Odisha news

ବାରିପଦା ସତ୍ସଙ୍ଗ ବିହାରରେ ଯୁଗାଚାର୍ଯ୍ୟ ଶ୍ରୀଶ୍ରୀ ବଡ଼ଦାଙ୍କ ଜନ୍ମଉସôବ ପାଳିତ

0

ବାରିପଦା  : ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସ୍ଥାନୀୟ ବାରିପଦା ସତ୍ସଙ୍ଗ ବିହାରରେ ସତ୍ସଙ୍ଗ ଅନୁଷ୍ଠାନର ଯୁଗାଚାର୍ଯ୍ୟ ଶ୍ରୀଶ୍ରୀ ବଡ଼ଦାଙ୍କ ୧୧୩ ତମ ଜନ୍ମଉସôବ ବରିଷ୍ଠ କର୍ମୀ ସହ ପ୍ରତି ଋତ୍ୱିକ ବେଣୁଧର ମହାରଣାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ସତ୍ସଙ୍ଗର ସହ ପ୍ରତି ଋତ୍ୱିକ ତଥା ଭୋଗରାଇ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରାଧ୍ୟାପକ ଡଃ ବିଜୟକେତନ ପଟ୍ଟନାୟକ ମୁଖ୍ୟ ବକ୍ତାଭାବରେ ଯୋଗଦାନ କରି ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ମାନବ ସଭ୍ୟତା ପାଇଁ ତଥା ବିଶ୍ୱ ଜୀବନ ପାଇଁ ସର୍ବଶ୍ରେଷ୍ଠ ଅବଦାନ ଆଚାର୍ଯ୍ୟ ପରମ୍ପରା ବୋଲି କହିବା ସହିତ ଯୁଗାଚାର୍ଯ୍ୟ ଶ୍ରୀଶ୍ରୀ ବଡ଼ଦାଙ୍କ ଦିବ୍ୟ ଜୀବନ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଏହା ସହିତ ବର୍ତ୍ତମାନର ନୈତିକ ଅଧପତିର ସମାଜକୁ ସତ୍ସଙ୍ଗ ଭାବଧାରା ସୁରକ୍ଷା ଦେଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଉସôବ କମିଟିର ସଭାପତି ସହ ପ୍ରତି ଋତ୍ୱିକ ରବୀନ୍ଦ୍ରନାଥ ପାତ୍ର ପ୍ରାରମ୍ଭିକ ଅଭିଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହପ୍ରତି ଋତ୍ୱିକ ମୁକ୍ତିକାନ୍ତ ନାୟକ, ଗୁରୁଭ୍ରାତା ମୋହନ ବେହେରା, ସୁବାସ୍ ଚନ୍ଦ୍ର ପାଲ୍ ଭଜନ ପରିବେଷଣ କଲାବେଳେ ଗୁରୁଭ୍ରାତା ଜତିନ୍ ଦାସ ଓ ସୁହାସ ଚନ୍ଦ୍ର ସାହୁ କୋରସ୍ ପରିବେଷଣ କରିଥିଲେ । ସହ ପ୍ରତି ଋତ୍ୱିକ୍ ବିଜ୍ଞାନ ଭୂଷଣ ମହାପାତ୍ର ଓ ସାଥୀମାନେ ଉଦଣ୍ଡ କୀର୍ତ୍ତନ କରିଥିଲେ । ପ୍ରାରମ୍ଭରେ ସତ୍ସଙ୍ଗର ଅଧ୍ୟର୍ଯୁ୍ୟ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ ବିଚିତ୍ର ନାଥ ସାହୁ ଶ୍ରୀଶ୍ରୀ ଠାକୁରଙ୍କ ଶ୍ରୀହସ୍ତ ଲିଖିତ ‘ସତ୍ୟାନୁସରଣ’ ଗ୍ରନ୍ଥ ଓ ଅଧ୍ୟର୍ଯୁ୍ୟ ମହେନ୍ଦ୍ର ସାହୁ ‘ନାରୀରନୀତି’ ଗ୍ରନ୍ଥ ପାଠ କରିଥିଲେ । ଏହି ଉସôବ ଅବସରରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ଶାନ୍ତିଲତା ପାତ୍ର ପୌରହିତ୍ୟ କରିଥିବା ବେଳେ ପ୍ରଭାତୀ ସାହୁ ବକ୍ତବ୍ୟ ରଖିଥିଲେ ଓ ଅଦିତା ସାହୁ, କଳ୍ପନା ଦେ, ଧୃତି ପାଲି ହାବୋଡା, ସୁପ୍ରିୟା ମହାରଣା, ଦେବୀସ୍ମିତା ମହାନ୍ତ, ଝରଣା ଜେନା ଭଜନ ପରିବେଷଣ କରିଥିଲେ । ଉସôବରେ ପନ୍ଦର ଶହରୁ ଉଦ୍ଧ୍ୱର୍ ସତ୍ସଙ୍ଗୀ ଓ ସତ୍ସଙ୍ଗ ଅନୁରାଗୀ ଭକ୍ତ ଯୋଗଦାନ କରି ପ୍ରସାଦ ସେବନ କରିଥିଲେ । ଏହି ଉସôବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସହ ପ୍ରତି ଋତ୍ୱିକ୍ ଶଙ୍କର୍ଷଣ ସାହୁ, ଶଶଧର କୁଇଲା, ଗୋକୁଲ ଚନ୍ଦ୍ର ସାହୁ, ବାରିପଦାର ବହୁ କର୍ମୀ ସହିତ ସତ୍ସଙ୍ଗ ଉପଯୋଜନା କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।

Leave A Reply