Odisha news

ଓଡିଶା ମୋ ପରିବାର ପକ୍ଷରୁ କୋଭିଡ୍ ସଂକ୍ରମିତ ଏବଂ ସମ୍ପର୍କୀୟଙ୍କ ନିମନ୍ତେ ସହାୟତା କେନ୍ଦ୍ର ଉଦ୍ଘାଟିତ

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ କୋଭିଡ୍ ହସପିଟାଲ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଏବଂ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ପକ୍ଷରୁ କୋଭିଡ୍ ସଂକ୍ରମିତ ଏବଂ ସମ୍ପର୍କୀୟଙ୍କ ନିମନ୍ତେ ସହାୟତା କେନ୍ଦ୍ର ଉଦ୍ଘାଟିତ୍ ହୋଇଯାଇଛି । ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭାର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏହି ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ସେବା ମନୋବୃତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବସମାଜମାନଙ୍କୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କ ସଂଯୋଜନାରେ ଏହି ଉଦ୍ଘାଟନୀ ଉସôବରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ୍କିଶୋର ଦାସ, ପୂର୍ବତନ ବିଧାୟକ ଭାଦବ୍ ହାଁସଦାଃ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଡାଃ ଦେବାଶିଷ ମାରାଣ୍ଡି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଭାତ ନାୟକ, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଣାପାଣୀ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ ବରାଡ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ ନାୟକ, ନାରୀନେତ୍ରୀ ଭାରତୀ ହାଁସଦାଃ, ଶ୍ରାବଣୀ ଦାସ, ସୀମା ଦାସ, ପ୍ରିତିନନ୍ଦ କାନୁନ୍ଗୋ, ସବିତା ବେହେରା, ପ୍ରଭାତ ପୃଷ୍ଟି, ପୂର୍ବତନ କାଉନ୍ସିଲର ପ୍ରଭାତ ମହାନ୍ତି, ନିରୋଜ ସାହୁ, ରନôାକର ବେହେରା, ଅନନ୍ତ ଦାସ, ବାରିପଦା ବ୍ଲକ ଯୁବ ବିଜେଡି ସଭାପତି ବିଶ୍ୱନାଥ ଟୁଡୁ, ନରେନ୍ଦ୍ର ହାଁସଦାଃ, ରାଜନ୍ ସିଂ, ନୀଳକଣ୍ଠ ମହାନ୍ତ, ପୁରୁଷୋତ୍ତମ ଘୋଷ, ଅମୀତ କୁମାର ବୈଠା, ସୁଶୀଲ ସେଠୀ, ଏସକେ ରାଜା, ଯୁବନେତା ସାଲାଇ ହେମ୍ବ୍ରମ, ଗୌତମ ସିଂ, ସାଲନ୍ଦାନ୍ ମୁର୍ମୁ ଓ ରଜନୀକାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ଦେଇଥିବାବେଳେ ଓଡିଶା ମୋ ପରିବାର ସଂଯୋଜକ ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Nalco

Comments are closed.