ବର୍ତମାନ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଙ୍କୁ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଖୁଲାସା ହେଉଛି, ପାକିସ୍ତାନ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ରେ ରହି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ପ୍ରଥମେ ପାକିସ୍ତାନ ଯାଇଥିଲେ, ଏହାପରେ କାଶ୍ମୀର ଗସ୍ତ କରିଥିଲେ, ଏବଂ ଅପରେସନ ସିନ୍ଦୁର୍ ସମୟରେ ସିଧାସଳଖ ପାକିସ୍ତାନ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ରେ ରହିଥିଲେ l ହରିୟାଣା ପୋଲିସ ର ସୂଚନା ଅନୁସାରେ ଏହା କୌଣସି ଟ୍ରାଭେଲ ଯାତ୍ରା ର ବ୍ଲଗର ନୁହେଁ , ବରଂ ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡିତ l
୨୨ ଅପ୍ରେଲ ରେ ପହଁଲଗାମ ରେ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କୀ ଆଡା କୁ ଧ୍ବଂସ କରିବା ପାଇଁ ପାକିସ୍ତାନ ରେ ପଶି ଅପରେସନ ସିନ୍ଦୁର ଚାଲିଥିବା ବେଳେ ଜ୍ୟୋତି ମାଲହୋତ୍ରା ଙ୍କ ଗତିବିଧି ସନ୍ଦିଗ୍ଧ ଜଣାପଡି ଥିଲା, ପୋଲିସ ର ସୂଚନା ମୁତାବକ ଜ୍ୟୋତି ଏହି ସମୟ ରେ ପାକିସ୍ତାନ ଇଣ୍ଟେଲିଜେନ୍ସ ସହିତ ସମ୍ପର୍କ ରେ ଥିଲେ ଏବଂ ସମ୍ବେଦନଶୀଳ ସୂଚନା ହ୍ଵାଟ୍ସଆପ , ଟେଲିଗ୍ରାମ ଓ ସ୍ନାପ ଚାଟ ଜରିଆରେ ସେୟାର କରୁଥିଲେ l
ହରିୟାଣା ପୋଲିସ ର ସୂଚନା ଅନୁସାରେ ଜ୍ୟୋତି ମାଲହୋତ୍ରା ପହଁଲଗାମ ଆକ୍ରମଣ ପୂର୍ବରୁ ଯାଇଥିଲେ କାଶ୍ମୀର, ଏବଂ କାଶ୍ମୀର ପୂର୍ବରୁ ପାକିସ୍ତାନ ଯାଇଥିଲେ, ଯେଉଁ ଯାତ୍ରାକୁ ଗୋଟିଏ ନିର୍ଦ୍ଧିଷ୍ଟ ଉଦେଶ୍ୟ ପାଇଁ ଯାତ୍ରା ବୋଲି ପୋଲିସ କହିଛି, ଏହାଛଡା ଜ୍ୟୋତି ପାକିସ୍ତାନୀ ଏଂବାସୀ ର ନୂଆଦିଲ୍ଲୀ ରେ ଥିବା ଜଣେ ଅଫିସର ଙ୍କ ସହିତ ସିଧାସଳଖ ସମ୍ପର୍କ ରେ ଥିଲେ l ଯାହାଙ୍କୁ ନିକଟରେ ଭାରତ ସରକାରଙ୍କ ଦ୍ୱାରା ଅମାନ୍ୟ ରାଜନାୟୀକ ପ୍ରତିନିଧି ଘୋଷିତ କରି ଦିଶାରୀ ନିଷ୍କାସନ କରାଯାଇଛି l ୨୦୨୩ ରେ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଏଂବାସୀ ର କାର୍ଯ୍ୟରତ ଅଧିକାରୀ ଦାନିଶ ଙ୍କ ସମ୍ପର୍କ ରେ ଆସିଥିଲେ l ଏବଂ ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଖୁବ ନିବିଡ଼ ହୋଇଥିଲା l
ବର୍ତମାନ ସୁଧା ଏହି କେଶ କୁ ନେଇ ପୋଲିସ ଜ୍ୟୋତି ମାଲହୋତ୍ରା ଙ୍କର ଲାପଟପ , ମୋବାଇଲ ର ଫୋରେନସିକ ପରୀକ୍ଷଣ କରୁଛି ଏବଂ ପଇସା ଦିଆନିଆ, ଯାତ୍ରା ବିବରଣୀ ଓ ପାକିସ୍ତାନୀ ଅଧିକାରୀ ଙ୍କ ସହିତ ବୈଠକ ର ଯାଞ୍ଚ କରୁଛି l
ନିକଟରେ ମିଳିଥିବା ସୂଚନା ଅନୁସାରେ ଜ୍ୟୋତି ମାଲହୋତ୍ରା ଙ୍କର ଓଡିଶା ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି l ପୁରୀ ର ପ୍ରିୟଙ୍କା ଜ୍ୟୋତି ଙ୍କ ସଂସ୍ପର୍ଶ ରେ କିପରି ଆସିଲେ ଏବଂ କେତେଥର କର୍ତ୍ତାରପୁର ସାହିବ କରିଡର ଯାଇଛନ୍ତି ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି l