ବାରିପଦା : ଓଡିଶା ଫାର୍ମାସିଷ୍ଟ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟର ସମ୍ମିଳନୀ କକ୍ଷରେ କୋଭିଡ୍ ନିୟମ ଅନୁସାରେ ଜିଲ୍ଲାସ୍ତରୀୟ ଫାର୍ମାସିଷ୍ଟ କୋଭିଡ୍ ଯୋଦ୍ଧା ଶ୍ରଦ୍ଧାଞ୍ଜଳୀ ସେବା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାସଭାପତି ଚିନ୍ମୟ ସିହ୍ନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ସହିଦ୍ ହୋଇଥିବା କୋଭିଡ୍ ଯୋଦ୍ଧା ସୁରେଶ ବିଶୋଇ, ଟି. ରବି ସୁବୁଦ୍ଧି, ଅଶୋକ ପାତ୍ର, ୱାଇ ରାଜକୁମାର, ପ୍ରତାପଚନ୍ଦ୍ର ବେହେରା ଓ ସନ୍ତୋଷ ସୋଙ୍କ ସ୍ମୃତିରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଫୋଟରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ରାଜ୍ୟସଭାପତି ଦିପ୍ତିରଞ୍ଜନ ସ୍ୱାଇଁ ଯୋଗଦେଇ କୋଭିଡ୍ରେ ସହୀଦ୍ ହୋଇଥିବା ଏହି ୬ଜଣଙ୍କ ପରିବାରଙ୍କୁ ଯଥାଶିଘ୍ର ରାଜ୍ୟସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା ।
ଉକ୍ତ ବୈଠକରେ ସାଧାରଣସମ୍ପାଦକ ଶ୍ରୀକାନ୍ତ ଜେନା ଫାର୍ମାସିଷ୍ଟମାନଙ୍କ ବିଭିନ୍ନ ଦାବି ସମ୍ବନ୍ଧରେ ଆଲୋଚନା କରିବାସହ ମୁଖ୍ୟତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ପଦୋନ୍ନତି ପୂର୍ବରୁ କ୍ୟାଡର ପୁନଃଗଠନ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ପଡିରହିଥିବା ପ୍ରସ୍ତାବ ଯଥାଶିଘ୍ର କାର୍ଯ୍ୟକରିବା ଏବଂ ଆରବିଏସକେ ଓ ଏମଏଚ୍ୟୁ ଯୋଜନାରେ ୧୬ବର୍ଷରୁ ଅଧିକ କାମ କରିଆସୁଥିବା ଫାର୍ମାସିଷ୍ଟମାନଙ୍କୁ ତୁରନ୍ତ ନିୟୋମିତ କରିବା ନେଇ ସରକାରଙ୍କଠାରେ ଦାବୀ କରାଯାଇଛି ।
ଚଳିତମାସରେ ସରକାର ସେମାନଙ୍କୁ ନିୟୋମିତ ନକରି ୨୦୧୯ କ୍ୟାଡର ରୁଲ୍କୁ ସଂଶୋଧିତ କରି ୨୦୨୦କ୍ୟାଡର ରୁଲ ପ୍ରଚଳନ କରିଛନ୍ତି, ଫଳରେ ସେମାନଙ୍କୁ ନିୟୋମିତରୁ ବାଦ୍ ଦିଆଯାଇଛି । ସେମାନେ ଏହି କୋଭିଡ୍ରେ ନିଜର ଜୀବନକୁ ବାଜି ଲଗାଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ନିଜର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି ।
କିନ୍ତୁ ତାଙ୍କୁ ନିୟୋମିତରୁ ବାଦ ଦିଆଯାଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ସରକାର ତୁରନ୍ତ ୨୦୧୩ବିକୃତ କ୍ୟାଡରକୁ ପୁନଃଗଠନ କରି ସ୍ୱାସ୍ଥ୍ୟବିଭାଗର ଉଚ୍ଚସ୍ତରୀୟ କମିଟି ଷ୍ଟାଫ୍ନର୍ସଙ୍କ ପରି ଫାର୍ମାସିଷ୍ଟ କ୍ୟାଡର ପୁନଃଗଠନ ସୁପାରିଶକୁ କାର୍ଯ୍ୟକରିବା ପାଇଁ ଦାବି କରାଯାଇଥିଲା । ଏହି ବୈଠକକୁ ଗଣେଶ୍ୱର ବସା, ସମୀ ସେଠୀ, ଯୋଶବନ୍ତ ବେହେରା, ସମୀର ପାତ୍ର, ଅଜିତ ଦାଶ ଓ ବନଲତା ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ କୋଷାଧ୍ୟକ୍ଷ ଶୁଶାନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରି ସଭାଶେଷ କରିଥିଲେ ।
