ଘରର କେଉଁ ଦିଗରେ ରଖିବେ ମାଛର ଆକୁଆରିୟମ ? ରଖିବା ପୂର୍ବରୁ ନିହାତି ଜାଣି ରଖନ୍ତୁ ଏହିସବୁ କଥା, ନଚେତ ଜୀବନ ରେ ଦେଖାଯିବ ଅନେକ ବାଧାବିଘ୍ନ
ବାସ୍ତୁଶାସ୍ତ୍ର ର ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି, ଯେଉଁ କାରଣରୁ ଘରେ ସୁଖ ସମୃଦ୍ଧି ବିରାଜମାନ କରିଥାଏ l ଆମେ ସାଧାରଣ ଭାବରେ ମାଛ କୁ ଗୋଟିଏ ଶୁଭ ଜୀବ ଭାବରେ ଜାଣିଥାଉ, ତେଣୁ ବସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଆମେ ଘରର ସଠିକ ଦିଗରେ କାଚର ମାଛ ଆକୁଆରିୟମ ରଖି ସୁଖ ସମୃଦ୍ଧି ଲାଭ କରିପାରିବା l ବାସ୍ତୁ, ଫେଙ୍ଗସୁଇ ଅନୁସାରେ ଆକୁଆରିୟମ ସଠିକ ଦିଗରେ ରଖିବା ଜରୁରୀ l
* କୌଣସି ମହତ୍ଵପୁର୍ଣ କାର୍ଯ୍ୟରେ ଯିବା ସମୟରେ ଜଳ ପୁର୍ଣ ପାତ୍ରରେ ରଖାଯାଇଥିବା ମାଛ କୁ ଦର୍ଶନ କରି ଯିବା ଶୁଭ ହୋଇଥାଏ l କାହିଁକିନା ମାଛ ମତ୍ସ୍ୟ ଅବତାର ଶ୍ରେଣୀ ରେ ଆସିଥାଏ ଯାହା ଭଗବାନ ବିଷ୍ଣୁ ଙ୍କର ୧୦ ଅବତାର ମଧ୍ୟରୁ ଗୋଟିଏ l ସକାଳୁ ଉଠି ହାତ ପାପୁଲି, ଭୂମି ବନ୍ଦନା ବ୍ୟତୀତ ଆକୁଆରିୟମ ରେ ମାଛ ଦର୍ଶନ କରିବା ଶୁଭ ଅଟେ l
* ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଜୀବନ ରେ କୌଣସି ସଙ୍କଟ ଅଚାନକ ଭାବରେ ଆସିଥାଏ ତେବେ ୪୧ ଦିନ ପର୍ଯ୍ୟନ୍ତ ଅଟା ଗୁଳି ମାଛ କୁ ଖାଇବାକୁ ଦେବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l
* ନିଜ ଆକୁଆରିୟମ ରେ ୮ଟି ଗୋଲଡେନ ଫିସ ଓ ଗୋଟିଏ କଳା ମାଛ ରଖିବା ଶୁଭ ହୋଇଥାଏ l କଳା ମାଛ ଶନି ଙ୍କ ପ୍ରତୀକ ଅଟେ l ଯାହାକି ଆପଣଙ୍କ ପରିବାର କୁ ସମସ୍ତ ବିଘ୍ନ ରୁ ଦୁରେଇ ରଖିଥାଏ l
* ଘରକୁ ଯଦି କୌଣସି ବିପଦ ଆସିଥାଏ ସେତେବେଳେ କଳା ମାଛ ଆଗ ମୃତ୍ୟୁ ବରଂ କରିଥାଏ l କଳା ମାଛ କୁ ମାଷ୍ଟର ଫିସ କୁହାଯାଇଥାଏ l
* ଆକୁଆରିୟମ ରେ ମାଛ ସହିତ ଚାଇନିଜ କଇଁଛ ମଧ୍ୟ ରଖିବା ଜରୁରୀ l କଇଁଛ କୁ ଉତର ଦିଗରେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଧନ ବୃଦ୍ଧି ହୋଇଥାଏ l ଏବଂ ପରିବାର ର ଆର୍ଥିକ ସମୃଦ୍ଧି ମଧ୍ୟ ହୋଇଥାଏ l
* ଘରେ ଯଦି ପିଲାମାନେ ପାଠ ପଢୁଛନ୍ତି ତେବେ ସେମାନଙ୍କ କ୍ୟାରିଅର ପାଇଁ ଘରର ଉତର-ପୂର୍ବ ଦିଗରେ ଆକୁଆରିୟମ ରଖନ୍ତୁ l ଆକୁଆରିୟମ କୁ କଦାପି ଦକ୍ଷିଣ ଦିଗରେ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ନାହିଁ l ଏହା ଦରିଦ୍ରତା ଆଡକୁ ଟାଣି ନେଇଥାଏ l
* କଦାପି ଶୋଇବା ଘରେ ଆକୁଆରିୟମ ରଖନ୍ତୁ ନାହିଁ , ଏହା ବିବାହିତା ଦମ୍ପତିଙ୍କ ଜୀବନ ରେ ବାଧାବିଘ୍ନ କୁ ଟାଣି ଆଣିଥାଏ ଓ ଜୀବନ ରେ ସୁଖ ସମୃଦ୍ଧିର ବିନାଶ କରିଥାଏ l