Odisha news

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାରିପଦାରେ ରାମ ନବମୀ ପାଇଁ ପ୍ରସ୍ତୁତି ଆରମ୍ଭ

0

ବାରିପଦା  : ଏପ୍ରିଲ ୧୭ ତାରିଖରେ ପାଳିତ ହେବାକୁ ଯାଉଥିବା “ରାମ ନବମୀ ଉତ୍ସବ’ ପାଇଁ ଏଠାରେ ଇତିମଧ୍ୟରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦର “ଶ୍ରୀରାମ ନବମୀ ମହୋତ୍ସବ ସମିତି’ ପକ୍ଷରୁ ଏଥର ମୟୂରଭଞ୍ଜର ପୁରପଲ୍ଲୀରେ ଏଇ ଉତ୍ସବକୁ ପାଳନ କରାଯିବା ସହ ଜିଲ୍ଲାର ସଦର ମହକୁମା ବାରିପଦାରେ ପୂର୍ବାପେକ୍ଷା ଅଧିକ ଧୁମଧାମରେ ଏହାର ଆୟୋଜନ କରାଯିବ ବୋଲି ସମିତି ସଂଯୋଜକ କବିବିଷ୍ଣୁ ଶତପଥୀ ଏଠାରେ ସୂଚନା ଦେଇଛନ୍ତି । ଜିଲ୍ଲାସ୍ତରୀୟ “ଶ୍ରୀରାମ ନବମୀ ମହୋତ୍ସବ’ ପାଇଁ ୟା’ ଭିତରେ ଅନୂ୍ୟନ ତିନିଟି ବଡ଼ ଧରଣର ବୈଠକ ବସି “ପୂର୍ବ ଯୋଜନା, ପୂର୍ଣ୍ଣ ଯୋଜନା’ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି । ଶ୍ରୀରାମ ନବମୀ ଅବସରରେ ବାରିପଦାରେ କ୍ରମାଗତ ଭାବେ ତୃତୀୟ(ବର୍ଷ) ଥର ପାଇଁ ହେବାକୁ ଯାଉଥିବା ଏ ପ୍ରକାରର ଏହି ବର୍ଣ୍ଣାଢ୍ୟ ସଭା, ଶୋଭାଯାତ୍ରା, ସଂକୀର୍ତ୍ତନ, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅଧିକ ସୁନ୍ଦର, ଶୋଭନୀୟ, ଶାନ୍ତିପୂର୍ଣ୍ଣ ଓ ସର୍ବସ୍ପର୍ଶୀ ହୋଇ କେମିତି ସ୍ୱାଭିମାନ, ସଂସ୍କୃତିପ୍ରେମ ଓ ସାମାଜିକ ସମରସତାର ସନେ୍ଦଶ ଦେବ, ସେ ଦୃଷ୍ଟିରୁ ଉଦ୍ୟମ ଚାଲିଛି ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ପାଇଁ ଅଦ୍ୟାବଧି ହୋଇଯାଇଥିବା ଏକାଧିକ ପ୍ରସ୍ତୁତି ବୈଠକ / ସମାବେଶରେ ସର୍ବଶ୍ରୀ ହରିହର ତ୍ରିପାଠୀ, ହରିହର ପଣ୍ଡା, ବିଶ୍ୱଜିତ ରଣା, ଦିବ୍ୟରଞ୍ଜନ ବିଶ୍ୱାଳ, କୃଷ୍ଣ ରାମ, ତାପସ ପାଢ଼ୀ, ଅଜିତ ଦଳେଇ, ସରୋଜ ପ୍ରହରାଜ, ଗୌରହରି ପାତ୍ର, ଫକୀର ସିଂ, ମାନସ ସାହୁ, ଜ୍ଞାନ ରଞ୍ଜନ ଜେନା, କଳ୍ପତରୁ ରାୟବାବୁ, ପ୍ରବୀର ଦାସବାବୁ, ଅମିତ ନାୟକ, ସତ୍ୟନାଥ ପରିଡ଼ା, ଅଭିନବ ଭଞ୍ଜଦେଓ, ଅବିନାଶ ମୁଖୀ, ମନୋରଞ୍ଜନ ଗିରି, ପ୍ରକାଶ ପୃଷ୍ଟି, ସସ୍ମିତା ପୃଷ୍ଟି, ହେମଲତା ଦାସ, ଅଭୀପ୍ସା ପଣ୍ଡା ଓ ତପସ୍ୱିନୀ କବି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Nalco
Leave A Reply