Odisha news

ଶିଶୁ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ ଡିଜିଟାଲାଇଜେସନ : ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଶିଶୁ ଯତ୍ନ ଓ ସୁରକ୍ଷା ସହ ଜଡ଼ିତ ତଥ୍ୟ ବିଶ୍ଳେଷଣ ସହଜ ହେବ :ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

0

ଭୁବନେଶ୍ୱର, ତା ୨୩/୦୬/୨୦୨୫ରିଖ : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଶିଶୁମାନଙ୍କ ଯତ୍ନ,ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ କରକମଳରେ ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ ହୋଇଯାଇଛି । ଏହି ୱେବ ପୋର୍ଟାଲ, ଶିଶୁ ସୁରକ୍ଷା ୟୁନିଟ(DCPU), ଶିଶୁ କଲ୍ୟାଣ କମିଟି (CWCs), କିଶୋର ନ୍ୟାୟ ବୋର୍ଡ (JJBs), ଶିଶୁ ଯତ୍ନ ପ୍ରତିଷ୍ଠାନ(CCI) ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସୁଗମ ସମନ୍ଵୟ ସକ୍ଷମ କରିବ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଶିଶୁ କଲ୍ୟାଣ, ଶିଶୁ ପୋଷଣ ଓ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଶୈଳୀରେ ସୁଧାର ଆସିବ। ଡିଜିଟାଲି ଅପଡେଟ ତଥ୍ୟ ସାହାଯ୍ୟରେ ଶିଶୁ ସ୍ଵାସ୍ଥ୍ୟ ଓ ପୋଷଣ ସଠିକ ଭାବେ ଟ୍ରାକ ହୋଇପାରିବ।ଏହି ୱେବ ପୋର୍ଟାଲ୍ ମାଧ୍ୟମରେ ପୋଷଣ ଟ୍ରାକର ଓ ଚାଇଲ୍ଡ ହେଲ୍ପଲାଇନ ଲାଇନ ନମ୍ବର ୧୦୯୮ର ସମନ୍ଵୟ ମଧ୍ୟ ରହିପାରିବ। ଏହି ପୋର୍ଟାଲ୍ ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦ ଭଳି ଯୋଜନାଗୁଡିକର ଅଦ୍ୟତନ ତଥ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରେଇପାରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ସହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ ।

Leave A Reply