Odisha news

କେବଳ ଲେମ୍ବୁ ନୁହେଁ : ଲେମ୍ବୁ ଚୋପା ମଧ୍ୟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ଅଦ୍ଭୁତ ଲାଭଦାୟକ

ଗ୍ରୀଷ୍ମ ଋତୁରେ ଆମେ ଲେମ୍ବୁ ପାଣି ପ୍ରସ୍ତୁତ କରି ପିଥାଉ ଓ ଅନ୍ୟସବୁ ବିଭିନ୍ନ କାର୍ଯ୍ୟରେ ଲେମ୍ବୁ ପ୍ରୟୋଗ କରିଥାଉ । ଲେମ୍ବୁପାଣି ଶରୀରରୁ ସମସ୍ତ ବର୍ଯ୍ୟବସ୍ତୁକୁ ବାହାର କରିଦିଏ ଓ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇଥିବା କାରଣରୁ ତ୍ଵଚାପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।  ସେହିଭଳି ଲେମ୍ବୁ ଚୋପା ମଧ୍ୟ ଶରୀର ପାଇଁ ଲାଭଦାୟକ , ଲେମ୍ବୁ ଚୋପାରେ ଭିଟାମିନ,ଖଣିଜ ଓ ଫାଇବର ଅଧିକ ମାତ୍ରାରେ ରହିଛି ,ଏହାର ରସରେ ଭିଟାମିନ ସି ଓ ଏ, ପୋଟାସିୟମ ଓ କ୍ୟାଲସିୟମ ରହିଛି ଆସନ୍ତୁ ଜାଣିବା ଲେମ୍ବୁ ଚୋପାର ହିତକର ଗୁଣ ।

* ଲେମ୍ବୁ ଚୋପାରେ କ୍ୟାଲସିୟମ ଓ ଭିଟାମିନ ସି ଭରପୁର ମାତ୍ରାରେ ରହିଥିବା କାରଣରୁ ହାଡ଼ ଓ ଦାନ୍ତକୁ ମଜବୁତ୍ ରଖିଥାଏ ତା ସହିତ ହାଡ଼ ଜନିତ ବିଭିନ୍ନ ରୋଗ ଯେପରିକି ଅଥ୍ରାଇଟିସ ପ୍ରଭୃତି ଭିତରୁ ଦୂରେଇ ରଖିଥାଏ ।
 * ଲେମ୍ବୁ ଚୋପାର ବ୍ୟବହାର ବ୍ୟକ୍ତିର ଈମ୍ୟୁନ ଶିଷ୍ଟମକୁ ମଜବୁତ କରିଥାଏ ।ଲେମ୍ବୁ ଚୋପାରେ ଥିବା ପୋଟାସିୟମ ରକ୍ତ ଚାପକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ ।
 * ଲେମ୍ବୁ ଚୋପା ପେକ୍ଟିନ ନାମକ ତତ୍ଵରେ ଭରି ରହିଥିବା କାରଣରୁ ଶରୀରରେ ଜମିଥିବା ଅତିରିକ୍ତ ଚାର୍ବିକୁ ନଷ୍ଟ କରିଥାଏ । ଲେମ୍ବୁ ଚୋପା ଶରୀରରେ କୋଲେଷ୍ଟ୍ରଲକୁ କମ୍ କରି ହୃତପିଣ୍ଡକୁ ସୁସ୍ଥ ରଖେ ।
* ଲେମ୍ବୁ ଚୋପାରେ ଅଧିକ ମାତ୍ରାରେ ଫ୍ଲେବୋନଡ ରହିଥିବା କାରଣରୁ ଚିନ୍ତା ଓ ଅବସାଦ  ପ୍ରଭୃତି ଦୂର ହୁଏ ।
*ଲେମ୍ବୁ ଚୋପାରେ ସୈଟ୍ରୀକ୍ ଏସିଡ ଅଧିକ ମାତ୍ରାରେ ରହିଛି , ଏହା ଭିଟାମିନ ସିର କମିକୁ ଦୂର କରେ ଓ ଦାନ୍ତ ଓ ହାଡ଼ କୁ ମଜବୁତ୍ କରିଥାଏ ।
IEC 2 years

Comments are closed.