Odisha news

କଣ ସତରେ ଅଧା ଦୁନିଆକୁ ଧ୍ବଂସ କରିଦେବ ପାକିସ୍ତାନ ? କଣ ପାଇଁ ସେ ଦେଉଛି ଏଭଳି ଧମକ ?

0

ନିକଟରେ ପାକିସ୍ତାନ ସେନା ପ୍ରମୁଖ ଆସୀମ ମୁନୀର ଆମେରିକା ଗସ୍ତରେ ଯାଇଥିବାକୁ ନେଇ ସାରା ବିଶ୍ୱରେ ଗୋଟିଏ ଚର୍ଚା ଚାଲିଛି, ଫ୍ଲୋରିଡ଼ା ର ଟାମ୍ପl ରେ ପାକିସ୍ତାନୀ ପ୍ରବାସୀ ସମୁଦାୟ କୁ ସମ୍ବୋଧିତ କରି ମୁନୀର କହିଥିଲେ ଯେ ଯଦି ଭାରତ ନିକଟରୁ ଯୁଦ୍ଧରେ ପାକିସ୍ତାନ କୁ କିଛି ବିପଦ ରହିଲା ତେବେ ସେ ଅଧା ଦୁନିଆକୁ ନିଜ ସହିତ ଉଡାଇ ଦେବ, ଏହାଛଡା ଭାରତର ସିନ୍ଧୁ ନଦୀ ଉପରେ ଥିବା ବନ୍ଧ କୁ ଆଗ ଉଡାଇ ଦେବ l

ମୁନୀର ଙ୍କର ଏହି ବୟାନ କୁ ନେଇ ଭାରତ କଡା ପ୍ରତିକ୍ରିୟା ଦେଇଛି, ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ର ଏହି ମାନସିକତାକୁ ପାଗଳାମି ବୋଲି ଆଖ୍ୟା ଦେଇଛି, ପାକିସ୍ତାନୀ ଆର୍ମି ଓ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗଭୀର ସମ୍ପର୍କ ରହିଛି ଏବଂ ପାକିସ୍ତାନ ଉପରେ କୌଣସି ବିଶ୍ୱାସ ନାହିଁ l

ମୁନୀର ନିଜ ଭାଷଣ ରେ ଭାରତ ର ଉଦ୍ୟୋଗପତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରି ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଙ୍କୁ ମଧ୍ୟ ସିଧାସଳଖ ଧମକ ଦେଇଥିଲେ, ସେ କହିଥିଲେ ଯେ ଗୋଟିଏ ଟୁଇଟ କରାଯାଇଥିଲା ଯେ କୁରାନ ର ୧୦୮ ତମ ଅଧ୍ୟାୟ ଯେଉଁଥିରେ ହାତୀ ମାନଙ୍କର ସେନାର ବିନାଶ ର ବର୍ଣନା କରାଯାଇଥିଲା, ଏବଂ ଏଥିରେ ଅମ୍ବାନୀ ଙ୍କ ଫୋଟୋ ଲଗାଯାଇଥିଲା l ଏବଂ ପାକିସ୍ତାନ ଭାରତର ପୂର୍ବରୁ ନେଇ ପଶ୍ଚିମ ଆଡକୁ ବଢିବୁ l

କିଛି ସୈନ୍ୟ ବିଶେଷଜ୍ଞ ଙ୍କ ମତରେ ପାକିସ୍ତାନ ପରମାଣୁ ଅସ୍ତ୍ର କେବଳ କ୍ଷେତ୍ରୀୟ ସ୍ତର ପାଇଁ ପ୍ରସ୍ତୁତ ଅଛି, ଯାହାର ମୁଖ୍ୟ ଉଦେଶ୍ୟ ଭାରତ କୁ ହାନି କରିବା ରହିଛି, ଯାହାର ଅଧା ଦୁନିଆ ନଷ୍ଟ କରିବାର ଧମକ ଦେଉଛି, ଏଥିସହିତ ସୈନ୍ୟ ବିଶେଷଜ୍ଞ କହିଛନ୍ତି ଯେ ପାକିସ୍ତାନ ନିକଟରେ ପରମାଣୁ ହତିଆର ତ ରହିଛି, କିନ୍ତୁ ତାର ଏତେ ସାହସ ନାହିଁ, ଅଧା ଦୁନିଆ ବର୍ବାଦ କରିବାର ତାର ଯେଉଁ ଧମକ ରହିଛି ତାହା ବିଶ୍ୱର ଚିନ୍ତା ବଢାଇବ l

Govt
Leave A Reply