ଟ୍ରାଏଲ୍ ଦେଶର ହାଇଡ୍ରୋଜେନ୍ ଫୁ୍ୟଏଲ୍ ସେଲ୍ କାର୍ ଟ୍ରାଏଲ କରାଯାଇଛି । ଏହାର ଫୁ୍ୟଏଲ୍ ସେଲ୍ ଷ୍ଟକ୍କୁ ସିଏମ୍ସି ଆଇଆର୍ ନାଶନାଲ ଲାବୋରେଟୋରୀ (ପୁଣେ) ଦ୍ୱାରା ତିଆରି କରାଯାଇଛି । କାର୍କୁ ସିଏମ୍ସିଆଇଆର୍ ଓ କେପିଆଇଟି ଦ୍ୱାରା ଟେଷ୍ଟ କରାଯାଇଛି । କମ୍ ତାପମାନଯୁକ୍ତ ପିଇଏମ୍ (ପ୍ରୋଟୋନ୍ ଏକ୍ସଚେଞ୍ଜ ମେମ୍ବ୍ରେନ୍) ପ୍ରକାରର ଫୁ୍ୟଏଲ୍ ସେଲ୍ ଯାହା ୬୫-୭୫ ସେଣ୍ଟିଗ୍ରେଡରେ ଅପରେଟ୍ କରିଥାଏ । ଏହି ଟେକ୍ନିକ୍ ବସ୍, ଟ୍ରକ୍ ଭଳି କମର୍ସିଆଲ୍ ବାହନ ପାଇଁ ଅଧିକ ଉପଯୋଗୀ । ଏହି ଫୁ୍ୟଏଲ୍ ସେଲ୍ ବାହନରେ ଟାଇପ୍ ୩ କମର୍ସିଆଲ୍ ହାଇଡ୍ରୋଜେନ୍ ଟ୍ୟାଙ୍କ୍ ଦିଆଯାଇଛି । ଏହି କାର୍ ଘଣ୍ଟା ପ୍ରତି ୬୦-୬୫ କିମି ବେଗରେ ଏକାଦିକ୍ରମେ ୨୫୦ କିମି ଯାଇପାରିବ । ଇଲେକଫ୍ରିକ୍ ବାହନକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେହେଁ ଇନ୍ଫ୍ରାଷ୍ଟ୍ରକ୍ଚର୍ ଭଲ ନ ଥିବାରୁ
ହାଇଡ୍ରୋଜେନ୍ ଏକ ଉତ୍ତମ ବିକଳ୍ପ ବୋଲି କୁହାଯାଉଛି ।
