Odisha news

ବାସ୍ତୁ ଟିପ୍ସ : ନିଜ ଘରର ପୂର୍ବ ଦିଗରେ ଲଗାଇ ଦିଅନ୍ତୁ ଏହି ଗୋଟିଏ ଗଛ, ଦୂର ହୋଇଯିବ ଆର୍ଥିକ ଅନାଟନ

0
ବାସ୍ତୁ ଶାସ୍ତ୍ରରେ ଘରର ଦିଗ ସହିତ ଗଛ ବୃକ୍ଷର ମଧ୍ୟ ଅନେକ ମହତ୍ୱ ରହିଛି l ବାସ୍ତୁ ଶାସ୍ତ୍ରରେ ଆର୍ଥିକ ଅନାଟନ କୁ ଦୂର କରିବା ପାଇଁ କିଛି ବିଶେଷ ଫୁଲର ଉପାୟ କୁହାଯାଇଛି l କିଛିଟା ଫୁଲ ଏଭଳି ରହିଛି ଯାହାର ଗଛକୁ ବଗିଚାରେ ଲଗାଇବା ଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏ l ବାସ୍ତୁ ଶାସ୍ତ୍ରରେ ମନ୍ଦାର ଫୁଲ କୁ ଶୁଭ ବୋଲି କୁହାଯାଇ ଥାଏ , ଏହି ଫୁଲ ଶିବ ଓ ଶକ୍ତିଙ୍କ ର ଖୁବ ପ୍ରିୟ ଅଟେ l ଏହି ଫୁଲର ଗଛ ବଗିଚାରେ ଲଗାଇବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ l
* ଯଦି ଆପଣ ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ଓ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ସ୍ଥିତିରେ ସୁଧାର ଆସୁନାହିଁ ତେବେ ନିଜ ବଗିଚାରେ ମନ୍ଦାର ଫୁଲର ଗଛ ନିହାତି ଲଗାନ୍ତୁ l ନିଶ୍ଚିନ୍ତ ଭାବରେ ଈଶ୍ୱରଙ୍କ କୃପା ଲାଭ ହେବ ଓ ଆର୍ଥିକ ଅନାଟନ ଦୂର ହେବ l
* ମନ୍ଦାର ଫୁଲ ଅନେକ ରଙ୍ଗର ରହିଥାଏ, କିନ୍ତୁ ଆର୍ଥିକ କଷ୍ଟ ଦୂର କରିବା ପାଇଁ ନାଲି ମନ୍ଦାର ଫୁଲ ଖୁବ ଉପଯୋଗୀ l ପ୍ରତ୍ୟେକ ଗୁରୁବାର ଦିନ ଶିବ ଓ ଶକ୍ତି ଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ l ଏହାଛଡା କୌଣସି ମିଠା ଜିନିଷ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏଭଳି ୧୧ ଟି ଶୁକ୍ରବାର କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ l
* ନାଲି ମନ୍ଦାର ଫୁଲ ରେ ସୂର୍ଯ୍ୟ ଦେବଙ୍କୁ ଉପାସନା କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ଲାଭ ହୋଇଥାଏ l ସୂର୍ଯ୍ୟଦେବ ଙ୍କୁ ଜଳ ସହିତ ନାଲି ମନ୍ଦାର ରେ ଅର୍ଘ୍ୟ ଦେବା ଦ୍ୱାରା ଜୀବନ ରେ ମାନ ସମ୍ମାନ ର ବୃଦ୍ଧି ହୋଇଥାଏ l ଏହି ଗଛଟି ବଗିଚାରେ ଲଗାଇବା ଦ୍ୱାରା ପିତା ଙ୍କ ସହିତ ସମ୍ପର୍କ ଭଲ ରହିଥାଏ l
* ଯଦି ଆପଣଙ୍କ ଜାତକ ରେ ସୂର୍ଯ୍ୟ ଦୋଷ ରହିଛି ତେବେ ଘରର ପୂର୍ବ ଦିଗରେ ନାଲି ମନ୍ଦରର ଗଛ ନିହାତି ଲଗାନ୍ତୁ l ଏହି ଗଛ ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ l
* ମନ୍ଦାର ଗଛ ମଙ୍ଗଳ ଦୋଷ ଦୂର କରିଥାଏ l ଯଦି ଆପଣଙ୍କ ମଙ୍ଗଳ ଦୁର୍ବଳ ରହିଛନ୍ତି ଓ ବିବାହ କାର୍ଯ୍ୟରେ ଡେରି ହେଉଛି ତେବେ ଘରେ ମନ୍ଦାର ଗଛ ଲଗାନ୍ତୁ l
Nalco
Leave A Reply