Odisha news

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ  ୨୦୨୫–୨୬ ଆର୍ଥିକ ବର୍ଷରେ ସର୍ବାଧିକ ଟିକେଟ୍ ଯାଞ୍ଚ ଆୟ ରେକର୍ଡ କରିଛି

0

ପୂର୍ବତଟ ରେଳପଥ ର  ଖୋର୍ଦ୍ଧା ରୋଡ୍ ମଣ୍ଡଳ ୨୦୨୫–୨୬ ଆର୍ଥିକ ବର୍ଷରେ ଟିକେଟ୍ ଯାଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ସମଗ୍ର ଜୋନ୍‌ ମଧ୍ୟରେ ସର୍ବାଧିକ ଆୟ ରେକର୍ଡ କରିଛି।

ଉକ୍ତ ଅବଧିରେ ପ୍ରାୟ ୭.୩୮ ଲକ୍ଷ ଅନାଧିକୃତ ଓ ଅନିୟମିତ ଯାତ୍ରୀଙ୍କୁ ଠାରୁ ଭାଡ଼ା ଓ ଜରିମାନା ଆଦାୟ କରି ମୋଟ ୩୯.୭୧ କୋଟି ଟଙ୍କା ଆୟ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ 21% ବୃଦ୍ଧିକୁ ପ୍ରତିଫଳିତ କରୁଅଛି ।

ଏହି ସଫଳତା ବ୍ୟବସ୍ଥିତ ପରିକଳ୍ପନା ଓ ବାଣିଜ୍ୟ ବିଭାଗ ର  ସୁଚିନ୍ତିତ କାର୍ଯ୍ୟଅନୁଷ୍ଠାନ ସହ ସୁରକ୍ଷା ବିଭାଗଙ୍କ ସମନ୍ୱିତ ପ୍ରୟାସର ଫଳସ୍ୱରୂପ ସମ୍ଭବ ହୋଇଛି। ବିଭାଗ ଅଧୀନର ବିଭିନ୍ନ ଟ୍ରେନ୍ ଓ ଷ୍ଟେସନ୍‌ଗୁଡ଼ିକରେ ପ୍ରାୟ ୩,୦୦୦ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଚାଲାଯାଇଥିଲା।

ଏହି ସମଗ୍ର କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ୍ ମଣ୍ଡଳ  ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ ଙ୍କ ନିର୍ଦ୍ଦେଶରେ   ପରିଚାଳିତ ହୋଇଥିଲା।

ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଯାତ୍ରୀମାନଙ୍କୁ ବୈଧ ଟିକେଟ୍ ସହ ଯାତ୍ରା କରିବାକୁ ଓ ରେଳବାଇକୁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି, ଯାହା ଫଳରେ ସତ୍ୟନିଷ୍ଠ ଯାତ୍ରୀମାନଙ୍କ ପାଇଁ ଉତ୍ତମ ସେବା ସୁନିଶ୍ଚିତ ହେବ।

ଦୈନିକ ଯାତ୍ରୀମାନଙ୍କୁ MEMU/ଲୋକାଲ୍ ଟ୍ରେନ୍‌ରେ ନିୟମିତ ଯାତ୍ରା ପାଇଁ MST/QST/YST ପରି ରିଆତି ସୁବିଧା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଅନାଧିକୃତ ଯାତ୍ରାକୁ ରୋକିବା ସହିତ ଶୃଙ୍ଖଳିତ ଯାତ୍ରା ପରିବେଶ ସୁନିଶ୍ଚିତ କରିବା ପାଇଁ ବିଭାଗ ଟିକେଟ୍ ଯାଞ୍ଚ ଅଭିଯାନକୁ ଆହୁରି ତୀବ୍ର କରାଯାଇଛି ।

Govt
Leave A Reply