Odisha news

କେନ୍ଦ୍ର ସରକାରଙ୍କ କଟକଣା ହଟିଲା : ମନ୍ତେଇ ନଦୀ ଉପରେ ନିର୍ମାଣ ହେବ ପୋଲ

0

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାହିକାଣୀଡିହି ପଞ୍ଚାୟତର ଅବସ୍ଥିତ ବାଲିଆପାଳ ଘାଟ ଓ ବାଲିମେଦ ପଞ୍ଚାୟତର ଚାରବାଟିଆ ଘାଟର ମନ୍ତେଇ ନଦୀ ଉପରେ ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଜଳ ଆୟୋଗ ଦ୍ୱାରା ଲାଗିଥିବା କଟକଣା ହଟିବା ପରେ ଅଗଭୀର ମନ୍ତେଇ ନଦୀରେ ପୋଲ ନିର୍ମାଣ ପାଇଁ ବାଟ ଖୋଲିଛି । ତିହିଡି,ଚାନ୍ଦବାଲି,କେନ୍ଦ୍ରାପଡା,କଟକ,ବାସୁଦେବପୁର,ବାଲେଶ୍ୱର ଯାତାୟତର ପ୍ରତିବନ୍ଧକ ସାଜିଛି ଅଭଗୀର ମନ୍ତେଇ ନଦୀ । ସ୍ୱାଧିନତା ସଂଗ୍ରାମର ଆନ୍ଦୋଳନକୁ ଜାରି ରଖିବା ଓ ଲୋକମାନଙ୍କ ମନରେ ଉସିାହ ଭରି ଦେବା ପାଇଁ ମହାତ୍ମା ଗାନ୍ଧୀ ୧୯୨୭ ମସିହା ଡିସେମ୍ବର ମାସ ୧୬ ତାରିଖ ଅପରାହ୍ନରେ ଭଦ୍ରକରୁ ତିହିଡି ଦେଇ ବାଲିମେଦ ପଞ୍ଚାୟତର ମନ୍ତେଇ ନଦୀ ଚାରବାଟିଆ ଘାଟରେ ଡଙ୍ଗାରେ ଜାତିର ପିତା ମହାତ୍ମାଗାନ୍ଧୀ ଅତିକ୍ରମ କରି କୂଳରେ ଅବସ୍ଥିତ ଚାରବାଟିଆରେ ପହଞ୍ଚି ଥିଲେ । ଏଠାରେ ୧୬ରୁ ୧୮ ତରିଖ ପର୍ଯ୍ୟନ୍ତ ୩ ଦିନ ଅବସ୍ଥାନ କରିଥିଲେ ।

ବାପୁଜୀଙ୍କର ପଦାଙ୍କକୁ ଆଜି ବି ଅଞ୍ଚଳ ବାସୀ ଝୁରି ହେଉଛନ୍ତି । ହେଲେ ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅଗଭୀର ମନ୍ତେଇ ନଦୀ ପାରି ହୋଇ ଯାତାୟତ କରିବା ପାଇଁ ଯାତ୍ରୀମାନଙ୍କ ପାଇଁ ଖଣ୍ଡିଏ ଛିଡା ଦଉଡି ଲାଇଫ୍‍ ଲାଇନ୍‍ ସାଜିଛି । କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଣାଳୟର ଭାରତୀୟ ଆର୍ନ୍ତଃଦେଶୀୟ ଜଳମାର୍ଗ ପ୍ରାଧିକରଣ ପକ୍ଷରୁ ମନ୍ତଇ ନଦୀ ଉପରେ କୌଣସି ନିର୍ମାଣ କାର୍ଯ୍ୟ ନକରିବା ପାଇଁ ପ୍ରତିବନ୍ଧକ ଲଗାଇଥିଲା । କାରଣ ପୂର୍ବରୁ ଏହି ଜଳପଥ ଦେଇ ବ୍ରିଟିଶ ସରକାର ଜାହାଜ ଚଳାଚଳ କରୁଥିଲେ । କେନ୍ଦ୍ର ସରକାର ଏହାକୁ ପୁର୍ନଃରାଦ୍ଧାର କରିବା ପାଇଁ ଯୋଜନା କରିଥିବାରୁ ପ୍ରତିବନ୍ଧକ ଲଗାଇଥିଲେ । ଯାତାୟତ ପାଇଁ ପୋଲର ଆବଶ୍ୟକତା ଦୃଷ୍ଟିରୁ ବାସୁଦେବପୁରର ବିଧାୟକ ତଥା ତତ୍‍କାଳୀନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ୨୦୧୮ ମସିହାରେ ରାଜ୍ୟ ସରକାର ଜରିଆରେ ପୋଲ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଥିଲେ ।

ପରେ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଏକ ଡ୍ରଇଁ ଡିଜାଇନ୍‍ କରି ଭାରତୀୟ ଆର୍ନ୍ତଃଦେଶୀୟ ଜଳମାର୍ଗ ପ୍ରାଧିକରଣର ରିଜୋନାଲ ଡାଇରେକଫର ଜରିଆରେ ଆପ୍ରୃଭାଲ ପାଇଁ ପଠା ଯାଇଥିଲା । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଥର କେନ୍ଦ୍ର ସରକାରଙ୍କୁ ରିମାଇଣ୍ଡ କରାଯାଇଥିଲା । ଏପରିକି ବର୍ତ୍ତମାନର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବିଧାନସଭାରେ ପ୍ରଶ୍ନ କରି ତୁରନ୍ତ କେନ୍ଦ୍ର ଠାରୁ ଅନୁମତି ଆଣିବାକୁ ଦାବୀ କରିଥିଲେ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ର ସରକାରଙ୍କ ଠାରୁ ମନ୍ତେଇ ନଦୀରେ ପୋଲ ନିର୍ମାଣ କରିବା ପାଇଁ ଭାରତୀୟ ଆର୍ନ୍ତଃଦେଶୀୟ ଜଳମାର୍ଗ ପ୍ରାଧିକରଣର ଚିଠି ନମ୍ବର-୨୦୧୮/୧୧୫ ତା-୧୪ ମଇ ୨୦୨୦ରିଖରେ ଅନୁମତି ମିଳିଛି । ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପ୍ରଚେଷ୍ଠା ଓ ବର୍ତ୍ତମାନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ପୋଲ ନିର୍ମାଣର ଆଶା ଉଜ୍ୱଳ ହୋଇଛି ହୋଇଥିବାରୁ ବାଲିମେଦ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା ଅଞ୍ଚଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇନ୍ତି । ପୋଲ ନିର୍ମାଣ ହେଲେ ଯୋଗାଯୋଗକୁ ସଙ୍କୁଚିତ କରିବା ସହିତ ସ୍ଥାନୀୟ ଜନସାଧାରଣ ଖର୍ଚ୍ଚ ଓ ସମୟ ବଞ୍ଚାଇ ପାରିବ ଓ ମନ୍ତେଇ ନଦୀ ପାର ହେଉଥିବା ବେଳେ ବହୁବାର ଛୋଟ ବଡ ଅଘଟଣକୁ ଏଡାଇ ଦିଆଯାଇ ପାରିବ ବୋଲି ଚାରବାଟିଆ ଗାନ୍ଧୀ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ।

Leave A Reply