Odisha news

ଛଉପଡିଆ ଖୋଲିଦେବା ପାଇଁ ଜିଲ୍ଲାପ୍ରଶାସନକୁ ମାସାଆର୍ମୀ ପକ୍ଷରୁ ଦାବି

0

ବାରିପଦା  : ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ଜିଲ୍ଲାର ଜନସାଧାରଣଙ୍କ ନିମନ୍ତେ ଛଉପଡିଆ ଖୋଲି ଦେବାପାଇଁ ଜିଲ୍ଲାପ୍ରଶାସନକୁ ମାସାଆର୍ମୀ ପକ୍ଷରୁ ଦାବି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଛଉପଡିଆକୁ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା, ଫଳରେ ନିତିଦିନ ବ୍ୟାମ୍, ଖେଳ କୁଦ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଛଉପଡିଆରେ ପ୍ରତ୍ୟେକ ଦିନ ସକାଳସନ୍ଧ୍ୟାରେ ଛୁଆଠାରୁ ଆରମ୍ଭ କରି ଯୁବକ, ବୃଦ୍ଧା ପର୍ଯ୍ୟନ୍ତ ବ୍ୟାମ୍, ଖେଳାଖେଳି,ଚଲାବୁଲା ଓ ଦଉଡାଦଉଡି କରିଥାନ୍ତି । କରୋନା ଯୋଗୁଁ ଜିଲ୍ଲାପ୍ରଶାସନ ଛଡପଡିଆକୁ ବନ୍ଦ କରିବାରୁ ଜିଲ୍ଲାର ଜନସାଧାରଣ ଖେଳାଖେଳି କିମ୍ବା ବ୍ୟାମ୍ ମଧ୍ୟ କରି ପାରୁନାହାଁନ୍ତି । ତେଣୁ ବୁଧୁବାର ମୟୂରଭଞ୍ଜ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଛଡ ପଡିଆ ଖୋଲିଦେବା ପାଇଁ ଜିଲ୍ଲାପ୍ରଶାସନର ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କୁ ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ନିବେଦନ କରିଥିଲେ ଏବଂ ଅତିଶୀଘ୍ର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀପତି ପ୍ରତିଶୃତି ଦେଇଛନ୍ତି ।

Leave A Reply