Odisha news

ଦିଲ୍ଲୀରେ ଅକ୍ଟୋବରରେ ହାଡଭଙ୍ଗା ଶୀତ : ସବୁ ରେକଡ଼ ଭାଙ୍ଗିଲା

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଏନେଇ ତଥ୍ୟ ଜାରି କରାଯାଇଛି। ସୂଚନାନୁଯାୟୀ, ଦିଲ୍ଲୀରେ ଅକ୍ଟୋବରରେ ଏଭଳି ଶୀତ କେବେ ବି ହୋଇ ନ ଥିଲା। ଦୀର୍ଘ ୫୮ ବର୍ଷ ଅର୍ଥାତ୍‌ ୧୯୬୨ ମସିହା ପରଠାରୁ ଅକ୍ଟୋବରରେ ଦିଲ୍ଲୀର ହାରାହାରି ତାପମାତ୍ରା ୧୭.୨ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବାବେଳେ ଏବର୍ଷ କିନ୍ତୁ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗି ୧୬.୯ ଡିଗ୍ରୀ ସେଲ୍‌ସିୟସ୍‌ ଡିଗ୍ରୀ ତଳକୁ ଖସି ଆସିଛି।

ଗତ ଗୁରୁବାର ଦିଲ୍ଲୀରେ ସର୍ବନିମ୍ନ ୧୨.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ରେକର୍ଡ କରାଯାଇଥିଲା। ଯାହାକି ଗତ ୨୬ ବର୍ଷର ରେକର୍ଡ ଭାଙ୍ଗିଥିଲା। ତେବେ ଦିଲ୍ଲୀ ଆକାଶରେ ବାଦଲର ଆସ୍ତରଣ କମ୍‌ ଥିବା କାରଣରୁ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି।

Nalco
Leave A Reply