Odisha news

ବିଜେପିର ୪ର୍ଥ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ୧୪ଦଫା ସମ୍ବଳିତ ରାଜନୈତିକ ଚିଠା ପ୍ରସ୍ତାବ ଆଗତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଚତୁର୍ଥ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବାରିପଦା ସ୍ଥିତ ଷ୍ଟାଡିୟମ ସମ୍ମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ତଥା ଉଦଳା ବିଧାୟକ ଭାସ୍କର ମଢେଇ, ରାଜ୍ୟ ଅନୁସୂଚୀତ ମୋର୍ଚ୍ଚା ଉପସଭାପତି ତଥା ବଡସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୁଷତ୍ତୋମ ନାଏକ, ଛୋଟଲାଲ ମହାନ୍ତ, ନିହାର ରଞ୍ଜନ ମୋଦି, ପ୍ରମିଳା ପଣ୍ଡା ଓ ସାରଦା ଶତପଥୀ ପ୍ରମୁଖ ଯୋଗଦେଇ ପ୍ରଥମେ ଭାରତ ମାତାଙ୍କ ଫଟୋ ଚିତ୍ରରେ ଧୂପ ଓ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ବନେ୍ଦ ମାତରମ ଗାନ ପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରିଣୀକୁ ଉଦ୍ଘାଟନ କରିଥିଲେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ଉପସଭାପତି ସୁନିଲ ଦାଶ ଦେବକୁଣ୍ଡ ମଣ୍ଡଳ ସଭାପତି ଗୌରାଙ୍ଗ ଦେହୁରୀଙ୍କୁ ମୃତୁ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ସୋରେନ୍ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱାଗତ ଭାଷଣ ଦେବାପରେ ଅନ୍ୟତମ ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ମହାନ୍ତି ପୂର୍ବ ବୈଠକର ବିବରଣୀ ପଠନ କରିବାପରେ ତାହା ସର୍ବସମ୍ମତି କ୍ରମେ ଦୃଢିକରଣ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଲୋକଭିମୁଖି ଯୋଜନା ଗୁଡିକ ତୃଣମୂଳସ୍ତରରେ ପହଞ୍ଚାଇ ଜନ ସଚେତନ କରାଇବା ସହ ସଙ୍ଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦି ରାଜ୍ୟ ପ୍ରଦତ୍ତ କାର୍ଯ୍ୟକ୍ରମ ଯଥା ଗରୀବ କଲ୍ୟାଣ ଓ ସୁଶାସନ ଦିବସ, ଯୋଗ ଦିବସ ପାଳନ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ, କାଳୀଦିବସ ପାଳନ, ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଓ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ୧୪ଦଫା ସମ୍ବଳିତ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହେବାପରେ ଏହା ଚର୍ଚ୍ଚା ଆଲୋଚନା କରାଯାଇ ସର୍ବସମ୍ମିତ କ୍ରମେ ଗୃହୀତ ହୋଇଥିଲା ।

ଦାବୀ ସମୂହ ଗୁଡିକ ମଧ୍ୟରେ ଦୁର୍ଦ୍ଦିନରେ ଜିଲ୍ଲାର ଚାଷୀକୁଳ, ଆଇନ୍ ଶୃଙ୍ଖଳା ଉଦ୍ବେଗ ଜନକ, ବିଦୁ୍ୟତ୍ ଦର ଓ ଅବାଧ ବିଦୁ୍ୟତ୍ କାଟ, ଧ୍ୱଂସାଭିମୁଖୀ ଶିକ୍ଷା ବ୍ୟବସ୍ଥା, ଦୁର୍ନୀତିର ଗନ୍ତାଘର ମୟୂରଭଞ୍ଜ, ଲଘୁଖଣିଜ ଚୋରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ, ପାନୀୟ ଜଳର କାର୍ଯ୍ୟକାରିତା ଇତ୍ୟାଦି ଉପରେ ଆଲୋଚନା କରାଯାଇ ଦାବୀ ଉପସ୍ଥାପନା କରାଯାଇଥିଲା । ଜିଲ୍ଲା ଉପସଭାପତି କବିବିଷ୍ଣୁ ଶତପଥୀ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କାରଣରୁ ବାରିପଦା ନଗର ବାସୀଙ୍କ ମୁଣ୍ଡ ଉପରେ ବୋଝ ସଦୃଶ ହୋଇଥିବାବେଳେ ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁୁଙ୍କ ଭଳି ଜଣେ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି ପ୍ରାର୍ଥି ଭାବେ ମନୋନୀତ କରିଥିବାରୁ ମୟୂରଭଞ୍ଜବାସୀ ପକ୍ଷରୁ ଏହି କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଇଂ ବଳରାମ ସାହୁ, ସରୋଜିନୀ କିସ୍କୁ, ବ୍ରଜମୋହନ ବେହେରା, ଶିରିଷ ଚନ୍ଦ୍ର ମହାନ୍ତ, କାଳୀଚରଣ ନାଏକ, କୌଶଲ୍ୟା ନାଏକ, ସୁମନ ସିଂ, ଶୋଭାବତୀ ଓତା, କୁମାର ମଙ୍ଗଳମ, ମମତା ମଣ୍ଡଳ, ପ୍ରକାଶ ଅଗ୍ରୱାଲ, ଲକ୍ଷ୍ମୀ ସାହୁ, ଲକ୍ଷ୍ମୀଧର ହାବୋଡା, କମଳ ଧଳ, ପାୟଲ ରାୟ, ଦେବବ୍ରତ ସାମଲ, ଦୀନେଶ ଦାସ, ଜଗଦିଶ ପ୍ରଧାନ, ଅଭୟ ମହାପାତ୍ର, ଲକ୍ଷ୍ମଣ ତି୍ରପାଠୀ ଓ ରଞ୍ଜନ ମଢୁଆଳ ପ୍ରମୁଖ ପରିଚାଳନା କରିଥିଲେ ।

Nalco
Leave A Reply