Odisha news

ପ୍ରେମିକାକୁ ଗୁଳି କରି ଲୁଚାଇ ରଖିଥିଲା ପ୍ରେମିକ, ପ୍ରେମିକ ସମେତ ୩ ଗିରଫ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ପ୍ରତିଶୋଧ ପରାୟଣ ହୋଇ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଗୁଳିମାଡ କରିଛନ୍ତି । ପରେ ପ୍ରେମିକାକୁ ଲୁଚାଇ ରଖିଥିଲା ପ୍ରେମିକ । ତେବେ ଶେଷରେ ଧରାପଡିଛନ୍ତି ଏହି ପ୍ରେମିକ ଜଣକ । ଗିରଫ ପ୍ରେମିକ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧିନ ଅଁଳାଡୁବା ଗ୍ରାମର ଅର୍ଜୁନ ପଣ୍ଡା(୨୯) । ଏଠାରେ ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ଗ୍ରାମର ବାପୁନ ଓରଫ ଅର୍ଜୁନ ପଣ୍ଡା ଦିର୍ଘ ୩ ବର୍ଷ ଧରି ପ୍ରେମ ଜନିତ ଅନୈତିକ ଶାରିରୀକ ସଂପର୍କ ରଖିବା ପରେ ବର୍ଷକ ପୂର୍ବରୁ ଅର୍ଜୁନ ଅନ୍ୟତ୍ର ବିବାହ କରିଥିଲେ । କିନ୍ତୁ ଅର୍ଜୁନର ମନ ବୁଝି ନଥିବାରୁ ସେ ସେହି ନାବାଳିକା ଆଦିବାସୀ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ । ନାବାଳିକା ଯୁବତୀ ଜଣଙ୍କ ଅର୍ଜୁନଙ୍କ ସହିତ ଆଉ ସଂପର୍କ ରଖିବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ ହୋଇଥିଲା । ତେବେ ଅର୍ଜୁନ ପ୍ରତିଶୋଧ ପରାୟଣ ହୋଇ ଉଠି ସୁଚିନ୍ତିତ ଯୋଜନା କରି ଗତ ୯ତାରିଖ ଦିନ ମେକ୍ସିମ ଭ୍ୟାନ୍ରେ ଯୁବତୀଙ୍କୁ ରାଇରଙ୍ଗପୁରର ଏକ ନଦୀ ପାଖକୁ ନେଇ ଆସିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ଅର୍ଜୁନ ଲୁଚାଇ ରଖିଥିବା ଚୋରା ଦେଶୀ ବନ୍ଧୁକ ବାହାର କରି ପ୍ରେମିକାକୁ ଗୁଳିମାରିବା ଫଳରେ ଗୁଳିଟି ପ୍ରେମିକାର ଜଙ୍ଘରେ ବାଜିଥିଲା । ସେହି ଆହତ ପ୍ରେମିକାକୁ ଧରି ବଡଝରଣ ସ୍ଥିତ କାଳିକା ଗ୍ରାମରେ ଜନୈକ ଭଡ଼ା ଘରେ ରଖିଥିଲେ । ପରେ ଶୁକ୍ରବାର ଦିନ ନାବାଳିକାକୁ ନେଇ ବିଶୋଇ ଅଂଚଳରେ ଜନୈକ ମହିଳାଙ୍କ ଘରେ ଲୁଚାଇ ରଖିଥିଲେ । ୩ଦିନପରେ ସୋମବାର ଦିନ ସଂନ୍ଧ୍ୟା ସମୟରେ ଗୁରୁତର କ୍ଷତାକ୍ତ ଯୁବତୀ ଜଣକ ଆବଧଘର ପାଖ ଜନୈକ ଟାଇଲ ମିସ୍ତ୍ରୀର ଫୋନରେ ନିଜର ମାମୁଁ ବିଶୋଇ ଅଂଚଳର ଭୀମସେନ ସୋରେନଙ୍କୁ ଘଟଣା ସବୁକିଛି ଫୋନ୍ କରି କହିଥିଲେ । ପରେ ଭୀମ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବିଶୋଇ ଥାନାରେ ୫୬/୨୪ରେ ଏକ ମାମଲା ରୁଜୁ ହୋଇ ଅର୍ଜୁନକୁଙ୍କୁ ଗିରଫ କରିବା ସହିତ ବନ୍ଧୁକ,୩ ଅଫୁଟା ଗୁଳି, ବ୍ୟବହୃତ ଖୋକା, ମେକ୍ସିମ ଭେନ୍ ଜବତ କରିଥିଲେ । ପରେ ତା’ଠାରୁ ସମସ୍ତ ତଥ୍ୟ ନେଇ ବନ୍ଧୁକ ଯୋଗାଇଥିବା ଝାଡଖଣ୍ଡ ରାଜ୍ୟ ହଳଦୀ ପୋଖରୀ ଅଂଚଳର ସେକ୍ ନାକିମ(୩୨) ଏବଂ ଏହି ଘଟଣାରେ ସମୃକ୍ତ ଥିବା ଜଣେ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Govt
Leave A Reply