Odisha news

ଏମ୍ଏସସିବି ବିଶ୍ୱବିଦ୍ୟାଳୟରେ ‘କମ୍ପୁ୍ୟଟେସନାଲ୍ ଇଣ୍ଟେଲିଜେନ୍ସ ଇନ୍ ପ୍ୟାଟେର୍ଣ୍ଣ ରିକୋଗ୍ନିସନ୍’ ଶୀର୍ଷକ ୨ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

0

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘କମ୍ପୁ୍ୟଟେସନାଲ୍ ଇଣ୍ଟେଲିଜେନ୍ସ ଇନ୍ ପ୍ୟାଟେର୍ଣ୍ଣ ରିକୋଗ୍ନିସନ୍’ ଶୀର୍ଷକ ଏକ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସିଆଇପିଆର ୨୦୨୪ ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ଆମେରିକାର ସାଉଥ ଡାକୋଟା ବିଶ୍ୱବିଦ୍ୟାଳୟର ପ୍ରଫେସର କେ.ସି. ସନ୍ତୋଷ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଆଇଏସ୍ଆଇ ବେଙ୍ଗାଲୁରୁର ସହଯୋଗୀ ପ୍ରଫେସର ଡଃ ସରୋଜ କୁମାର ମେହେର ସମ୍ମାନିତ ଅତିଥି ଭାବେ ଏବଂ ଆଇଆଇଇଏସ୍ଟି ଶିବପୁରର ପ୍ରଫେସର ଡଃ ଅସିତ କୁମାର ଦାସ, ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ. ହିମବିନ୍ଦୁ ପ୍ରମୁଖ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଫେସର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଜୀବନର ପ୍ରତ୍ୟେକ ମୂହୁର୍ତ୍ତରେ ଆଜି କିପରି କୁତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଦେଖିବାକୁ ମିଳୁଛି ସେ ବିଷୟରେ ଆଲୋକପାତ କରିବା ସହ ବିଶ୍ୱବିଦ୍ୟାଳୟ ଏଭଳି ଏକ ଉଚ୍ଚକୋଟୀର ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିପାରିଥିବାରୁ ସେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟଅତିଥି ପ୍ରଫେସର କେ.ସି. ସନ୍ତୋଷ ଏଭଳି ଏକ ସମ୍ମିଳନୀଗୁଡ଼ିକ ପରଷ୍ପର ଭିତରେ ଜ୍ଞାନ ଆଦାନ ପ୍ରଦାନରେ ସହାୟକ ହୋଇଥାଏ ବୋଲି କହିବା ସହ ଆମର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଲୁଚିରହିଥିବା ପ୍ୟାଟେର୍ଣ୍ଣ ଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମର ଆବାହକ କମ୍ପୁ୍ୟଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ କମ୍ପୁ୍ୟଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ବିଶେଷ ଭାବରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହ-ଆବାହିକା ତଥା କମ୍ପୁ୍ୟଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ ଶର୍ମିଳା ସୁବୁଦ୍ଧି ଓ ବିଭାଗୀୟ ସହକାରୀ ପ୍ରଫେସର ଡଃ ପାର୍ଥସାରଥୀ ମିଶ୍ର, ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟପିକା ଏବଂ କମ୍ପୁ୍ୟଟର ବିଜ୍ଞାନ ଓ କମ୍ପୁ୍ୟଟର ପ୍ରୟୋଗ ବିଭାଗର ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ । ବିଶ୍ୱବ୍ୟାଙ୍କ ଦ୍ୱାରା ଉକôର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଏବଂ ଏସ୍ଇଆରବି ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶରୁ ୧୧୦ଜଣ ଗବେଷକ ଗବେଷିକା ପଞ୍ଜୀକରଣ କରିଛନ୍ତି ଏବଂ ୯୦ଜଣ ସେମାନଙ୍କର ଗବେଷଣାକୁ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ୟୁକେର ପ୍ରଫେସର ତାରିକ ଅହମଦ ରସିଦ, ଅଷ୍ଟ୍ରେଲିଆର କୁଇନ୍ସ୍ଲାଣ୍ଡ ୟୁନିଭର୍ସିଟି ଅଫ୍ ଟେକ୍ନୋଲଜିର ପ୍ରଫେସର ରିଚି ନାୟକ, ଇଟାଲୀର ଟେରାମୋ ବିଶ୍ୱବିଦ୍ୟାଳୟର ଡଃ ଡାନିଲୋ ପେଲୁସି, ଆଇଆଇଟି ପାଟନାରୁ ପ୍ରଫେସର ମହେଶ କୁମାର ଏଚ.କୋଲେକର, ଆଇଆଇଟି ଖଡ଼ଗପୁରର ଡଃ ଦେବାଶିଷ ସାମନ୍ତ, ଆଇଆଇଟି ଭୁବନେଶ୍ୱରର ଡଃ ଦେବୀପ୍ରସାଦ ଡୋଗ୍ରା, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ନାରୁଲା ଇନ୍ଷ୍ଟିଚୁ୍ୟଟ ଅଫ୍ ଟେକ୍ନୋଲଜିର ଡଃ ସୌମେନ ବାନାର୍ଜୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଡଃ ଅଶାନ୍ତ ରଞ୍ଜନ ରାଉତରାୟ, ଏନ୍ଆଇଟି ରାୟପୁରର ଡଃ ସତ୍ୟପ୍ରକାଶ ସାହୁ ଓ ଡଃ ଶୁଭେନ୍ଦୁ ରୂପ, ଆଇଆଇଇଏସ୍ଟି ଶିବପୁରର ଡଃ ମଳୟ କୁଲେ, ଭିସୁଟ୍ ବୁର୍ଲାର ଡଃ ବିଘ୍ନରାଜ ନାଏକ, ଆରଆଇଟି ତାମିଲନାଡ଼ୁର ଡଃ ଏସ୍ ବିମଲ, ଗିତମ୍ ବିଶାଖାପାଟଣାର ଡଃ ସୁରେଶ କୁମାର ପ୍ରେମଦା, ସୋଆ ବିଶ୍ୱବିଦ୍ୟାଳୟର ଡଃ ମନୋହର ମିଶ୍ର, ସି.ଭି.ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ରାମ ବାରିକ, ଆଲ୍ହା ବିଶ୍ୱବିଦ୍ୟାଳୟ କଲିକତାର ଡଃ ସୌଭିକ ସେନଗୁପ୍ତ, ୟୁଇଏମ୍ କଲିକତାର ଶଙ୍ଖଦୀପ ଚାଟାର୍ଜୀ ଏବଂ ଏନ୍ଆଇଟି ରାଉରକେଲାର ଡଃ ପଙ୍କଜ ସ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply