Odisha news

ଅଗଷ୍ଟ ୧୫ ଦିନ କାହିଁକି ଦିଲ୍ଲୀ ବାସୀ ଉଡାଇ ଥାଆନ୍ତି ଗୁଡ଼ି ଏବଂ ଦେଶର ସ୍ୱାଧୀନତା ସହିତ ଏହାର କଣ ରହିଛି କନେକ୍ସନ

0

ଆମେ ସ୍ୱାଧୀନତା ଦିବସ କୁ ଗୋଟିଏ ସ୍ୱତନ୍ତ୍ର ଦିନ ଭାବରେ ପାଳନ କରିଥାଉ, ଏବଂ ଏହିଦିନଟିର ଅନେକ ମହତ୍ୱ ରହିଛି, ଏବଂ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଅଲଗା ଅଲଗା ଭାବରେ ପାଳନ କରାଯାଇଥାଏ, ବିଶେଷ ଭାବରେ ଏହି ଦିନ ଦିଲ୍ଲୀ ବାସୀ ରଙ୍ଗ ବେରଙ୍ଗ ର ପତାକା ଉଡାଇ ଥାଆନ୍ତି, ଦିଲ୍ଲୀ ର ଗଳିକନ୍ଦି ରୁ ନେଇ ଛାତ ପର୍ଯ୍ୟନ୍ତ ଗୁଡ଼ି ରେ ସଜା ଯାଇଥାଏ, ସ୍ୱତନ୍ତ୍ରତା ଦିବସ ର ବିଶେଷ ଦିନରେ  ଛୋଟ ପିଲାଠାରୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତେ ଗୁଡ଼ି ଉଡାଇ ଥାଆନ୍ତି, ଦେଶର ସ୍ୱାଧୀନତା ସହିତ ରହିଛି ବିଶେଷ ସମ୍ବନ୍ଧ l

ଅଗଷ୍ଟ ୧୫ ରେ କାହିଁକି ରହିଛି ଗୁଡ଼ି ଉଡ଼ାଇବାର ସମ୍ପର୍କ ?
ଅଗଷ୍ଟ ୧୫ ଦିନ ଦିଲ୍ଲୀ ରେ ଉତ୍ସବ ର ମାହୋଲ ରହିଥାଏ, ଲାଲ କିଲ୍ଲା ରେ ତ୍ରିରଙ୍ଗା ଲହରାଇଥାଏ, ଦେଶ ଭକ୍ତି ର ସଂଗୀତ ରେ ସାରା ଦିଲ୍ଲୀ ପ୍ରକମ୍ପିତ ହୋଇଥାଏ, ବିଶେଷ ଭାବରେ ପୁରୁଣା ଦିଲ୍ଲୀ, ଚାନ୍ଦିନୀ ଚୌକ ଓ ଲଖନଉ ଭଳି ଉତର ଭାରତର ସହର ରେ ଗୁଡ଼ି ଉଡ଼ାଇବାର ପରମ୍ପରା ସ୍ୱତନ୍ତ୍ରତା ଦିବସ ରେ ଉଡ଼ାଜାଇ ଥାଏ, ଛୋଟପିଲା, ଯୁବକ ଓ ବୟସ୍କ ସମସ୍ତେ ଛାତ ଉପରେ ଏକାଠି ହୋଇ ଗୁଡ଼ି ଉଡାଇ ଥାଆନ୍ତି, କିନ୍ତୁ ଏହି ପରମ୍ପରା କେବଳ ମନୋରଞ୍ଜନ ପର୍ଯ୍ୟନ୍ତ ସୀମିତ ନଥାଏ, ଏହା ପଛରେ ରହିଛି ଗୋଟିଏ ବଡ଼ ଐତିହାସିକ ସମ୍ବନ୍ଧ ଲୁଚି ରହିଛି l

କଣ ରହିଛି ଗୁଡ଼ି ଉଡ଼ାଇବାର ଇତିହାସ ?
ଏହି ପରମ୍ପରା ଆରମ୍ଭ ହୋଇଥିଲା ଦେଶ ସ୍ୱାଧୀନ ହେବା ପୂର୍ବରୁ, ଅର୍ଥାତ ୧୯୨୮ରୁ, ଯେଉଁ ସମୟ ରେ ଭାରତ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱାଧୀନତା ପାଇଁ ଲଢୁଥିଲା, ସେହି ସମୟରେ ସାଇମନ କମିଶନ ବିରୁଦ୍ଧରେ ସ୍ୱତନ୍ତ୍ରତା ସେନାନୀ ଅଦ୍ଭୁତ ଉପାୟ ଆପଣାଇ ଥିଲେ, ଏବଂ ଗୁଡ଼ି ଉପରେ ସାଇମନ ଗୋ ବ୍ୟାକ ନାରା ଲେଖି ପ୍ରଦର୍ଶନ କରୁଥିଲେ, ଏବଂ ଏହି ଉପାୟ ରଚନାତ୍ମକ ଭାବରେ ଦେଶ ବାସୀ ଙ୍କ ମଧ୍ୟରେ ସ୍ୱାଧୀନତା ର ଭାବନା ମଜବୁତ କରିଥିଲା l

ଗୁଡ଼ି ଉଡାଇବା ସ୍ୱାଧୀନତା ର ପ୍ରତୀକ –
୧୯୪୭ ରେ ସ୍ୱାଧୀନତା ପରେ ଏହି ପରମ୍ପରା ଖୁସି ଓ ଉତ୍ସବ ରୂପ ନେଇ ସାରିଛି, ଯାହା ଆଜି ମଧ୍ୟ ସ୍ୱାଧୀନତା ର ପ୍ରତୀକ ହୋଇ ରହିଛି, ବିଶେଷ ଭାବରେ ଦିଲ୍ଲୀ ରେ ତ୍ରିରଙ୍ଗା ର ରଙ୍ଗ ଭଳି ପତାକା ଉଡାଇବା ଦେଶ ବାସୀ ଙ୍କ ମନରେ ଉତ୍ସାହ ଭରିଥାଏ, ଦିଲ୍ଲୀ ବାସୀ ଏହି ପରମ୍ପରା କୁ ଖୁବ ଆନନ୍ଦ ର ସହିତ ପାଳନ କରିଥାନ୍ତି l

Leave A Reply