ଭୁବନେଶ୍ୱର,(ନି.ପ୍ର): ଶହୀଦନଗର ଥାନା ଅ ଳରେ ଶନିବାର ଫ୍ଲିପ୍କାର୍ଡ ଡେଲୀବରୀ ବୟଙ୍କୁ ୩ ଜଣ ଯୁବକ ମାଡମାରି ଲୁଟପାଟ କରିଛନ୍ତି । ଉକ୍ତ ସମୟରେ ଜଣେ ସ୍ଥାନୀୟ ଲୋକ ବିରୋଧ କରିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଏ ନେଇ ଆକ୍ରମଣର ଶୀକାର ଯୁବକ ପୁର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଥାନାର ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ ପୁର୍ଣ୍ଣ ଫ୍ଲିପକାର୍ଡ ଅର୍ଡର ଡେଲବରୀ ଦେବାକୁ ଶନିବାର ସାଢେ ୩ଟା ବେଳକୁ ଶହୀଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିକୁ ଯାଇଥିଲେ ।
୩ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ପୁର୍ଣ୍ଣଙ୍କ ବାଇକକୁ ଅଟକାଇ ଗାଳି ଗୁଲଜ କରଥିଳେ । ଏଥିସହ ମାଡ ମାରି ତାଙ୍କ ଡେଲିବରୀ ବ୍ୟାଗ ଛଡାଇବାକୁ ଉଦ୍ୟମ କରିଥିଲେ । । ଏ ନେଇ ଜଣେ ସ୍ଥାନୀୟ ଲୋକ ବିରୋଧ କରିବାରୁ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଡେଲୀବରି ବ୍ୟାଗ ଛଡାଇ ଫେରାର ହୋଇଯାଇଥଲେ । ଏ ନେଇ ପୁର୍ଣ୍ଣ ଥାନାରେ ଅଭିଯୋଗ କରିବା ପରେ ପୋଲସ ଘଟଣାର ତଦନ୍ତ ଆରମ୍ଭ କରିଛି ।