Odisha news

ଅଲ୍ଗୁରୁ ରୋହିଦାସ ସିଂନାଗଙ୍କ ୯୦ତମ ଜୟନ୍ତୀ ପାଳିତ

0

ବାରିପଦା : ମୁଣ୍ଡାରୀ ଲିପିର ସ୍ରଷ୍ଟା ଅଲ୍ଗୁରୁ ପଣ୍ଡିତ ରୋହିଦାସ ସିଂନାଗଙ୍କ ୯୦ତମ ଜୟନ୍ତୀ ଭାରତମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ର ନାଥ ସିଂହଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ୱର୍ଗତଃ ନାଗଙ୍କ ମଧୂବନ ଓ ତାଙ୍କ ଗ୍ରାମ ଶାଳବଣୀ ସ୍ଥିତ ପ୍ରତିମୂର୍ତ୍ତି ଓ ସମାଧିପୀଠରେ ପୁଜାଅର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଭାରତ ବର୍ଷର ସର୍ବପୁରାତନ ଭାଷା ହେଉଛି ମୁଣ୍ଡାରୀ ଭାଷା । ଭାରତ ବର୍ଷରେ ୧କୋଟି ରୁ ଉର୍ଦ୍ଧ ଭୂମିଜ ଓ ମୁଣ୍ଡା ଆଦିବାସୀ ଲୋକମାନେ ମୁଣ୍ଡାରୀ ଭାଷାରେ କଥାବାର୍ତ୍ତା କରିଥାନ୍ତି । ତେଣୁ ଏହି ପୁରାତନ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରି ମୁଣ୍ଡାରୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ଉନ୍ନତି ପାଇଁ ଭାରତ ମୁଣ୍ଡା ସମାଜ ତରଫରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ଏଥିରେ କର୍ଣ୍ଣପାତ କରିନଥିବାରୁ ସଭାପତି କ୍ଷୋଭ ପ୍ରକାଶ କରିଥିଲେ । ସ୍ୱର୍ଗତଃ ନାଗଙ୍କ ଜିବନୀ ଉପରେ ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ନାଥ ସିଂ, ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂହ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ, କୋଷାଧ୍ୟକ୍ଷ ବାଇଧର ସିଂ, ଉପସଭାପତି ସୁନାରାମ ସିଂ ଓ ଉପଦେଷ୍ଟା ମନୋଜ ମୁଣ୍ଡା ଆଲୋକପାତ କରିଥିଲେ । ସର୍ବଶେଷରେ ସଭାର ସଫଳତା ପାଇଁ ସଦସ୍ୟ ଚନ୍ଦ୍ରମୋହନ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply