Odisha news

ବରିଷ୍ଠ ଶିକ୍ଷୟିତ୍ରୀ ତଥା ଶ୍ରୀ ସତ୍ୟସାଇ ସେବା ସଂଗଠନ ବାଳବିକାଶ ଗୁରୁ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କ ପରଲୋକ

0

ବାରିପଦା  : ବାରିପଦା ସହରର ପ୍ରତିଷ୍ଠିତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ଶ୍ରୀ ସତ୍ୟସାଇ ସେବା ସଂଗଠନ, ବାରିପଦାର ବରିଷ୍ଠ ବାଳବିକାଶ ଗୁରୁ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କର ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ସମାଜସେବୀ, ଧର୍ମପରାୟଣ, ପରପୋକାରୀ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସବୁରୀ ମହଲରେ ପରିଚିତ ଥିଲେ । ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାରୁଣୀ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ପୁତୁରା ନିହାର ରଞ୍ଜନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ସ୍ଥାନୀୟ ୱାର୍ଡ ନମ୍ବର ୬ ସ୍ଥିତ ବାସଭବନରେ ପହଞ୍ଚି ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave A Reply