Odisha news

ବାରିପଦା : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା , ଦୁର୍ନୀତିରେ ସରକାରୀ କର୍ମଚାରୀ ଓ ମିଲରଙ୍କ ସମ୍ପୃକ୍ତିର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

ବାରିପଦା : ୨୦୨୦-୨୧ ଆର୍ଥୀକ ବର୍ଷରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ରବିଧାନ କିଣା ପାଇଁ ନୀତିନିୟମ ଧାର୍ଯ୍ୟ କରିଛନ୍ତି । ମାତ୍ର କିଛି ଅସାଧୁ ସରକାରୀ କର୍ମଚାରୀ, ମିଲ ମାଲିକ, ଧାନ ବ୍ୟବସାୟୀ(ଦଲାଲ୍) ଚଞ୍ଚକତା କରି ଲକ୍ଷଲକ୍ଷ ଟଙ୍କା ଲୁଟ୍ କରିଥିବା ପରି ସଙ୍ଗୀନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁଳିପଦା ବ୍ଲକ ଅଞ୍ଚଳର ଚାଷୀମାନେ । ରବିଚାଷର ଧାନ କିଣାରେ ସରକାରୀ କର୍ମଚାରୀ ଓ ଅସାଧୁ ବ୍ୟବାସାୟୀ ଗରିବ ଚାଷୀଙ୍କ ପ୍ରତି ଅନ୍ୟାୟ କରିବା ସଙ୍ଗେ ସଙ୍ଗେ ଚାଷୀଙ୍କ ଧାନକୁ ଲୁଟ୍ କରିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ରବିଧାନ ବିକ୍ରି ପାଇଁ ଜନସାଧାରଣଙ୍କୁ ଠିକ୍ ଭାବରେ ସଚେତନ କରାଯାଇ ନାହିଁ କିମ୍ବା ରେଜିଷ୍ଟ୍ରେସନ ପାଇଁ ଧାର୍ଯ୍ୟ ହୋଇ ଥିବା ତାରିଖ ବିଷୟରେ ମାଇକ ପ୍ରଚାର କରି ଜଣାଯାଇ ନାହିଁ ।

ଫଳରେ ବହୁ ଚାଷୀ ରେଜିଷ୍ଟ୍ରେସନ କରିବାରୁ ବଞ୍ଚିତ ହୋଇଛନ୍ତି । ଯେଉଁ ଚାଷୀମାନେ ଧାନ ବିକ୍ରିପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେହିଚାଷୀ ମାନଙ୍କ ଠାରୁ ସରକାର ଧାନ କିଣିବା ପାଇଁ ଚାଷୀମାନଙ୍କୁ ଟୋକନ୍ (ମେସେଜ୍) ପ୍ରଦାନ କରିଥିଲେ । ମାତ୍ର କିଛି ଲ୍ୟାମ୍ପ କର୍ତ୍ତୃପକ୍ଷ ଟୋକନ୍ ପାଇଥିବା ଚାଷୀ ମାନଙ୍କୁ ଧାନ ସିଧାସଳଖ ମିଲରେ ଦେବା ପାଇଁ ମୌଳିକ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ଚାଷୀମାନେ ଧାନ ମିଲ କିମ୍ବା ଲ୍ୟାମ୍ପରେ ବିକ୍ରି କରିଛନ୍ତି ତାଙ୍କ ଧାନର ମାନ ନିର୍ଦ୍ଧାରଣ କରି ମିଲ୍ ମାଲିକ କୁଇଣ୍ଟାଲ ପିଛା ୮କି.ଗ୍ରାରୁ ୧୨କି.ଗ୍ରା ପର୍ଯ୍ୟନ୍ତ କାଟି ତାଙ୍କୁ ସରକାରୀ ମୂଲ୍ୟରେ ପେମେଣ୍ଟ କରିଛନ୍ତି । ଧାନ ମିଲରେ ଚାଷୀ ଧାନ ଦେବା ଫଳରେ ଲ୍ୟାମ୍ପରୁ ମିଲକୁ ମିଲର ଯେଉଁ ଧାନ ଟ୍ରାନସପୋର୍ଟ କରିବା କଥା ତାହାକୁ କରିବାକୁ ପଡିଲା ନାହିଁ । କିଛି ଲ୍ୟାମ୍ପକୁ ଯାଞ୍ଚ କରାଗଲେ, ଏମଡି ମାନଙ୍କର ପରିବାର, ବନ୍ଧୁବର୍ଗ ଏବଂ ଆତ୍ମୀୟ ସଜନଙ୍କ ନାମ ଧାନ ବିକ୍ରି ରେଜିଷ୍ଟ୍ରେସନ ଭୂକ୍ତ ହୋଇଥିବା ଦୃଷ୍ଟିକୁ ଆସିବ ।

ଲ୍ୟାମ୍ପସରେ ଚାଷୀ ଧାନ ଦେବାପରେ ଉକ୍ତ ଧାନ ବାବଦକୁ ଲ୍ୟାମ୍ପସ କୁ୍ୟଣ୍ଟାଲ ପିଛା ୮.୬୦ ପଇସା ଖର୍ଚ୍ଚ କରିବାର ନିୟମ ଅଛି । ମାତ୍ର ଚାଷୀ ସିଧାସଳଖ ମିଲକୁ ଧାନ ଦେବାରୁ ଲ୍ୟାମ୍ପସର ୮.୬୦ପଇସା କୁ୍ୟଣ୍ଟାଲ ପିଛା କ୍ଷତି ହେଉଅଛି । ୨୦୧୯-୨୦ ବର୍ଷ ଖରିପ ଋତୁରେ ପ୍ରାୟ ୧୮ହଜାର କୁ୍ୟଣ୍ଟାଲ ଧାନ ଦେଉଳି ଲ୍ୟାମ୍ପସରେ ଧାନ ବିକ୍ରି ହୋଇଥିବାରୁ କୁ୍ୟଣ୍ଟାଇଲ ପିଛା ୮.୬୦ ପଇସା ଲ୍ୟାମ୍ପସରେ ଖର୍ଚ୍ଚ ହେବାର ଥିବାବେଳେ ଧାନ ସିଧାସଳଖ ମିଲରକୁ ଧାନ ବିକ୍ରି ହେଉଥିôବାରୁ ଉକ୍ତ ୮.୬୦ ପଇସା କେଉଁଠି ଖର୍ଚ୍ଚ ହୋଇଛି । ଏହି ସବୁକୁ ଦୃଷ୍ଟିରେ ରଖି ଗରିବ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଏହାର ଉପଯୁକ୍ତ ତଦନ୍ତ କରିବାକୁ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ପର୍ଶୁରାମ ଖର୍ଦ୍ଦା, ରାମରାୟ ହାଁସଦାଃ, ରଞ୍ଜନ କୁମାର ନାୟକ, ନନୀଗୋପଳ ମଣ୍ଡଳ, ଦର୍ପନାରାୟଣ ଦଣ୍ଡପାଟ ପ୍ରମୁଖଙ୍କ ସହ ବହୁ ଚାଷୀ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।

Leave A Reply