Odisha news

ନିଜର ଏହିସବୁ ଖରାପ ଅଭ୍ୟାସକୁ ନିହାତି ଦୂର କରିବା ଅବଶ୍ୟକ, ନଚେତ ହୋଇଯିବେ କାଙ୍ଗାଳ

0

ପ୍ରତ୍ୟେକ ମଣିଷ ଭିତରେ କିଛିନା କିଛି ଖରାପ ଅଭ୍ୟାସ ଲୁଚି ରହିଥାଏ l କିନ୍ତୁ ମଣିଷର ଏପରି କିଛି ଖରାପ ଅଭ୍ୟାସ ରହିଥାଏ ଯାହାକି ତାକୁ ଦରିଦ୍ରତା ଆଡକୁ ଟାଣି ନେଇ ଯାଇଥାଏ l ପ୍ରତ୍ୟେକ ବ୍ୟକ୍ତି ଦରିଦ୍ରତା ଠାରୁ ଦୁରେଇ ରହିବା ପାଇଁ ଚାହିଁ ଥାଆନ୍ତି ଯେ ତାଙ୍କ ଉପରେ ସର୍ବଦା ଲକ୍ଷ୍ମୀଙ୍କ କୃପା ରହିଥାଉ l

କିନ୍ତୁ ଶାସ୍ତ୍ର ଅନୁସାରେ କିଛିଟା ଖରାପ ଅଭ୍ୟାସ ନିହାତି ମଣିଷ ତ୍ୟାଗ କରିବା ଜରୁରୀ, ନଚେତ ଦରିଦ୍ରତାର ସମୁଖୀନ ହୋଇଥାଏ ଓ ମା ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ରହିଥାଏ l

* ସୂର୍ଯ୍ୟୋଦୟ ପରେ ଶଯ୍ୟା ତ୍ୟାଗ –
ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୟ ପୂର୍ବରୁ ଉଠିବା ଉତ୍ତମ ସମୟ ଅଟେ l ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପରେ ଶଯ୍ୟା ତ୍ୟାଗ କରିଥାଏ ସେ ଲକ୍ଷ୍ମୀଙ୍କ କୃପାରୁ ବଂଚିତ ରହିଥାଏ l ସନ୍ଧ୍ୟା ସମୟରେ ଶୋଇବା ଅଶୁଭ ଅଟେ l ସନ୍ଧ୍ୟା ସମୟ ରେ ଶୋଇବା ଦ୍ୱାରା ବ୍ୟକ୍ତିର ଆର୍ଥିକ ଅସୁବିଧା ଦେଖା ଦେଇଥାଏ l

* ସର୍ବଦା ଘରକୁ ସଫା ସୁତୁରା ରଖିବେ –
ଅପରିଷ୍କାର ରହିବ ଦ୍ୱାରା ରୋଗ ବୃଦ୍ଧି ହୋଇଥାଏ ଓ ଧନ ହାନି ହୋଇଥାଏ l ସେହିଭଳି ଶାସ୍ତ୍ରରେ ଅପରିଷ୍କାର ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପାରୁ ଆପଣ ବଂଚିତ ହେବେ ଓ ଦରିଦ୍ରତାର ସମୁଖୀନ ହେବେ l

* ହାତରେ ଲୁଣ ଦେବା –
କଦାପି କାହାକୁ ଲୁଣ ହାତରେ ଦେବା ଉଚିତ ନୁହେଁ l ଯାହାକି ଶୁଭ ନୁହେଁ ଓ ମାତା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ତେଣୁ ଲୁଣ ଯଦି କାହାକୁ ଦେଉଛନ୍ତି ତେବେ କୌଣସି ପାତ୍ର ରେ ଦିଅନ୍ତୁ l

* ଥାଳି ରେ ଖାଦ୍ୟ ଛାଡିବା –
ଶାସ୍ତ୍ରରେ କୁହାଯାଇଛି ଯେ ଅନ୍ନ ର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଛି l ଅଧିକାଂଶ ଲୋକ ଖାଦ୍ୟ ଖାଇସାରି ଥାଳିରେ ଅନ୍ନ ଛାଡି ଥାଆନ୍ତି l କିନ୍ତୁ ଏହା ଦରିଦ୍ରତା ଆଡକୁ ଟାଣି ନେଇଥାଏ l

Nalco
Leave A Reply