Odisha news

ମହିଳା ପୋଲିସ କର୍ମଚାରୀଙ୍କୁ ମାଡମାରିବା ଘଟଣାକୁ ଦୃଢନିନ୍ଦା କଲା ହାବିଲଦାର କନେଷ୍ଟବଳ ସଂଘ

0

ବାରିପଦା : ବିଶୋଇ ହାଟରେ ବେଆଇନ୍ ମଦବିକ୍ରି ରୋକିବାକୁ ଯାଇଥିବାବେଳେ କର୍ତ୍ତବ୍ୟରତ ମହିଳା ପୋଲିସ ମଞ୍ଜୁଲତାଙ୍କୁ ମଦବିକ୍ରି କରୁଥିବା ମହିଳା ଆକ୍ରମଣ କରିଥିଲେ । କର୍ତ୍ତବ୍ୟରତ ଅବସ୍ଥାରେ ବିଶୋଇ ଥାନାର ମହିଳା ପୋଲିସ କର୍ମଚାରୀ ମଞ୍ଜୁଲତାଙ୍କୁ ଆକ୍ରମଣକୁ ମୟୂରଭଞ୍ଜ ଜିଲ୍ଲା ପୋଲିସ ହାବିଲଦାର କନେଷ୍ଟବଳ ସଂଘର ପୂର୍ବତନ ସଭାପତି ପ୍ରମୋଦ କୁମାର ଦାସ ଦୃଢନିନ୍ଦା କରିଛନ୍ତି । କିଛି ଅସାମାଜିକ ଏବଂ ଅସାଧୁ ବ୍ୟକ୍ତିଙ୍କ ମିଳିତ ଚକ୍ରାନ୍ତରେ ଏପରି ଆକ୍ରମଣ ରଚାଯାଇଥିବା ଶ୍ରୀଦାସ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ଜିଲ୍ଲାରେ କରୋନା ଭଳି ମହାମାରୀ ସମୟରେ କର୍ତ୍ତବ୍ୟରତ କନେଷ୍ଟବଳ, ହାବିଲ୍ଦାର ମାନସିକ ଭାବେ ନୁରସିଂହହିତ ହୋଇପଡିଛନ୍ତି ।

ଆକ୍ରମଣର ଶିକାର ହୋଇଥିବା ମଞ୍ଜୁଲତା ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ସକ୍ରିୟ ପୋଲିସ କର୍ମଚାରୀ ଭାବେ ବେଶ୍ ଜଣାଶୁଣା । ଅତୀତରେ ବାରିପଦାରୁ ହୋଇଥିବା ଶିଶୁଚୋରି ମାମଲା ହେଉ ବା ରାତ୍ରୀ ପେଟ୍ରୋଲିଂ ଅଥବା ଡାହାଣୀ ସନେ୍ଦହରେ ହୋଇଥିବା ଫାଇରିଙ୍ଗ୍ ଘଟଣା, ସବୁଠି ସେ ଉତ୍କଷ୍ଟତା ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କ ଉପରେ ଏପରି ନିନ୍ଦନୀୟ ଆକ୍ରମଣରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମଞ୍ଜୁଲତା ଗୁରୁତର ଆହତ ହୋଇଥିଲେ ମଧ୍ୟ କର୍ତ୍ତବ୍ୟରୁ ବିରତ ହୋଇନାହାଁନ୍ତି କିମ୍ବା ଛୁଟି ମଧ୍ୟ ହୋଇନାହାଁନ୍ତି । ଶ୍ରୀଦାସ ଏବଂ ଅନ୍ୟ ପୋଲିସ କର୍ମଚାରୀ ମଞ୍ଜୁଲତାଙ୍କୁ ଭେଟିବା ସହିତ ସବୁପ୍ରକାର ସମର୍ଥନ ଯୋଗାଇଦେବାର ପ୍ରତିଶୃତି ଦେଇଥିଲେ । ତେବେ ମଦବିକ୍ରି ଉପରେ ରେଡ୍ ବେଳେ ଅଧିକ ପୋଲିସ ବଳଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

Nalco
Leave A Reply