Odisha news

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ଦଶନ୍ଧିର ସମସ୍ୟା ମାତ୍ର ୭ ଘଣ୍ଟାରେ ହେଲା ସମାଧାନ

0

ଭୁବନେଶ୍ୱର (Suvendra Pattanaik) :- କେନ୍ଦ୍ରାପଡା ଜ଼ିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେର ଗାଁର ସରୋଜକାନ୍ତ ସାହୁଙ୍କ ଝିଅ ସୁଶ୍ରୀ ସଂଗୀତା ସାହୁ ଭିନ୍ନକ୍ଷମ ପ୍ରମାଣପତ୍ର ନଥିବା ହେତୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭତ୍ତା ଓ ଅନ୍ୟାନ୍ୟ ଯୋଜନାର ସୁଫଳ ପାଇବାରୁ ବହୁବର୍ଷ ଧରି ସୁଶ୍ରୀ ସଂଗୀତା ବଞ୍ଚିତ ହେଉଥିବା ଖବର ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ମାଧ୍ୟମରୁ ଜାଣିଲା ପରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସୁଶ୍ରୀ ସଂଗୀତାଙ୍କ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା କରି ତୁରନ୍ତ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ କେନ୍ଦ୍ରାପଡା ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ .. ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୁଶ୍ରୀ ସଂଗୀତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ମାତ୍ର ୭ ଘଣ୍ଟା ମଧ୍ୟରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି ..ଏକ ଦଶନ୍ଧିର ସମସ୍ୟାକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ସମାଧାନ କରିଥିବାରୁ ସୁଶ୍ରୀ ସଂଗୀତାଙ୍କ ପରିବାର ଓ ମହାକାଳପଡ଼ାର ସମାଜସେବୀମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି .. ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ସାଧ୍ୟମତେ ଆନ୍ତରିକ ସାହାଯ୍ୟ-ସହଯୋଗ କରିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି..

Nalco
Leave A Reply