Odisha news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ

0

ବାରିପଦା : ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ଓ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ମିଳିତ ତତ୍ତ୍ୱାବଧାନରେ ଚଳିତମାସ ଜୁଲାଇ ୨ତାରିଖ ଦିନ ଦୌଡକୁଦ ଓ ୫ତାରିଖ ଦିନ ଫୁଟବଲ ବିଭାଗର ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଦୌଡକୁଦ ବିଭାଗରେ ୪୮ଜଣ ବାଳକ ଓ ୭ଜଣ ବାଳିକା କ୍ରୀଡା ପ୍ରତିଭା ଯୋଗ ଦେଇଥିଲେ । ଫୁଟବଲ ବିଭାଗ ନିମନ୍ତେ ୧୧୫ଜଣ ବାଳକ ଓ ୫ଜଣ ବାଳିକା କ୍ରୀଡା ପ୍ରତିଭା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜିଲ୍ଲାକ୍ରୀଡା ଅଧିକାରୀ, ଦୌଡକୁଦ ପ୍ରଶିକ୍ଷକ ଏବଂ ୫ଜଣ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ସୂଚାରୁ ରୂପେ ଅନୁଷ୍ଠିତ ହୋଇଅଛି ।

Govt
Leave A Reply