Odisha news

ମଦରୁ ଟିକସ ଛାଡ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଧାରଣା

ବାରିପଦା : ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା କଂଗ୍ରେସ ଓ ମହିଳା କଂଗ୍ରେସ ନିକଟରେ ରାଜ୍ୟର ବିଜେଡି ସରକାର ମଦ ବ୍ୟବସାୟୀଙ୍କ ଉପରୁ ଲାଇସେନ୍ସ ଫି ଛାଡ କରିଥିବାରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଦରଦାମ ଆକାଶ ଛୁଆଁ ହୋଇଥିବାବେଳେ, କ୍ଷୁଦ୍ର ବ୍ୟବସାୟୀ, ବସ ମାଲିକ ଓ ଅନ୍ୟମାନେ ଜୀବିକା ନିର୍ବାହ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସରକାରଙ୍କ ମଦ ବ୍ୟବସାୟୀଙ୍କ ପ୍ରତି ଅତ୍ୟଧିକ ପ୍ରୀତି ଆଦି ସରକାରଙ୍କ ଅସଲି ମୁଖା ଖୋଲିଦେଇଛି ।

ଏଣୁ ତୁରନ୍ତ ଏହି ଛାଡ ପ୍ରତ୍ୟାହାର କରିବାକୁ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଟାଉନ୍ ସଭାପତି ଶାନ୍ତନୁ ପାଲ୍, ପୂର୍ବତନ ରାଜ୍ୟସମ୍ପାଦକ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ଇତିଶ୍ରୀ ମିଶ୍ର, ଇନ୍ଦୁମତି ମହାନ୍ତି, ରଶ୍ମିତା ମିଶ୍ର, କୌଶିକ ମିଶ୍ର, ସ୍ୱାଗତ ଦାସ, ମୋତି ପ୍ରକାଶ ଦାଶ, ରତନ ଶର୍ମା, ବୁଦ୍ଧିରାମ ସିଂ, ନିର୍ମଳ ଚନ୍ଦ୍ର ପ୍ରଧାନ, ହରିଶଙ୍କର ଦାସ ଓ ଦୀପକ ଦାଶ ପ୍ରମୁଖ ଯୋଗଦେଇଥିଲେ ।

IEC 2 years

Comments are closed.