Odisha news

ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଧଉଳି ଯାତ୍ରାପାର୍ଟି ଟ୍ରକ, ୬ ମୃତ, ୯ ଗୁରୁତର

: ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ଲକ୍ଷଟଙ୍କା ଅନୁକମ୍ପା ରାଶି ଘୋଷଣା

0

ବାରିପଦା,  : ଦ୍ୱାରଶୁଣୀ ଘାଟି ପାଲଟିଛି ମରଣଯନ୍ତା । ବୁଧୁବାର ସକାଳୁ ଦ୍ୱାରଶୁଣୀ ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ରାଇରଙ୍ଗପୁରରୁ ଜଳେଶ୍ୱରକୁ ଯାଉଥିବା ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ୍ ଓ ସାଉଣ୍ଡ ବୋଝେଇ ଟ୍ରକ୍ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ଧଉଳି ଗଣନାଟ୍ୟର ୫ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ବାଙ୍ଗିରିପୋଷି ଡାକ୍ତରଖାନାରେ ଅନ୍ୟ ଜଣଙ୍କ ମୃତୁ୍ୟ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୯ଜଣ ଗୁରୁତର ଆହତ ହୋଇ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକ କଲେଜ ଓ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ମୃତକଙ୍କ ମଧ୍ୟରୁ ମିଳିଥିବା ପରିଚୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଝାଡେଶ୍ୱର ମାରାର୍ଣ୍ଡି ଓ ମୁଥ ମୁର୍ମୁ ଏବଂ କଟକର ଅଶୋକ କୁମାର ମଲ୍ଲିକ । ପ୍ରାଥମିକ ତଦନ୍ତରୁ ଧଉଳି ଯାତ୍ରାପାର୍ଟିର ଏହି ଟ୍ରକରେ ଡ୍ରାଇଭରଙ୍କ ସହ ୧୫ଜଣ ଯାତ୍ରାପାର୍ଟିର ସଦସ୍ୟ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ, ବାଙ୍ଗିରିପୋଷି ପୁଲିସ ଓ ସାଧାରଣ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ଜଣ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି ଏବଂ ସକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତବ୍ୟକ୍ତି ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଆହତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିସôା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ଓ ସେମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷରେ ଏହି ଦ୍ୱାରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଘାଟି ସମ୍ପ୍ରସାରଣ କାର୍ଯ୍ୟ ବାବଦରେ କୌଣସି ଠୋସ୍ ପଦକ୍ଷେପ ନେବାକୁ ଭଞ୍ଜସେନା ଦାବି କରିଛି ଏବଂ ଆସନ୍ତା ଫେବୃଆରୀ ୨ତାରିଖ ମଧ୍ୟରେ ଯଦି କୌଣସି ଠୋସ୍ ପଦକ୍ଷେପ ନିଆନଯାଏ ତେବେ ଘାଟି ରାସ୍ତା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply