Odisha news

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ମାଇନରିଟି ସେଲ୍ର ଏକ ବୈଠକ ଅନୁଷ୍ଠିତ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ମାଇନରିଟି ସେଲ୍ର ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାଇନରିଟି ସେଲ୍ ଓଡ଼ିଶା ଇନଚାର୍ଜ ଶେଖ୍ ଅବଦୁଲ କଲାମ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲ୍ର ଅଧ୍ୟକ୍ଷ ମହମ୍ମଦ ଜିଆ ଉଲ୍ ହକ ଓ ଶେଖ ଅବଦୁଲ ସାଜିଦ୍ ବାରିପଦା ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ମୟୂରଭଞ୍ଜ ଜିଲ୍ଲା ସଂଖ୍ୟାଲଘୁ ଅଧ୍ୟକ୍ଷ ଶେକ୍ ରଖିମ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାରେ ସଂଖ୍ୟାଲଘୁ ସଂଗଠନ କିଭଳି ମଜବୁତ ହେବ ସେ ବିଷୟରେ ଦିଗ୍ଦର୍ଶନ ଦେଇଛନ୍ତି ଏବଂ ଧର୍ମନିରପେକ୍ଷ ରାଷ୍ଟ୍ରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଗୁରୁତ୍ୱ ଅନେକ ଥିବାବେଳେ ଭାଇଚାରା ସୃଷ୍ଟି କରି ଦେଶର ଗଣତନ୍ତ୍ରକୁ ସୁଦୃଢ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ପ୍ରକାଶ କରିଛନ୍ତି । ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପିସିସି ସଭ୍ୟ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ,ଏସଟି ସେଲ୍ର ନିର୍ମଳ ପ୍ରଧାନ, ୱାହିଦା ଏହମ୍ମଦ, ଭାଗିରଥୀ ଘୋଡେଇ, ସେଖ ଅଫଜର, ସେଖ ପପୁ, ସେଖ ମୁନ୍ନା, ଜାଭେଦ ଅଖତର, ସେଖ ସବଜତ ଓ ସେଖ ବାବୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Leave A Reply