Odisha news

ବେକାରୀ ମୁକ୍ତ ମୟୂରଭଞ୍ଜ ଅଭିଯାନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0

ବାରିପଦା : ଯୁବଛାତ୍ର ସଂଗଠନ ଭଞ୍ଜସେନା ଏବଂ ଦଳିତ ଆଦିବାସୀ ମହାସଂଘ ଆନୁକୂଲ୍ୟରେ ବେକାରୀ ମୁକ୍ତ ମୟୂରଭଞ୍ଜ ଅଭିଯାନ  ପକ୍ଷରୁ ଜିଲ୍ଲାପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାସହ ଆବାହକ କଳିଙ୍ଗ କେଶରୀଜେନାଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନିରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାର ଶିମିଳିପାଳ ସମେତ ଶତାଧିକ ପର୍ଯ୍ୟଟନସ୍ଥଳୀ ଥିବା ସତ୍ତ୍ୱେ ବିକାଶ ଅଭାବ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଆଜି ବାଧାପ୍ରାପ୍ତ, ସେହିପରି ପର୍ଯ୍ୟାପ୍ତ ପରିମାଣର ମୂଲ୍ୟବାନ ଲୁହାପଥର ଖଣି ମୟୂରଭଞ୍ଜ ଜିଲ୍ଲାରୁ ବାହାର ରାଜ୍ୟକୁ ରତ୍ପାନୀ କରି ବ୍ୟବସାୟୀମାନେ ପଡୋଶୀ ରାଜ୍ୟଗୁଡିକରେ କଳକାରଖାନା ସ୍ଥାପନ କରିଛନ୍ତି ଏବଂ ଘରୋଇ ଚିକିସôାଳୟ ବାହାର ରାଜ୍ୟରେ ପ୍ରତିଷ୍ଠା କରୁଛନ୍ତି ।

ମାତ୍ର ମୟୂରଭଞ୍ଜ ଜିଲ୍ଲାର ଲକ୍ଷାଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ନିଯୁକ୍ତି/ରୋଜଗାର ଦିଅ-ଲୁହାପଥର ନିଅ, ସ୍ୱାସ୍ଥ୍ୟ ସମସ୍ୟା ଦୂରକର-ଲୁହାପଥର ନିଅ ଏବଂ ପର୍ଯ୍ୟଟନଶିଳ୍ପର ବିକାଶ କର-ଲୁହାପଥର ନିଅର ନାରାଦେଇ ମୟୂରଭଞ୍ଜ ଜିଲ୍ଲାରୁ ମୂଲ୍ୟବାନ ଲୁହାପଥର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥର ବାହାର ରାଜ୍ୟକୁ ରତ୍ପାନୀ କରିବାକୁ ଦିଆଯିବ ନାହିଁ ବୋଲି ବେକାରୀ ମୁକ୍ତ ମୟୂରଭଞ୍ଜର ଆବାହକ କଳିଙ୍ଗ କେଶରୀ ଜେନା ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆବାହକ କଳିଙ୍ଗ କେଶରୀ ଜେନାଙ୍କ ସମେତ ଭଞ୍ଜସେନା ଅଧ୍ୟକ୍ଷ ସତ୍ୟସ୍ୱରୂପ ଦାସ, ଦଳିତ ଆଦିବାସୀ ମହାସଂଘ ସଭାପତି ରାକେଶ ସିଂ, ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି, ମହମ୍ମଦ ଖାନ୍, ଅମର ପ୍ରଧାନ ଦେଓ ହେମ୍ବ୍ରମ, ଅଞ୍ଜନ ବରାଳ, ଶୁଭେନ୍ଦୁ ମହାନ୍ତି, ଦୀପକ ମହାନ୍ତ, ଗୋରୁମହିଷାଣୀ ବିକାଶ ପରିଷଦ ସଭାପତି ଲକ୍ଷ୍ମଣ ଟୁଡୁ, ସୌମିତ୍ ବଳ, ରଞ୍ଜିତ୍ ବେରା, ମୋହିତ ବିଶୋଇ, ରାମ୍ଜାନ୍ ବେଗ୍, ଅଭିଜିତ୍ ମହାନ୍ତି, ଜୟନ୍ତ ମହାନ୍ତ,ଭିତ୍ତିକା ମାରାଣ୍ଡି, ଆରତୀ ବିଶ୍ୱାଳ, ଯଉନି ସିଂ, ସଲମା ଟୁଡୁ, ପାର୍ବତୀ ସିଂ, ବାଜୁନ୍ ହାଁସଦାଃ, ଜ୍ୟୋତିରଞ୍ଜନ ପୃଷ୍ଟି, ରାକେଶ ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର, ମାନସ ବେହେରା, ଏସକେ ରାଜାଖାନ୍, ରବିନ୍ଦ୍ର ସାହୁ ଓ ରାକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Ad2
Leave A Reply