Odisha news

ଜାତୀୟ ରଗବୀରେ ଚାମ୍ପିୟାନ ମହିଳା ଦଳକୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

0

ବାରିପଦା : ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ରଗବୀ ଚାମ୍ପିୟନସିପରେ ମୟୂରଭଞ୍ଜ ଜିଲ୍ଲାର ମହିଳା ଦଳ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରଗବୀ ମହିଳା ଦଳ ଉନ୍ନତ ଖେଳ ପ୍ରଦର୍ଶନ କରି ଦିଲ୍ଲୀ ଦଳ କୁ ହରାଇ ଚାମ୍ପିୟନ ହୋଇଛନ୍ତି । ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଦଳ ଗୁରୁବାର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଫୁ୍ୟଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ଖେଳାଳିଙ୍କୁ ନେଇ ଓଡ଼ିଶାରୁ ଏକମାତ୍ର ଦଳ ଭାବରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିଲେ । ଦିଲ୍ଲୀର ବସନ୍ତକୁଞ୍ଜ ଠାରେ ଜୁଲାଇ ୩୦ତାରିଖ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ସେଭେନ୍ସ ଇଣ୍ଟର କ୍ଲବ ପ୍ରତିଯୋଗୀତାରେ ଜିଲ୍ଳାର ଦୁଇଟି ରଗବୀ ଟିମ୍ କ୍ରୀଡା ପ୍ରଦର୍ଶନ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ମହିଳା ଟିମ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ହରାଇ ଚାମ୍ପିୟନ ହୋଇଥିଲେ । ମହିଳା ଟିମର ଖେଳାଳୀ ସନ୍ଧ୍ୟାରାଣୀ ଟୁଡୁ ପ୍ରତିଯୋଗୀତାର ବେଷ୍ଟ୍ ପ୍ଲେୟାର ଭାବେ ଜାତୀୟ ସ୍ତରର ଟ୍ରଫି ଜିତି ଆଉ ଏକ ଗୌରବ ଆଣିଛନ୍ତି । ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଟିମର ଏହି ବିଜୟକୁ ନେଇ ଖୁସିବ୍ୟକ୍ତ କରିବା ସହ ଶୁଭେଛା ଜଣାଇଛନ୍ତି । ଏଥିସହିତ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧତ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ ଦେବାଶିଷ ମାରାଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ସମାଜସେବୀ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂ ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

Ad2
Leave A Reply