ବାରିପଦା : ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ବାରିପଦା ଛଉପଡିଆରେ କର ବା ମର ପରିସ୍ଥିତି ବିଷୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା କରାଯାଇଥିଲା ଯେ, ଯଦି ୩୧ମାର୍ଚ୍ଚ ସୁଦ୍ଧା ସାରନା ଧର୍ମ କୋଡ ଘୋଷଣା କରାନଯାଏ ତେବେ ୭ ଏପ୍ରିଲକୁ ଭାରତ ବନ୍ଦ କରାଯିବ ବୋଲି ପୂର୍ବରୁ ଭାରତ ସରକାରଙ୍କୁ ଅଲ୍ଟିମାଟମ୍ ଦିଆଯାଇଛି ଏବଂ ଆଜିର ବୈଠକରେ ଆଦିବାସୀ ସମାଜ ସହିତ ଆଦିବାସୀ ଗ୍ରାମ ସମାଜର ଗ୍ରାମମୁଖ୍ୟ ମାଝୀ-ପାର୍ଗାନା ଏବଂ ଆଦିବାସୀ ସାମାଜିକ ସଂଗଠନ ତଥା ଭାରତ ଜାକାତ୍ ମାଝୀ ପାର୍ଗାନା ମହଲ, ଆସେକା, ମାସାଆର୍ମୀ, ପେସା କମିଟି, ମିଳିତ ଆଦିବାସୀ ମଞ୍ଚ, ସାନ୍ତାଳୀ ଏକାଡେମୀ ଇତ୍ୟାଦି ଆଦିବାସୀ ସଂଗଠନର ନେତୃତ୍ୱକାରୀଙ୍କୁ ଅଲ୍ଟିମାଟମ୍ ଦିଆଗଲା ଯେ, ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଯଦି ନିଜ ନିଜର ସଂଗଠନ ପକ୍ଷରୁ ସାରନା ଧର୍ମ କୋଡ ମାନ୍ୟତା ଆନେ୍ଦାଳନରେ ସହଯୋଗ ପାଇଁ ନିଜର ଷ୍ଟେଟମେଣ୍ଟ(କଥନ) ପ୍ରକାଶ ନକଲେ ସାରନା ଧର୍ମ ବିରୋଧୀ, ଆଦିବାସୀ ସମାଜ ବିରୋଧୀ ବୋଲି ଘୋଷଣା କରିବାକୁ ଆଦିବାସୀ ସେଙ୍ଗେଲ ଆଭିଯାନ ବାଧ୍ୟ ହେବ ଏବଂ ଉକ୍ତ ଅଲ୍ଟିମାଟମ୍ ସନେ୍ଦଶକୁ ପ୍ରତ୍ୟେକ ଆଦିବାସୀ ଗ୍ରାମ ସମାଜରେ ଜନଜାଗରଣ ସଭା କାର୍ଯ୍ୟକ୍ରମ କରି ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଗଲା । ତତ୍ସହିତ ଏକତା ସୁଦୃଢ଼ କରିବା ପାଇଁ ସେଙ୍ଗେଲ ଆଭିଯାନ ନିଜର ରଣନୀତି ଜାରୀ ରଖିବ । ଉକ୍ତ ବୈଠକରେ ଜୋନାଲ ସେଙ୍ଗେଲ ପାର୍ଗାନା ମାଧବଚନ୍ଦ୍ର ମୁର୍ମୁ, ସେଙ୍ଗେଲ ମାଝୀ ପାର୍ଗାନା ଜୋନାଲ ସଭାପତି ବାବୁଲୁ ମୁର୍ମୁ, ଶିବୁ ହେମ୍ବ୍ରମ, ସୁକଦେବ ସୋରେନ, ରାମଚନ୍ଦ୍ର ହେମ୍ବ୍ରମ, ସୁକୁଲାଲ ହେମ୍ବ୍ରମ ଓ ଶିଙ୍ଗ୍ରାୟ ହେମ୍ବ୍ରମ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।