ବାରିପଦା : ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଭରପୁର ଲଘୁଖଣିଜ ସମ୍ପଦ ରହିଥିବାବେଳେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ସାରସକଣା, ବାଙ୍ଗିରିପୋଷି, ଶ୍ୟାମାଖୁଣ୍ଟା, ବେତନଟୀ ଓ ବଡସାହି ତହସିଲ ଅଧିନରେ ଥିବା ବାଲିସୌରାତ, ମୁରୁମ ଖାଦାନ ଏବଂ ଚିପ୍ସ ଶାସକ ବିଜେଡିର ମାଫିଆମାନଙ୍କ ଦ୍ୱାରା ଲୁଟ୍ କରାଯାଇ ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ ତଥା ବାଲେଶ୍ୱର ଜିଲ୍ଲା ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇ କୋଟିକୋଟି ଟଙ୍କା ରାଜସ୍ୱ ହାନୀ ହେଉଥିବା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜସ୍ୱ ମନ୍ତ୍ରୀଙ୍କ ଘର ଏହି ଜିଲ୍ଲାର େହୋଇଥିବାବେଳେ, ପ୍ରଶାସନକୁ ହାତବାରିସୀ କରି ସାରା ଜିଲ୍ଲାରେ ଏଭଳି ଲୁଟ୍ କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।
ରାସଗୋବିନ୍ଦପୁର ତହସିଲଦାର ୬ମାସ ଧରି ଛୁଟିରେ ରହିଥିବାବେଳେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମଧ୍ୟ ଛୁଟିରେ ଅଛନ୍ତି । ବର୍ତ୍ତମାନ ବାଙ୍ଗରିପୋଷିର ଅତିରିକ୍ତ ତହସିଲଦାର ରାସଗୋବିନ୍ଦପୁର ତହସିଲ ଦାୟିତ୍ୱ ରହିଥିଲେ ହେଁ ଜିଲ୍ଲାର କୋଭିଡ୍-୧୯ ପାଇଁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫୁଜାରୀ ହୋଇଥିବା ସର୍ତ୍ତେ ରାତିରେ ଶହ ଶହ ଟ୍ରିପ ବାଲି ଓ ମୋରମ ଚୋରା ଚାଲାଣ କରାଯିବା ପଛରେ କାହାର ହାତ ଅଛି ବୋଲି ବିଜେପି ପକ୍ଷରୁ ରାଜ୍ୟସରକାରଙ୍କୁ ପ୍ରଶ୍ନ କରାଯାଇଛି । ସେହିପରି ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ସାରୁମଳା ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ବିଜେଡି ବ୍ଲକ ସଭାନେତ୍ରୀ ଉଜ୍ୱୟିନୀ ବେହେରା ଏବଂ ବିଜେଡିର ସମ୍ପାଦକ ଥିବା ଉତ୍ତମ ମହାନ୍ତିଙ୍କ ଦ୍ୱାରା ରସଗୋବିନ୍ଦପୁର ବିଡିଓ ଓ ମୋରଡା ବିଧାୟକଙ୍କ ଉପସ୍ଥିତରେ ୨ ହଜାର ଟଙ୍କା ଲେଖାଏଁ ଚେକ୍ ବାଣ୍ଟିବା ଘଟଣାକୁ ବିଜେପି ନାପସନ୍ଦ କରିବାସହ ଘୋର ନିନ୍ଦା ପ୍ରକଟ କରିଛି । ରାସୋଗବିନ୍ଦପୁର, ବେତନଟୀ ଏବଂ ତହସିଲ ଅଧିନରେ ଇଟାଭାଟି ଏବଂ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବାଲି ଓ ଚିପ୍ସ ନେଇ ଯାଉଥିବା ଗାଡିଙ୍କ କ୍ଷେତ୍ରରେ ୩୦/୪୦ ହଜାର ଟଙ୍କା ଜୋରିମାନା ଆଦାୟ କରି କେସ ଦାଏର କରାଯାଇଥିବାବେଳେ, ଗତକାଲି ରାତିରେ ବେଆଇନ୍ ଭାବେ ୪ଟି ଡମ୍ଫର ରେ ଚାଲଣ କରାଯାଉଥିବା ଗାଡି ଜୋରିମାନା ନେଇ ଛାଡି ଦବାପଛରେ କେଉଁ ଉଦେ୍ଦଶ୍ୟ ଅନ୍ତର୍ନିହିତ ବୋଲି ବିଜେପି ପ୍ରଶ୍ନ କରିଛି ।
ଏତଦ୍ବ୍ୟତୀତ ତାମିଲ୍ନାଡୁ ସ୍ଥିତ ସନ୍ତ ସ୍ପିନିଙ୍ଗ ମିଲରେ ଜିଲ୍ଲାରୁ ପ୍ରାୟ ୭୦ରୁ ଉଦ୍ଧ୍ୱର୍ ଶ୍ରମିକଙ୍କୁ ତାଙ୍କର ମଜୁରୀ ପ୍ରାପ୍ୟ ପ୍ରଦାନ ସହ ତାଙ୍କୁ ଉଦ୍ଧାର କରିବା, ରାସଗୋବିନ୍ଦପୁର ଏବଂ ଶ୍ୟାମାଖୁଣ୍ଟା ତହସିଲ ଅଧିନରେ ଜଙ୍ଗଲ ଜମି ଉପରେ ୫୦ବର୍ଷରୁ ଉଦ୍ଧ୍ୱର୍ ହେବ ବସବାସ କରିଆସୁଥିବା ବେଳେ ତାଙ୍କ ପଟ୍ଟା ପ୍ରଦାନ କରାଯାଉନଥିବା ସ୍ଥଳେ ଆଯୋଗ୍ୟ ହିତାଧିକାରୀ ଏବଂ ଜାଗାବାଡି ଥିବାଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉଥିବା କାରଣରୁ ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଘର ପାଇବାରୁ ବଞ୍ଚିତ୍ ହେଉଛନ୍ତି । ତେବେ ଆଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ପଟ୍ଟା ତୁରନ୍ତ ରଦ୍ଦ କରି ତାଙ୍କ ବିରୋଧାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବାକୁ ବିଜେପିର ଏକ ପ୍ରତିନିଧି ଦଳ ଦାବୀ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଜନଆନେ୍ଦାଳନ ଜିଲ୍ଲା ବ୍ୟାପି କରାଯିବାର ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କାନ୍ଦ୍ରାସୋରେନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ, ପୂର୍ବତନ ଜିଲ୍ଲା ସଭାପତି ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ସାରସକଣା ବିଧାୟକ ଡଃ ବୁଢାନ ମୁର୍ମୁଙ୍କ ସମେତ ସଞ୍ଜିବ ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ସୁବଦା ମୁର୍ମୁ, ପ୍ରବୀଣ ପାତ୍ର, ଅଭୟ କୁମାର ମହାପାତ୍ର, ତାପସ କୁମାର ଦତ୍ତ, ତପନ କୁମାର ହାବୋଡା ଓ ଦୀନେଶ ଦାସ ପ୍ରମୁଖ ସାମିଲ ହୋଇଥିଲେ ।