର୍ଚ୍ଚ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ମୋଟ ଗ୍ରାହକ ସଂଖ୍ୟା ୫୨.୪ କୋଟି ଅତିକ୍ରମ କରିଛି ଯେଉଁଥିରେ ୨୬.୮ କୋଟି ୫ଜି ଗ୍ରାହକ ଅନ୍ତର୍ଭୁକ୍ତ ରହିଛନ୍ତି। ସେହିଭଳି ଜିଓଏୟାରଫାଇବର ମଧ୍ୟ ୧.୩ କୋଟି ଉପଭୋକ୍ତାଙ୍କ ସହିତ ଏହାର ବିଶ୍ୱ ନେତୃତ୍ୱକୁ ଆହୁରି ସୁଦୃଢ଼​​କରିଛି।

ଜାନୁଆରୀରୁ ମାର୍ଚ୍ଚ ୨୦୨୬ ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ନେଟ୍ ଲାଭ ୧୩ ପ୍ରତିଶତ ବୃଦ୍ଧି ପାଇ ୭୯୩୫ କୋଟି ଟଙ୍କା ହୋଇଛି। ଏହାର ତ୍ରୈମାସିକ ରାଜସ୍ୱ ୪୪,୯୨୮ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୭ ପ୍ରତିଶତ ଅଧିକ ରହିଛି।

ଜାନୁଆରୀରୁ ମାର୍ଚ୍ଚ ୨୦୨୬ ତ୍ରୈମାସିକରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ୍ ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୩୫ ପ୍ରତିଶତ ବୃଦ୍ଧି ପାଇ ୬୬ ବିଲିୟନ ଜିବି ବା ୬୬ ଏକ୍ସାବାଇଟ୍ ହୋଇଛି। ଜିଓ ନେଟୱାର୍କରେ ମାସିକ ପ୍ରତି ଗ୍ରାହକ ପିଛା ଡାଟା ବ୍ୟବହାର ୪୨.୩ ଜିବି ପ୍ରତି ମାସକୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ସେହିପରି ତ୍ରୈମାସିକ ଭଏସ୍ ଟ୍ରାଫିକ୍ ୧.୫୪ ଟ୍ରିଲିୟନ ମିନିଟକୁ ବୃଦ୍ଧି ପାଇଛି।

୫ଜି ରେ ଜିଓର ସୁଦୃଢ଼ ନେଟୱାର୍କ ଓ ନେତୃତ୍ୱ ଗ୍ରାହକମାନଙ୍କୁ ଆକର୍ଷିତ କରିଚାଲିଛି ଏବଂ ମାର୍ଚ୍ଚ ୨୦୨୬ ସୁଦ୍ଧା ଜିଓର ମୋଟ ୫ଜି ଗ୍ରାହକ ସଂଖ୍ୟା ୨୬.୮ କୋଟିରେ ପହଞ୍ଚିଛି। ଜିଓ ୫ଜି ନେଟୱର୍କ ଏବେ ମୋଟ ୱାୟାରଲେସ୍ ଟ୍ରାଫିକର ୫୫ ପ୍ରତିଶତ ବହନ କରୁଛି। ଏହି ଆର୍ଥିକ ବର୍ଷରେ ଏକ କୋଟି ଗ୍ରାହକ ଯୋଡିବା ସହିତ ଜିଓ ଦେଶରେ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ବଜାର ଅଭିବୃଦ୍ଧିକୁ ଆଗକୁ ନେଉଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରେ ମୋଟ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୨୭.୧ ନିୟୁତ ଥିବାବେଳେ ଜିଓ ର ବଜାର ଅଂଶ ୪୩ ପ୍ରତିଶତ ରହିଛି, ଯାହା ଗତ ୧୨ ମାସ ମଧ୍ୟରେ ୧୦ ପ୍ରତିଶତ ବୃଦ୍ଧି ପାଇଛି। ୧୩ ନିୟୁତ ଗ୍ରାହକଙ୍କ ସହିତ ଜିଓଏୟାରଫାଇବର ବର୍ଷକ ମଧ୍ୟରେ ଯୋଡିହୋଇଥିବା ଫିକ୍ସଡ଼ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ହାସଲ କରିଛି।

ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ ଶ୍ରୀ ଆକାଶ ଏମ୍ ଅମ୍ବାନୀ କହିଛନ୍ତି, “ଭାରତକୁ ଇଣ୍ଟରନେଟ୍ ଯୁଗ ସହିତ ଯୋଡିବାରେ ଜିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ସାରା ଭାରତରେ ୫୨ କୋଟି ୪୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହିତ ଏହା ଏବେ ଇଣ୍ଟେଲିଜେନ୍ସ ଯୁଗର ଡିଜିଟାଲ୍ ପ୍ରବେଶ ଦ୍ୱାର ହେବା ସ୍ଥିତିରେ ରହିଛି। ଜିଓର ଅତ୍ୟାଧୁନିକ ଯୋଗାଯୋଗ ବା କନେକ୍ଟିଭିଟି ଏବଂ ଏଜ କମ୍ପ୍ୟୁଟ୍ ଭିତ୍ତିଭୂମି ଏହାକୁ ପ୍ରମୁଖ ମାଧ୍ୟମ କରିଛି ଯାହା ଜରିଆରେ ଏଆଇ ସେବାଗୁଡ଼ିକ ଭାରତୀୟ ଗ୍ରାହକ, ପରିବାର ଏବଂ ବ୍ୟବସାୟଗୁଡ଼ିକ ପାଖରେ ପହଞ୍ଚିବ। ଏହା ଆଗାମୀ ଅନେକ ବର୍ଷ ପାଇଁ ଏହି ଶକ୍ତି ଜିଓର ଶିଳ୍ପ-ଅଗ୍ରଣୀ ଅଭିବୃଦ୍ଧିକୁ ବଜାୟ ରଖିବ।”

ଫଳାଫଳ ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡିଅମ୍ବାନୀ କହିଛନ୍ତି: “ଜିଓ କ୍ରମାଗତ ଭାବରେ ଭାରତର ଡିଜିଟାଲ୍ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି। ମୁଁ ଖୁସି ଯେ ଆମେ ଜିଓ ପ୍ଲାଟଫର୍ମସର ଲିଷ୍ଟିଙ୍ଗ କରିବା ଦିଗରେ ଦୃଢ଼ ଭାବରେ ଅଗ୍ରସର ହେଉଛୁ। ଏହା ଜିଓର ଯାତ୍ରାରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ହେବ, ଏହାକୁ ନୂତନ ଉଚ୍ଚତାକୁ ନେବା ଏବଂ ଭାରତର ଡିଜିଟାଲ୍ ଭବିଷ୍ୟତରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବା ଜାରି ରଖିବ। ଆମେ ଏଆଇ ଉପକରଣ ଏବଂ ଆଗାମୀ ପିଢ଼ିର ପ୍ରଯୁକ୍ତି ପ୍ଲାଟଫର୍ମଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛୁ ଏବଂ ଆଗାମୀ ବର୍ଷଗୁଡ଼ିକରେ ଭାରତ କିପରି ଯୋଗାଯୋଗ, କମ୍ପ୍ୟୁଟ କରିବ ଏବଂ କଣ୍ଟେଣ୍ଟ ବା ବିଷୟବସ୍ତୁ ବ୍ୟବହାର କରିବା ତାହା ଆକାର ଦେବାରେ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିବା ସ୍ଥିତିରେ ରହିଛି।”

Govt
Leave A Reply