Odisha news

ଜିଲ୍ଲାରେ ନିର୍ବାଚନୀ ପ୍ରଚାର ନେଇ ବିଭିନ୍ନ ପ୍ରିଣ୍ଟିଂ ପ୍ରେସ ପରିଦର୍ଶନ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦଳ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ ପ୍ରିଣ୍ଟିଂ ପ୍ରେସ ଠାରେ ନିର୍ବାଚନୀ ପ୍ରଚାର ପାଇଁ ହେଉଥିବା କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି । ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ ଜିଲ୍ଲାସ୍ତରରେ ବିଭିନ୍ନ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଗଠିତ ଏହି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଆଜି ବିଭିନ୍ନ ନିର୍ବାଚନ କ୍ଷେତ୍ର ପରିଦର୍ଶନ କରି ବଜାରରେ ଥିବା ମୁଖ୍ୟ ପ୍ରିଣ୍ଟିଂ ପ୍ରେସ, ଫ୍ଲେକ୍ସ ବ୍ୟାନର ଡିଜାଇନ ଦୋକାନ, ବିଭିନ୍ନ ଫଟୋ ଷ୍ଟୁଡିଓ ଗୁଡିକରେ ନିର୍ବାଚନୀ ପ୍ରଚାର ବାବଦକୁ ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାରେ ଏଯାବତ୍ କୌଣସି ବିଶେଷ ସ୍ଥାନରେ ନିର୍ବାଚନୀ ପ୍ରଚାର ପ୍ରିଣ୍ଟିଂ ଆରମ୍ଭ ହୋଇନାହିଁ ଏବଂ ଏହି କାର୍ଯ୍ୟ ଆରମ୍ଭ ହେଲେ, ନିର୍ବାଚନୀ ଖର୍ଚ ଯାଞ୍ଚ କମିଟି, ଫ୍ଲାଇଙ୍ଗ ସ୍କ୍ୱାର୍ଡ ରିପୋର୍ଟ ଆଧାରରେ ଏହାର ପୁଙ୍ଖାନୁପୁଙ୍ଖ ତଦାରଖ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଥାଉକି, ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ ଜଣେ ଆଶାୟୀ ସଂସଦୀୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ପ୍ରାବଧାନ ଥିବାବେଳେ, ଜଣେ ଆଶାୟୀ ବିଧାନସଭା ପ୍ରାର୍ଥୀ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ପ୍ରାବଧାନ ରହିଛି । ବିଗତ ଦିନ ମାନଙ୍କରେ ଏହି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦଳର ସଦସ୍ୟ ମାନଙ୍କୁ ନେଇ ପ୍ରଶିକ୍ଷଣ ଏବଂ କାର୍ଯ୍ୟକାରିତା ବିଷୟରେ ଅବଗତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କଡାକଡି ଭାବରେ ଏହି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏହି ପ୍ରଚାର ବାବଦକୁ ହେଉଥିବା ଖର୍ଚ୍ଚକୁ ତଦାରଖ କରିବ ।

Leave A Reply