Odisha news

ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

0
ବାରିପଦା  : ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି  । ଉତ୍ସବ ପ୍ରାରମ୍ଭରେ ଆମର ପ୍ରାତଃ ସ୍ମରଣୀୟ ତଥା ଉକôଳ ସମ୍ମିଳନୀର ପ୍ରଥମ ସଭାପତି, ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କର ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନ ସମାରୋହରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବାରିପଦାର ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାତତ୍ତ୍ୱ ସଂଯୋଜିକା ଶୈଳବାଳା ବେହେରା ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ଆଜିର ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ ପାଳନର ଲକ୍ଷ୍ୟ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଉଦ୍ୟାପନୀ ତଥା ପୁରସ୍କାର ବିତରଣ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସଭାପତିତ୍ତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଚିତ୍ରଡ଼ା ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଡଃ ଅର୍ଚ୍ଚନା ପ୍ରଧାନ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବହଳଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଶୁଭଶ୍ରୀ ସିଂ ଯୋଗଦାନ କରିଥିଲେ । ଜିଲ୍ଲାର ମୋଟ ୨୬ଟି ବ୍ଲକରୁ ଅଂଶଗ୍ରହଣ କରିଥିବା ଆଜିର ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ପାଞ୍ଚଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କନିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିବା ଭାଷା ଭିତ୍ତିକ କୁଇଜ୍ ପ୍ରତିଯୋଗିତାରେ ଚନ୍ଦ୍ରିକା ଥୟାଲ, ସରକାରୀ ଉ.ପ୍ରା. ବିଦ୍ୟାଳୟ, ଚାନ୍ଦୁଆ, କୁଳିଅଣା ବ୍ଲକ ପ୍ରଥମ ସ୍ଥାନ, ହିତେଶ ଗୋଛାୟତ, ସରକାରୀ ଉ.ପ୍ରା. ବିଦ୍ୟାଳୟ, ଉଠାଣିନୂଆଗାଁ, ବଡସାହି ବ୍ଲକ, ଦ୍ୱିତୀୟ ସ୍ଥାନ, ସେଲିନା ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ଅସନା, ବିଶୋଇ ବ୍ଲକ, ତୃତୀୟ ସ୍ଥାନ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି ଜେନା, ସରକାରୀ ଉ.ପ୍ରା. ବିଦ୍ୟାଳୟ, ଧୋବାଡ଼ିହା, ଯଶିପୁର, ପ୍ରଥମ ସ୍ଥାନ, ମିଲି ପଣ୍ଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ପାଣ୍ଡରା, ସାରସକଣା, ଦ୍ୱିତୀୟ ସ୍ଥାନ, ଜ୍ୟୋତିପ୍ରଭା ଦେବୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ, ଗୋପବନ୍ଧୁନଗର, ତୃତୀୟ ସ୍ଥାନ, ବରିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିବା ଭାଷା ଭିତ୍ତିକ କୁଇଜ ପ୍ରତିଯୋଗିତାରେ ଦିବ୍ୟାଂଶୁ ଚୌହାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ, ବାରିପଦା ବ୍ଲକ, ପ୍ରଥମ ସ୍ଥାନ, ହରିପ୍ରିୟା ମହାନ୍ତ, ସରକାରୀ ଉ.ପ୍ରା. ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ ବ୍ଲକ, ଦ୍ୱିତୀୟ ସ୍ଥାନ, ଚନ୍ଦ୍ର ମୁର୍ମୁ, ରାମସାହି ଆଶ୍ରମ ସ୍କୁଲ, ଯଶିପୁର ବ୍ଲକ, ତୃତୀୟ ସ୍ଥାନ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଶିଷ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟ, ବାରିପଦା ବ୍ଲକ, ପ୍ରଥମ ସ୍ଥାନ, ସନ୍ଧ୍ୟାରାଣୀ ମହାନ୍ତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଆ, ସାରସକଣା, ଦ୍ୱିତୀୟ ସ୍ଥାନ, ସୁଗୀ ଟୁଡୁ, ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟ, ଗଡିଆ, ମୋରଡ଼ା ବ୍ଲକ, ତୃତୀୟ ସ୍ଥାନ, ବିତର୍କ ପ୍ରତିଯୋଗିତାରେ ତନିସା ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗରୁଡବସା, ବେତନଟୀ ବ୍ଲକ, ପ୍ରଥମ ସ୍ଥାନ, ସାଇଶଙ୍କର ରାଇସିଂ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଇଁକୁଳା, ଗୋପବନ୍ଧୁନଗର, ଦ୍ୱିତୀୟ ସ୍ଥାନ, ସଉନା ମାଝୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର ବ୍ଲକ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି  । ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରୁଥିବା ଆଞ୍ଚଳିକ ଗପ ଓ ଭାଷାର ଏକ ଆଲୋଚନାଚକ୍ରର ଆସର ଆୟୋଜିତ ହୋଇଥିଲା । ସେହିପରି ଓଡିଆ ସଂସ୍କୃତି, ପରମ୍ପରା, ଐତିହାସିକ କଳାକୃତି, ଭାଷା ଆନେ୍ଦାଳନର ମୁଖ୍ୟ ପୁରୋଧା, ପ୍ରତିଷ୍ଠିତ କବି ଓ ଲେଖକଙ୍କର ତଥ୍ୟ ସମ୍ବଳିତ ପଟ୍ଟଚିତ୍ର ପ୍ରଦର୍ଶିତ କରାଯାଇଥିଲା । ସେଥିମଧ୍ୟରୁ ଶ୍ରେଷ୍ଠ ଦଶଟି ଷ୍ଟଲକୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାସ୍ତରରେ ଭାଷା ସାହିତ୍ୟ ଓ ସୃଜନଶୀଳତା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାର ଚାରିଜଣ କୃତୀ ଶିକ୍ଷକ ତିମିର ରଞ୍ଜନ ପଣ୍ଡା, ରାଇରଙ୍ଗପୁର ବ୍ଲକ, ସନ୍ତୋଷ କୁମାର ସାହୁ, କପ୍ତିପଦା ବ୍ଲକ, ହରେନ୍ଦ୍ର ମହାନ୍ତ, ମୋରଡ଼ା ବ୍ଲକ, ଅନିତା ଦାସ, ବଡସାହି ବ୍ଲକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅଶ୍ୱିନୀ କୁମାର ସିଂହ, ରାଜେଶ କୁମାର ମହାନ୍ତ, ଶିକ୍ଷକ ସତ୍ୟନାରାୟନ ନାୟକ, ମିନର୍ଭା ଦାସ, ପଦ୍ମିନୀ ପାଢୀ, ମୌସୁମୀ ସାହୁ, ମୌସୁମୀ ଦୀକ୍ଷିତ, ପୁଲକ ଚନ୍ଦ୍ର ମହାନ୍ତ ଓ ଗରେନ୍ଦ୍ର ସିଂ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply