କଣ ରହିଛି ଏଫଷ୍ଟିନ ଫାଇଲ ର ରହସ୍ୟ ? କିଏ ସେହି ଏଫଷ୍ଟିନ ଯାହା ଉପରେ ଲାଗିଥିଲା ସେକ୍ସ ଟ୍ରେଫିକିଙ୍ଗ ଓ ମାନବ ତସ୍କରୀ ଗମ୍ଭୀର ଆରୋପ, ଜେଲ୍ ରେ ବନ୍ଦ ଥିବା ସମୟରେ ହୋଇଥିଲା ମୃତ୍ୟୁ , ଏହା ମୃତ୍ୟୁ ଥିଲା ନା ଥିଲା ହତ୍ୟା ?
ମୃତ୍ୟୁର ୬ ମାସ ପରେ ଏପଷ୍ଟିନ ଫାଇଲସ ସାରା ବିଶ୍ୱରେ କରିଛି ହଲଚଲ, ସେ ହେଉଛି ଆମେରିକାର ଯୌନ ଅପରାଧୀ ଓ ମାନବ ତସ୍କର ଜେଫ ଏପଷ୍ଟିନ , ଯାହାଙ୍କୁ ନେଇ ଆମେରିକା ରାଜନୀତି ଠାରୁ ବ୍ରିଟେନ ରାଜପରିବାରରେ ଅସ୍ଥିରତା, କିନ୍ତୁ କିଏ ଏହି ଏପଷ୍ଟିନ ? ଯାହାଙ୍କୁ ନେଇ ବ୍ରିଟେନ ରାଜପରିବାର ସରଗରମ l
ଦିନ ଠୀଲା ଅଗଷ୍ଟ ୧୦ ୨୦୧୯, ନିୟୁୟର୍କ ର ମେଟ୍ରୋପଲିଟାନ କାରକସନଲ ସେଣ୍ଟର, ଜେଲ ରେ ନିଜ କୋଠରୀରେ ମୃତ ମିଳିଥିଲେ ଏପଷ୍ଟିନ, ଏପଷ୍ଟିନ ଉପରେ ସେକ୍ସ ଟ୍ରଫିକିଙ୍ଗ ର ଗମ୍ଭୀର ଆରୋପ ଲାଗିଥିଲା, ଏବଂ ସେ ଜେଲ ରେ ବନ୍ଦ ରହି ଟ୍ରାଏଲ ର ଅପେକ୍ଷା କରିଥିଲେ, କିନ୍ତୁ ମୃତ୍ୟୁର ୬ ମାସ ପରେ ମଧ୍ୟ ଏପଷ୍ଟିନ ଫାଇଲସ ସାରା ବିଶ୍ୱରେ କରିଛି ହଲଚଲ l ଯେଉଁଥିରେ ସାମିଲ ରହିଛନ୍ତି ବିଶ୍ୱର ଅନେକ ନେତା, ବଡ଼ ବଡ଼ ବ୍ୟବସାୟୀ, ଏବଂ ନାମିଦାମୀ ବ୍ୟକ୍ତି ବିଶେଷ l
କିଛିଦିନ ପୂର୍ବରୁ ଏପଷ୍ଟିନ ଫାଇଲସ କୁ ସାର୍ବଜନିକ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଙ୍କ ପଡୁଥିଲା ଚାପ କିନ୍ତୁ ସେ ଏହାକୁ ଅଣଦେଖା କରିଥିଲେ, କିନ୍ତୁ ପରେ ଏପଷ୍ଟିନ ଫାଇଲ କୁ ସାର୍ବଜନିକ କରାଯାଇଥିଲା l
ଏପଷ୍ଟିନ ଫାଇଲ କଣ ?
ଘଟଣାଟି ଘଟିଥିଲା ୨୦୦୮ ରେ, ଗୋଟିଏ ୧୪ ବର୍ଷର ନାବାଳିକା ର ମା-ବାପା ପୋଲିସ ଷ୍ଟେସନ ରେ କହିଥିଲେ ଯେ ତାଙ୍କ ଝିଅ ସହିତ ଜେଫ ଏପଷ୍ଟିନ ନିଜ ପାମ ବୀଚ ସ୍ଥିତ ଘରେ ଯୌନ ହିଂସା କରିଛି, ଏବଂ ତା ଘରୁ ଅନେକ ଝିଅଙ୍କ ଫଟୋ ମିଳିଛି, ଏହାପରେ ଏପଷ୍ଟିନ ବିରୁଦ୍ଧରେ ନାବାଳିକା ଙ୍କ ସହିତ ସେକ୍ସ ୱାର୍କ କରିବା ମାମଲାରେ ଅପରାଧିକ ମାମଲା ରୁଜୁ କରାଗଲା, ଏହାପରେ ଜେଫ ଏପଷ୍ଟିନ ଅଭିଯୋଗକାରୀ ଙ୍କ ସହିତ ଗୋଟିଏ ଚୁକ୍ତି କରିଥିଲା, ଯେଉଁଥିରେ ତାକୁ ଅଧିକଦିନ ଜେଲ ହୋଇନଥିଲା l
କିନ୍ତୁ ପୁନର୍ବାର ୧୧ ବର୍ଷପରେ ୨୦୨୯ ରେ ଏପଷ୍ଟିନ ଉପରେ ଆଉଥରେ ଆରୋପ ଲାଗିଲା ଯେ ସେ ନାବାଳିକା ମାନଙ୍କର ସେକ୍ସ ରିଅକେଟ ଚଳାଉଛି, ଏବଂ ଗିରଫ କରାଗଲା, ଏହାପରେ ଜେଲ ରେ ଟ୍ରାଏଲ ଅପେକ୍ଷାରେ ଥିବା ସମୟରେ ଏପଷ୍ଟିନ ର ମୃତ୍ୟୁ ହୋଇଯାଇଥିଲା, ଯାହାକୁ ସୂଈସାଇଡ ବୋଲି ଦର୍ଶା ଯାଇଥିଲା l
ଏହି ଘଟଣା ଅନେକ ତଥ୍ୟ ହାସଲ ହୋଇଛି, ଯେଉଁଥିରେ ଅନେକ ଫଟୋ ଓ ଭିଡିଓ ରହିଛି, ଯାହାକୁ ସାର୍ବଜନିକ କରାଯାଇପାରିବ ନାହିଁ, ଏବଂ ଏପଷ୍ଟିନ ଙ୍କ ବ୍ରିଟିଶ ସାଥି ଓ ପୂର୍ବ ପ୍ରେମିକା ଗିସଲେନ ଙ୍କୁ ନେଇ ଅଲଗା ଯାଞ୍ଚ ହୋଇଥିଲା, ଯେଉଁଥିରେ ତାଙ୍କୁ ଏପଷ୍ଟିନ ଙ୍କ ସହିତ ମିଶି ଯୌନ ବ୍ୟବସାୟ ରେ ସମ୍ପୃକ୍ତି ଥିବାର ଖବର ସାମ୍ନାକୁ ଆସିଥିଲା l
ଏହି ଏପଷ୍ଟିନ ଫାଇଲ ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି, ଏହାଛଡା ବିଶ୍ୱର ସୁନାମ ଧନ୍ୟ ପପ ସିଙ୍ଗର ମାଇକେଲ ଜ୍ୟାକସନ ଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି , ସବୁଠୁ ଆଶ୍ଚର୍ଯ୍ୟର କଥା ବ୍ରିଟେନ ରାଜପରିବାର ର ସମ୍ପୃକ୍ତି, ପୂର୍ବ କିଙ୍ଗ ଚାର୍ଲସ ଙ୍କ ସାନଭାଇ ମାଉଣ୍ଟବେଟନ ଉଇଣ୍ଡସର ସାମିଲ ଥିବାର ତଥ୍ୟ ସାମ୍ନାକୁ ଆସିଛି l ଏହାପରେ କିଙ୍ଗ ଚାର୍ଲସ ନିଜ ଭାଇଙ୍କୁ ରାଜପରିବାର ରୁ ବାହାରକରି ଦେଇଛନ୍ତି l
ଏହି ଏପଷ୍ଟିନ ଫାଇଲ ରେ ଗୋଟିଏ ଫଟୋ ରହିଛି ଆମେରିକାର ବର୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଏପଷ୍ଟିନ ଙ୍କର, ଉଭୟ ଅନେକ ବର୍ଷରୁ ବନ୍ଧୁଥିଲେ , ଉଭୟଙ୍କୁ ୯୦ ଦଶକ ରେ ହାଇ କ୍ଲାସ ପାର୍ଟି ରେ ଏକାଠି ଦେଖିବାକୁ ମଧ୍ୟ ମିଳୁଥିଲା, ଏପରିକି ୨୦୦୨ ରେ ଟ୍ରମ୍ପ ଙ୍କୁ ଜଣେ ବିଶାଳ ବ୍ୟକ୍ତିତ୍ୱ ମଧ୍ୟ କହିଥିଲେ, କିନ୍ତୁ ବର୍ତମାନ ରାଷ୍ଟ୍ରପତି ଟ୍ରମ୍ପ କହୁଛନ୍ତି ଏପଷ୍ଟିନ ଗିରଫ ହେବାର ୨ବର୍ଷ ପୂର୍ବରୁ ଉଭୟଙ୍କ ବନ୍ଧୁତାର ଫାଟ ଆସିଥିଲା, ଟ୍ରମ୍ପ କହୁଛନ୍ତି ଯେ ଏପଷ୍ଟିନ ର କୁଛିତ ମାନସିକତା ଯୋଗୁଁ ତାକୁ ମୋ କ୍ଲବ ରୁ ବାହାରକରି ଦେଇଥିଲି l
ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଏପଷ୍ଟିନ ଉଚ୍ଚ ପଦସ୍ଥ ଅଫିସର ଓ ବ୍ୟବସାୟୀଙ୍କ ସହିତ ଖୁବ ଘନିଷ୍ଠ ଥିଲା, ଯେଉଁ କାରଣରୁ ତାକୁ ସରକାରୀ ସୁଵିଧା ଦିଆଯାଉଥିଲା l ଯେଉଁ କାରଣରୁ ଆଗକୁ କାଳେ କିଛି ତଥ୍ୟ ର ଖୁଲାସା ହୋଇଯିବ ସେଥିପାଇଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସାଧାରଣରେ ଚର୍ଚା ଚାଲିଛି l
ସୌଜନ୍ୟ – ବିବିସି ନିୟୁଜ l