Odisha news

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଉଦ୍ଘାଟିତ : ୩ଦିନ ଧରି ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ 

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ୨୦୦୩ ମସିହାରୁ ବାରିପଦାର ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ ୮ବର୍ଷ ଧରି ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ନିକଟରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ ବର୍ଷୀୟାନ ସାମ୍ବାଦିକ, ଗବେଷକ ଡଃ ବିଜୟ ଅଗ୍ରୱାଲ, ଡା. କୈଳାଶ ଚନ୍ଦ୍ର ମହାନ୍ତି, ସମାଜସେବୀ ରଜତ କୁମାର ପଣ୍ଡା, କମଳେନ୍ଦୁ ଲାଲ ମହାନ୍ତ, ଇଂ ଶିରୀଶ ହେମ୍ବ୍ରମ, ଇଂ ମନୋଜ ଦଳବେହେରା, ମୂର୍ଚ୍ଛନା ଦାସ ପଟ୍ଟନାୟକ, ପଣ୍ଡିତ ଭାଗବତ ପଣ୍ଡା ଅଶୋକ ପଲେଇ, ଡଃ ଶଶୀଧର ବିଶ୍ୱାଳ, ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଉମାକାନ୍ତ ରାଉତ, ଅତୁଲ ମହାନ୍ତି, ଉଦୟ ନାଥ ଜେନା, ଇନ୍ଦୁମତି ମହାନ୍ତି, ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସବୁଜ ପତକା ଦେଖାଇ ଜାଗରଣ ଯାତ୍ରାର ଶୁଭାରମ୍ଭ କରିଥିଲେ । ବଳାଙ୍ଗୀ ମୋହତ୍ସବ କମିଟିର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି ଏବଂ ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେସ ନାୟକଙ୍କ ତତ୍ତ୍ୱାବଧାନରେ ୪୦ରୁ ଉର୍ଦ୍ଧ ସଂସ୍କୃତି ସୈନିକ ଜାଗରଣ ଯାତ୍ରାରେ ସାମିଲ ହୋଇଥିବାବେଳେ, ଏହି ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥ ଆଜିଠାରୁ ୩ଦିନ ଧରି ସମଗ୍ର ଜିଲ୍ଲା ପରୀକ୍ରମା କରି ମୟୂରଭଞ୍ଜର କଳା ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ସହ ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ସୁଦୃଢ କରିବ ବୋଲି ଜଣାଯାଇଛି । ଆଜି ପ୍ରଥମ ଦିନରେ ଏହି ଯାତ୍ରା କୁଳିଅଣା, ଝାରପୋଖରୀଆ, ସାରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ରାଇରଙ୍ଗପୁର, ବହଳଦା, ଜାମଦା ପର୍ଯ୍ୟନ୍ତ ଯିବ । ସେହିପରି ୧୬ତାରିଖ ଦ୍ୱିତୀୟ ଦିନ ଜାମଦାରୁ ବାହାରି ରାଇରଙ୍ଗପୁର ଗଢ, ଭାଲୁବସା, ଜଶିପୁର, ଖିଚିଂ, କରଞ୍ଜିଆ, ଠାକୁରମୁଣ୍ଡା, ଶରତ, କପ୍ତିପଦା ହୋଇ ଉଦଳାରେ ପହଞ୍ଚିବ । ସେହିପରି ୧୭ତାରିଖ ତୃତୀୟ ଦିନ ଉଦଳାରୁ ବାହାରି ଶୋଭାଯାତ୍ରା ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ପଲବଣି ଗୋଲେଇରେ ପହଞ୍ଚିବା ପରେ ସହର ପରିକ୍ରମା କରି ଛଉପଡିଆ ନିକଟରେ ଜାଗରଣ ଯାତ୍ରା ଉଦ୍ୟାପିତ ହେବ ବୋଲି ଜଣାଯାଇଛି ।

Leave A Reply