Odisha news

କଣ ଉପବାସ ଦ୍ୱାରା ହୋଇଥାଏ ଓଜନ ହ୍ରାସ, ଜାଣନ୍ତୁ ଉପବାସ ଦ୍ୱାରା କେତେ କ୍ୟାଲୋରୀ ବର୍ନ ହୋଇଥାଏ ଓ ଉପବାସ କୁ ନେଇ କଣ କହୁଛି ଗବେଷଣା

0

ଆଜିକାଲି ଓଜନ ହ୍ରାସ କରିବା ସବୁଠୁ ବଡ଼ ଟାସ୍କ ହୋଇ ଯାଇଛି l ତେଣୁ ଲୋକେ ଯୋଗ, ବ୍ୟାୟାମ, ଜିମ ଯିବା ସହିତ ବିଭିନ୍ନ ଉପାୟରେ ଓଜନ ହ୍ରାସ କରିବାକୁ ଲାଗି ପଡିଛନ୍ତି l ତେଣୁ କିଛି ଲୋକ ଉପବାସ ଦ୍ୱାରା ଓଜନ ହ୍ରାସ କରିବା ପାଇଁ ଲାଗି ପଡିଛନ୍ତି l ହଁ ଆଜ୍ଞା ଉପବାସ ଦ୍ୱାରା ଓଜନ ହ୍ରାସ ହୋଇଯିବ ବୋଲି ଗବେଷକ ମାନେ ମତ ଦେଇଛନ୍ତି l

* ଉପବାସ ର ଅର୍ଥ କଣ –
ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟକୁ ସ୍ପର୍ଶ ନକରିବା କିମ୍ବା ଖାଦ୍ୟ ଗ୍ରହଣ ନକରିବା ହେଉଛି ଉପବାସର ମୁଖ୍ୟ ମନ୍ତ୍ର l କିଛି ଲୋକ ଓଜନ କମାଇବା ପାଇଁ, କିଛି ଲୋକ ଧାର୍ମିକ କାରଣ ପାଇଁ, କିଛି ଲୋକ ଶରୀରକୁ ଡିଟକ୍ସିଫାଇ  କରିବା ପାଇଁ ଉପବାସ କରି ଥାଆନ୍ତି l ଉପବାସ କରିବା ପାଇଁ ଇଛାଶକ୍ତି ମଜବୁତ ହେବା ଜରୁରୀ l ଉପବାସ ସମୟରେ ଯଦି ଆପଣ ତରଳ ପଦାର୍ଥ ଯେପରିକି ଫଳ ରସ, ପାଣି ଓ ଫ୍ୟାଟ ଲେସ ଦୁଗ୍ଧ ସେବନ କରିବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ l

* ଉପବାସ ଦ୍ୱାରା କିପରି ହ୍ରାସ ହୋଇଥାଏ ଓଜନ –

ଉପବାସ ରେ ଖାଦ୍ୟ ଗ୍ରହଣ କରିବା ମଧ୍ୟରେ ଗୋଟିଏ ଦୀର୍ଘ ସମୟର ବ୍ୟବଧାନ ରହିଥାଏ, ଯାହାଦ୍ୱାରା କ୍ୟାଲୋରୀ କମ ହେବାର ଅଧିକ ସମ୍ଭାବନା ରୁହେ l ଗୋଟିଏ ମଣିଷ ଦିନକୁ ୨୦୦ ରୁ ୨୫୦ କ୍ୟାଲୋରୀ ଖାଦ୍ୟ ଗ୍ରହଣ କରିବା ଜରୁରୀ l ଏଥିରେ ଗୋଟିଏ ଦିନର ୩ଟି ମିଲ ସାମିଲ ରହିଥାଏ l ଆପଣ ଯଦି ଉପବାସ ରହିବେ ଗୋଟିଏ ଦିନରେ ବିନା କୌଣସି ଫିଜିକାଲ ଆକ୍ଟିଭିଟି ରେ ୧୮୦୦ କ୍ୟାଲୋରୀ ବର୍ନ କରିବେ l ତେଣୁ ଉପବାସ ସମୟରେ ଗୋଟିଏ ଓଳି ଖାଦ୍ୟ ଗ୍ରହଣ କରିବା ଦ୍ୱାରା  ଆପଣଙ୍କ କ୍ୟାଲୋରୀ ବର୍ନ ହେବା ସହିତ ଓଜନ ହ୍ରାସ ହେବ l

* ଉପବାସ କୁ ନେଇ କଣ କହୁଛି ଗବେଷଣା –
ହୋଇଥିବା ଗବେଷଣା ଅନୁସାରେ ଉପବାସ ଦ୍ୱାରା ଓଜନ ହ୍ରାସ କରିବା ଗୋଟିଏ ସ୍ୱାସ୍ଥ୍ୟକର ପ୍ରକ୍ରିୟା ନୁହେଁ l ଅନେକ ଗବେଷଣାରୁ ଜଣାପଡିଛି ଯେ ଦୀର୍ଘ ସମୟ ଧରି ସେହି ଉପାୟ କୁ ଫଲୋ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l ଯଦି ଆପଣ ସୁସ୍ଥ ଜୀବନ ଚାହୁଁଛନ୍ତି ତେବେ ବାଲାନ୍ସ ଡାଏଟ ଗ୍ରହଣ କରିବା ଜରୁରୀ l ଉପବାସ ଦ୍ୱାରା ଶରୀରରୁ ଆବଶ୍ୟକ ପୋଷାକ ତତ୍ୱର ହାନି ହୋଇଥାଏ ଓ ଶରୀରରୁ ହେମୋଗ୍ଲୋବିନ ମାତ୍ରା କମି ଥକା ଲାଗିଥାଏ l

Nalco
Leave A Reply