ବାରିପଦା, (ମୟୂରଭଞ୍ଜରୁ ଭକ୍ତିରଞ୍ଜନ ପଣ୍ଡାଙ୍କ ରିପୋର୍ଟ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଜ୍ଞାନ ଓ କଳା ବିଭାଗରେ ମୟୂରଭଞ୍ଜର କିମ୍ବଦନ୍ତୀ ଶିକ୍ଷାନୁଷ୍ଠାନ ସାଇ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ସଫଳତାର ଏକ ନୂତନ ପୃଷ୍ଠା ଯୋଡିଛନ୍ତି । ବିଜ୍ଞାନ ବିଭାଗରେ ମୋଟ୍ ୨୦୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୟଙ୍କ୍ ମୟମ କୁମାର ସର୍ବାଧିକ ୫୫୯ ନମ୍ବର ରଖି ଅନୁଷ୍ଠାନର ବିଜୟ ଧାରାକୁ ଅବ୍ୟାହତ ରଖିଛନ୍ତି । ଜଗନ୍ନାଥ ଧୀର – ୫୪୯, ଶୁଭମ୍ ଗିରି – ୫୪୮, କିରଣ କର୍ଣ୍ଣାନୀ – ୫୪୬, ଶୁଭଙ୍କର ସାହୁ – ୫୪୬, ସତ୍ୟଶୁଭମ୍ ଗୋଚ୍ଛାୟତ – ୫୪୩, ବିଶ୍ୱଜିତ୍ ପାଇକିରା – ୫୪୨ ନମ୍ବର ରଖି ଅନୁଷ୍ଠାନ ପାଇଁ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ୫୦୦ ନମ୍ବରରୁ ଅଧିକ ୩୨ଜଣ ତଥା ୬୦ପ୍ରତିଶତରୁ ଅଧିକ ୧୫୬ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି କଳା ବିଭାଗରେ ମୋଟ୍ ୭୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମଧୁସ୍ମିତା ମହାନ୍ତ ସର୍ବାଧିକ – ୫୪୫ ଏବଂ ଦିବ୍ୟଜ୍ୟୋତି ମଲ – ୫୪୩ ନମ୍ବର ରଖ୍ ଯଥାକ୍ରମେ କଳା ବିଭାଗରେ ମୟୂରଭଞ୍ଜର ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାରିଣୀ ହୋଇଛନ୍ତି । ପୁଷ୍ପାଞ୍ଜଳୀ ବେହେରା – ୫୩୯, ସର୍ମିଷ୍ଠା ପରିଡା – ୫୩୪, ପ୍ରାଚିସ୍ମୀତା ସାହୁ – ୫୩୧, ମନିମା ଭୋଳ – ୫୨୪, ପ୍ରଜ୍ଞା ପରମିତା ଦଳେଇ – ୫୨୪, ଚାନ୍ଦୁ ନାଏକ – ୫୨୩, ମାନସୀ ସିଂ – ୫୧୬, ଭବାନୀ ଶଙ୍କର ଦାସ – ୫୧୫, ପ୍ରାଚୀ ମହାକୁଡ – ୫୧୫, ପୂଜାଫୁଲ ମୁର୍ମୁ – ୫୦୯, ଯଯାତି କେଶରୀ ନାଏକ – ୫୦୪, ତନୁଶ୍ରୀ ନାଏକ – ୫୦୧, ସ୍ମୃତିରେଖା ଗିରି – ୫୦୦ ନମ୍ବର ରଖି ସଫଳତାର ନୂତନ ଅଧ୍ୟାୟ ରଚନା କରିଛନ୍ତି । ୬୦ ପ୍ରତିଶତରୁ ଅଧିକ ୬୧ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସାଇ ବିଦ୍ୟା ମନ୍ଦିର ଅଧୁନା କୈଳାଶ ଚନ୍ଦ୍ର ପୁର କାଠପାଳ ଠାରେ ନୂତନ ରୂପରେ ବିରାଜମାନ ଏଠାକାର ସାନ୍ତ ଓ ମନମୁଗ୍ଧକର ପରିବେଶ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଚେତନାର ବିକାଶରେ ସହାୟକ ହେବବୋଲି ଅଭିଭାବକ ମହଲରେ ମତପ୍ରକାଶ ପାଉଛି । ଅନୁଷ୍ଠାନର ମୁଖ୍ୟ ପରିଚାଳକ ଦେବାଶିଷ ମୁଦୁଲି, ଅଧ୍ୟକ୍ଷ ଅକ୍ଷୟ ଖିଲାର, ସିଇଓ ପ୍ରତିଚୀ ରଞ୍ଜନ ରାଉତ ଏବଂ ଅଧ୍ୟାପକ, ଅଧ୍ୟାପିକା ମାନେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନୁଷ୍ଠାନର ନିର୍ମାତା, ନିଦେ୍ର୍ଦଶକ ଡଃ ପ୍ରଭଞ୍ଜନ ରାଉତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭାଶୀର୍ବାଦ ପ୍ରଦାନ ପୂର୍ବକ ସେମାନଙ୍କ ଉଜ୍ଜ୍ୱଳ ତଥା ନିରାମୟ ଜୀବନ କାମନା କରିଛନ୍ତି ।
